ETV Bharat / state

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୪ ବର୍ଷ ଜେଲ୍

author img

By

Published : May 13, 2023, 9:01 AM IST

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୪ ବର୍ଷ ଜେଲ୍
ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୪ ବର୍ଷ ଜେଲ୍

୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୪ ବର୍ଷ ଜେଲ୍ । ଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକ୍ସ ଅଦାଲତ । ଅଧିକ ପଢନ୍ତୁ

କଟକ: ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ୧୪ ବର୍ଷ ଜେଲ୍ । ୬ ବର୍ଷ ପୂର୍ବେ କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଦୋଷୀକୁ ୧୪ ବର୍ଷର କାରାଦାଣ୍ଡାଦେଶ ରାୟ ଶୁଣାଇଛନ୍ତି ସ୍ବତନ୍ତ୍ର ପୋକ୍ସ ଅଦାଲତ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଏହି ରାୟ ଦେଇଛନ୍ତି । ଜେଲଦଣ୍ଡ ସହିତ ଦୋଷୀକୁ ୧୬ ହଜାର ଟଙ୍କାର ଜରିମାନା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ମିଳିଛି । ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କଟକ ଜିଲ୍ଲା ଆଠଗଡ ଥାନା ଅଞ୍ଚଳର ୩୮ ବର୍ଷୀୟ ସୁଶାନ୍ତ ନାୟକ ଏହି କାଣ୍ଡ ଘଟାଇ ଏବେ ଦଣ୍ଡିତ ହୋଇଛନ୍ତି ।

ସୂଚନା ମୁତାବକ, ୨୦୧୭ ମସିହା ଡିସେମ୍ବର ୨୫ରେ ଆଠଗଡ ଅଞ୍ଚଳରେ ୧୦ ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିଲା । ଦୋଷୀ ସୁଶାନ୍ତ ନାୟକ ସମ୍ପୃକ୍ତ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଘର ପାଖରେ ଥିବା ବିଲରେ ଶୌଚ ହେବା ପାଇଁ ଯାଉଥିବା ସମୟରେ ଅଭିଯୁକ୍ତ ତାକୁ ଜଙ୍ଗଲକୁ ଟେକି ନେଇଯାଇଥିଲା ଏବଂ ଦୁଷ୍କର୍ମ କରିଥିଲା । ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଅଭିଯୁକ୍ତ ବିରୋଧରେ ଆଇପିସି ଦଫା ୩୪୨, ୩୬୩, ୩୭୬ (୨) ଆଇ, ୫୦୬ ଓ ସେକ୍ସନ ୬ ପୋକ୍ସୋ ଆକ୍ଟରେ ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା । ତେବେ ଦୀର୍ଘ ୬ ବର୍ଷ ପରେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ନ୍ୟାୟ ମିଳିଛି । କୋର୍ଟ ୨୮ ଜଣ ସାକ୍ଷୀ ୨୧ଟି ଡକ୍ୟୁମେଣ୍ଟ ଆଧାରରେ ଶୁକ୍ରବାର ଏହି ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ତା ବିରୋଧରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ପୀଡ଼ିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ପେଶାଲ ପବ୍ଲିକ ପ୍ରୋସେକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ମାମଲାର ପରିଚାଳନା କରୁଥିଲେ ।

ପ୍ରକାଶଥାଉ କି, ଦିନକ ପୂର୍ବରେ କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ଆଉ ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି ହୋଇଥିଲା । କିଶନନଗର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୭ ବର୍ଷ ଜେଲ୍ ଦଣ୍ଡ ମିଳିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.