ETV Bharat / state

ଜଗତପୁର ଅଗ୍ନିକାଣ୍ଡ ଘଟଣାର ତନାଘନା ଆରମ୍ଭ

author img

By ETV Bharat Odisha Team

Published : Sep 10, 2023, 8:19 AM IST

ଜଗତପୁର ସ୍ଥିତ ନଜରପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଶ୍ରମିକ ଥଇଥାନ ପରେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ

investigation underway on fire mishap
ଜଗତପୁରରେ ଅଗ୍ନିକାଣ୍ଡ

ଜଗତପୁରରେ ଅଗ୍ନିକାଣ୍ଡ

କଟକ: ଜଗତପୁର ସ୍ଥିତ ନଜରପୁରରେ ଭୟାବହ ଅଗ୍ନିକାଣ୍ଡ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଅଗ୍ନିକାଣ୍ଡ କିପରି ଘଟିଲା ସେନେଇ ଚାଲିଛି ତନାଘନା । ନିଆଁ ଲାଗିବା ଫଳରେ 40ରୁ ଊର୍ଦ୍ଧ୍ବ କଣ୍ଟେନର ପୋଡି ପାଉଁଶ ହୋଇଛି । ବର୍ତ୍ତମାନ ସମସ୍ତ ଶ୍ରମିକମାନଙ୍କୁ ନିକଟସ୍ଥ ଏକ ସ୍କୁଲ ଘରେ ଥଇଥାନ କରାଯାଇଛି । ଅନ୍ୟପଟେ ଏଲ ଆଣ୍ଡ ଟିର ଅଧିକାରୀଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଛି । ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି,"ଜଗନ୍ନାଥଙ୍କ କୃପାରୁ କାହାର ବିଶେଷ କ୍ଷତି ହୋଇନାହିଁ । ସେହି ସମୟରେ ଶ୍ରମିକଙ୍କ ଡ୍ୟୁଟି 9ଟା ସମୟରେ ଶେଷ ହେଉଥିବାବେଳେ ଏହି ଅଗ୍ନିକାଣ୍ଡଟି 8ଟାରେ ଘଟିଥିଲା । ତେଣୁ ମହାପ୍ରଭୁଙ୍କ ଅପାର କରୁଣାରୁ ସେମାନେ ବଡ଼ ଅଘଟଣରୁ ବଞ୍ଚି ଯାଇଛନ୍ତି। ତେବେ ଆଗକୁ ଯେପରି ଏହିଭଳି ଅଗ୍ନିକାଣ୍ଡ ଘଟଣା ନ ଘଟିବ ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରଯାଉଛି ।"

ସେପଟେ "ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି" ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ତେବେ ସିଲଭରସିଟି ଉପରକୁ ଆସିଥିବା ଏକ ବଡ଼ ବିପଦ ଟଳିଛି । ଶୁକ୍ରବାର କଟକର ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାବେଳେ ଅଳ୍ପକେ ବର୍ତ୍ତିଛନ୍ତି ଶ୍ରମିକ । ନଜରପୁର ଅଞ୍ଚଳରେ ଏଲ ଆଣ୍ଡ ଟି ଶ୍ରମିକଙ୍କ ଅସ୍ଥାୟୀ ଘରମାନଙ୍କରେ ଲାଗିଥିଲା ନିଆଁ । ସଟସର୍କିଟ ଯୋଗୁଁ ନିଆଁ ଲାଗିଛି ବୋଲି ସନ୍ଦେହ କରାଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ତେବେ ନିଆଁର ପ୍ରକୋପ ଏତେ ଥିଲା ଯେ, ଜଗତପୁର ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା। ଏହି ନିଆଁକୁ ଲିଭାଇବା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିଲେ।

ଏହା ବି ପଢନ୍ତୁ...ନଜରପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 40ରୁ ଊର୍ଦ୍ଧ୍ବ କଣ୍ଟେନର

ଏହା ବି ପଢନ୍ତୁ...ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲେ ମେଡିକାଲ କର୍ମଚାରୀ

ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । 40ରୁ ଉର୍ଦ୍ଧ୍ବ କଣ୍ଟେନରରେ ନିଆଁ ଲାଗି ପୋଡି ପାଉଁଶ ହୋଇଛି । 5ଟି ଦମକଳ ବାହିନୀର 40ରୁ ଉର୍ଦ୍ଧ୍ବ କର୍ମଚାରୀ ଘଟଣାସ୍ଥଳରେ ରହି ନିଆଁ ଲିଭା କାର୍ଯ୍ୟ କରିଥିଲେ। କିଛି ଘଣ୍ଟାର ବ୍ୟବଧାନ ପରେ ନିଆଁ ଆୟତ୍ତ ହୋଇଥିଲା । ତେବେ ଏହି କଣ୍ଟେନରରେ ରହୁଥିବା ସମସ୍ତ ଶ୍ରମିକ ଏସସିବି ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିଲେ ବୋଲି ଜଣାପଡିଛି । ସେମାନେ ଜଗତପୁରର ନଜରପୁରରେ ରହୁଥିଲେ। ପ୍ରାୟ 900ରୁ ଉର୍ଦ୍ଧ୍ବ ଶ୍ରମିକ ଏଠାରେ ରହୁଥିଲେ ବୋଲି ଜଣାପଡିଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.