ETV Bharat / state

ବିନା ଭକ୍ତରେ ନାରାୟଣୀ ବେଶରେ ସଜ୍ଜିତ ହେଲେ ମା' କଟକ ଚଣ୍ଡୀ

author img

By

Published : Sep 15, 2020, 7:51 PM IST

Updated : Sep 15, 2020, 8:13 PM IST

ବିନା ଭକ୍ତରେ ନାରାୟଣୀ ବେଶରେ ସଜ୍ଜିତ ହେଲେ ମା' କଟକ ଚଣ୍ଡୀ
ବିନା ଭକ୍ତରେ ନାରାୟଣୀ ବେଶରେ ସଜ୍ଜିତ ହେଲେ ମା' କଟକ ଚଣ୍ଡୀ

ମଙ୍ଗଳବାର ମା' କଟକ ଚଣ୍ଡୀ ନାରାୟଣୀ ବେଶରେ ସଜ୍ଜିତ ହୋଇଥିଲେ । କୋଭିଡ଼ ନିୟମ ଅନୁଯାୟୀ ମା'ଙ୍କୁ ଏହି ବେଶରେ ପୂଜାର୍ଚ୍ଚନା କରାଯାଉଛି । ଅଧିକ ପଢନ୍ତୁ...

କଟକ: ପବିତ୍ର ମୂଳାଷ୍ଟମୀଠାରୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ମା'ଙ୍କ ଷୋଡଶ ପୂଜା ଉପଚାର ବିଧି । ଏହି ପରିପ୍ରେକ୍ଷୀରେ ମା' କଟକ ଚଣ୍ଡୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ବିନା ଭକ୍ତରେ ସେବାୟତଙ୍କ ସହଯୋଗରେ ମା'ଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେଉଛି । ମଙ୍ଗଳବାର ମା' କଟକ ଚଣ୍ଡୀ ନାରାୟଣୀ ବେଶରେ ସଜ୍ଜିତ ହୋଇଥିଲେ ।

ବିନା ଭକ୍ତରେ ନାରାୟଣୀ ବେଶରେ ସଜ୍ଜିତ ହେଲେ ମା' କଟକ ଚଣ୍ଡୀ

କୋଭିଡ଼ ନିୟମ ଅନୁଯାୟୀ ମା'ଙ୍କୁ ଏହି ବେଶରେ ପୂଜାର୍ଚ୍ଚନା କରାଯାଉଛି । ମନ୍ଦିରର ମୁଖ୍ୟ ଫାଟକ ବନ୍ଦ କରାଯାଇଥିବାବେଳେ ମା'ଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ ।

ପ୍ରତିବର୍ଷ ଏହି ବେଶ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ କଟକ ଚଣ୍ଡୀ ମନ୍ଦିରରେ । କିନ୍ତୁ କୋରୋନା ପାଇଁ ବିନା ଭକ୍ତରେ ପୂଜାର୍ଚ୍ଚନା କରାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Sep 15, 2020, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.