ETV Bharat / state

ଶ୍ରୀମନ୍ଦିରରୁ ନିମନ୍ତ୍ରଣ: ପରିକ୍ରମା ପ୍ରକଳ୍ପ ଉଦଘାଟନରେ ସମ୍ମିଳିତ ହେବେ ମା' କଟକ ଚଣ୍ଡୀ

author img

By ETV Bharat Odisha Team

Published : Dec 27, 2023, 9:38 AM IST

ଶ୍ରୀମନ୍ଦିରରୁ ନିମନ୍ତ୍ରଣ
ଶ୍ରୀମନ୍ଦିରରୁ ନିମନ୍ତ୍ରଣ

Srimandira Parikrama Project Inauguration: ଜାନୁଆରୀ ମାସ ୧୭ ତାରିଖରେ ଉଦଘାଟନ ହେବ ପରିକ୍ରମା ପ୍ରକଳ୍ପ । ସେନେଇ କଟକ ଚଣ୍ଡୀଙ୍କୁ ନିମନ୍ତ୍ରଣ ପତ୍ର । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିରରୁ ନିମନ୍ତ୍ରଣ

କଟକ: ଜାନୁଆରୀ ମାସ ୧୭ ତାରିଖରେ ଉଦଘାଟନ ହେବ ପରିକ୍ରମା ପ୍ରକଳ୍ପ । ସେନେଇ କଟକ ଚଣ୍ଡୀ ମନ୍ଦିର ସମେତ ନିଆଳି ମାଧବାନନ୍ଦ ଜୀଉ, କଟକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗକୁ ନିମନ୍ତ୍ରଣ ପତ୍ର । ମହାପ୍ରଭୁଙ୍କ ମହାପ୍ରସାଦ, ବାନା, କ୍ୟାଲେଣ୍ଡର ଓ ନିମନ୍ତ୍ରଣ ପତ୍ର ଦେଇ ନିମନ୍ତ୍ରଣ କରାଯାଇଛି ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ପାଇଁ ନିମନ୍ତ୍ରଣ ପତ୍ର ନେଇ ଆଜି ସନ୍ଧ୍ୟାରେ କଟକ ସର୍କିଟ୍‌ ହାଉସରେ ପହଞ୍ଚି ଥିଲେ ପୁରୀ ଶ୍ରୀମନ୍ଦିରର 3 ଦଇତାପତି । କଟକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଦଇତାପତିଙ୍କୁ ପାରମ୍ପରିକ ବାଦ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଥିଲା । ଦଇତାପତି ଜିତେନ୍ଦ୍ର ଦାସ ମହାପାତ୍ର, ଭଗବାନ ଦାସ ମହାପାତ୍ର ଓ ରାମାନନ୍ଦ ଦାସ ମହାପାତ୍ର ଆସି କଟକ ଚଣ୍ଡୀ ମନ୍ଦିର ଓ ନିଆଳି ମାଧବଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ନିମନ୍ତ୍ରଣରେ ମହାପ୍ରଭୁଙ୍କ ମହାପ୍ରସାଦ, ବାନା, କ୍ୟାଲେଣ୍ଡର ଓ ନିମନ୍ତ୍ରଣ ପତ୍ର ଦିଆଯାଇଥିଲା । ଚଣ୍ଡୀ ମନ୍ଦିର ପକ୍ଷରୁ ମନୋଜ ପଣ୍ଡା, ବିକ୍ରମ ପଣ୍ଡା, ଶୁକଦେବ ପଣ୍ଡା, ରାମଚନ୍ଦ୍ର ପଣ୍ଡା, ରଂଜିତ ପଣ୍ଡା ପତ୍ର ଗ୍ରହଣ କରିଥିଲେ । ସେପଟେ ନିଆଳି ମାଧବାନନ୍ଦ ଜୀଉ ମନ୍ଦିର ପକ୍ଷରୁ ଦେବାଶିଷ ପୁଷ୍ପାଳକ, ସୁରେଶ ପୁଷ୍ପାଳକ, ତ୍ରିଲୋଚନ ପୁଷ୍ପାଳକ, କୃଷ୍ଣ ଚନ୍ଦ୍ର ପୁଷ୍ପାଳକ ଓ ମନୋଜ ପୁଷ୍ପାଳକ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ, ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ଲୋକ ସମ୍ପକ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ସହକାରୀ ଅଭିରାମ ଦାସ ପୁରୀ ସହକାରୀ ଜିଲ୍ଲାପାଳ ବିବେକାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପରିକ୍ରମା ପ୍ରକଳ୍ପ: ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ସେବାୟତ

କଟକ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ପୁରୀ ମନ୍ଦିର ପ୍ରଶାସନଙ୍କୁ ଜିଲ୍ଲାର 299 ମନ୍ଦିରର ତାଲିକା ଦିଆଯାଇଛି । ସେମାନେ ପର୍ଯ୍ୟାୟ କ୍ରମେ ସମସ୍ତ ମନ୍ଦିରକୁ ନିମନ୍ତ୍ରଣ କରିବେ । ପ୍ରଥମେ ଉଦଘାଟନ ପାଇଁ ଦୁଇ ଟି ମନ୍ଦିରରୁ ଦୁଇ ଜଣ କରି ସେବାୟତଙ୍କୁ ଜଣେ ନୋଡାଲ ଅଫିସରଙ୍କ ମାଧ୍ୟମରେ ଏହି କାର୍ଯ୍ୟରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯିବ ବୋଲ ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି । ଜାନୁଆରୀ ମାସ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ । ତେଣୁ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ମଠ ମନ୍ଦିରମାନଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଉଛି । ଆଜି କଟକରେ ନିମନ୍ତ୍ରଣ ପତ୍ର ଦିଆଯିବା ପରେ ଆସନ୍ତା କାଲି ଯାଜପୁର ମା’ ବିରଜାଙ୍କ ମନ୍ଦିରରେ ନିମନ୍ତ୍ରଣ ପତ୍ର ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ସେବାୟତ ପ୍ରତିନିଧି ଦଳ । ସେହିଭଳି ନିମନ୍ତ୍ରଣ ପତ୍ରକୁ ଗ୍ରହଣ କରିବା ସହ ବେଶ ଉତ୍ସାହିତ ହୋଇଥିଲେ ଉଭୟ କଟକ ଚଣ୍ଡୀ ଓ ମାଧବ ମନ୍ଦିରର ସେବାୟତ ମାନେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.