ETV Bharat / state

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ଶୁଭାଷିତ ତାଳପତ୍ର

author img

By

Published : Aug 8, 2023, 8:15 AM IST

ଜଷ୍ଟିସ ଶୁଭାଷିତ ତାଳପତ୍ର ହାଇକୋର୍ଟ ମୁଖ୍ୟ ବିଚାରପତି
ଜଷ୍ଟିସ ଶୁଭାଷିତ ତାଳପତ୍ର ହାଇକୋର୍ଟ ମୁଖ୍ୟ ବିଚାରପତି

ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶୁଭାଷିତ ତାଳପତ୍ର । ଅଧିକ ପଢନ୍ତୁ

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି(ମଙ୍ଗଳବାର) ଶପଥ ଗ୍ରହଣ କରିବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇବେ । ହାଇକୋର୍ଟର ପୁରୁଣା କୋଠରୀ ସମ୍ମିଳନୀ କକ୍ଷରେ ସକାଳ ୧୦ଟା ବେଳେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ଜଷ୍ଟିସ ତାଳପତ୍ର ବରିଷ୍ଠ ବିଚାରପତି ଭାବେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଥିଲେ । ସୁପ୍ରିମକୋର୍ଟଙ୍କ କଲେଜିୟମର ସୁପାରିଶ ଅନୁସାରେ ରାଷ୍ଟ୍ରପତି ମୁର୍ମୁ ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଥିଲେ । ଏନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜଷ୍ଟିସ ଶୁଭାଶିଷ ତାଳପାତ୍ରଙ୍କ ନାମକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଥିଲେ । ୨୦୨୨ ଜୁନ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି । ତ୍ରିପୁରା ହାଇକୋର୍ଟରୁ ସେ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି । ଜଷ୍ଟିସ ତାଳପତ୍ର ୧୯୬୧ ମସିହା ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ । ୨୦୧୧ ମସିହା ନଭେମ୍ବର ୧୫ରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରା ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ତ୍ରିପୁରା ହାଇକୋର୍ଟକୁ ବଦଳି ହୋଇଥିଲେ ଏବଂ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ ।

ଏହାମଧ୍ୟ ପଢନ୍ତୁ: ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ

ଜଷ୍ଟିସ ତାଳପତ୍ର ୨୦୧୮ ମସିହା ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଏହାପରେ ୨୦୨୨ ଜୁନ ୧୦ ତାରିଖରୁ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଅଛନ୍ତି । ଗତକାଲି ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ. ମୁରଲୀଧର ଅବସର ନେଇଥିବା ବେଳେ ଆଜି ଜଷ୍ଟିସ ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ।

ପ୍ରକାଶ ଥାଉକି, ଓଡ଼ିଶା ହାଇକୋର୍ଟ ବ୍ୟତୀତ ଅନ୍ୟ ୬ଟି ହାଇକୋର୍ଟ ପାଇଁ ନୂଆ ବିଚାରପତିଙ୍କ ନାଁ ସୁପାରିସ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ । କେରଳ, ମଣିପୁର, ଗୁଜୁରାଟ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ବମ୍ବେ ହାଇକୋର୍ଟ ପାଇଁ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.