ETV Bharat / state

ସାଇବର ଠକଙ୍କ ଠାରୁ ସାବଧାନ: ଟଙ୍କା ଡବଲ ନା’ରେ ଲୁଟି ନେଲେ 24 ଲକ୍ଷ

author img

By ETV Bharat Odisha Team

Published : Dec 9, 2023, 10:53 PM IST

ହୋଇ ଯାଆନ୍ତୁ ସାବଧାନ । ଜଗି ବସିଛନ୍ତି ସାଇବର ଲୁଟେରା । କଟକରେ ବୃଦ୍ଧି ପାଉଛି ସାଇବର ଠକାମୀ । ବିଟ କଏନ ଲୋଭରୁ ଗାୟବ ହୋଇଗଲା 24 ଲକ୍ଷ ଟଙ୍କା । ଆଗକୁ ପଢ଼ନ୍ତୁ,

ସାଇବର ଠକଙ୍କ ଠାରୁ ସାବଧାନ
ସାଇବର ଠକଙ୍କ ଠାରୁ ସାବଧାନ

ସାଇବର ଠକଙ୍କ ଠାରୁ ସାବଧାନ

କଟକ: ହୋଇ ଯାଆନ୍ତୁ ସାବଧାନ । ଜଗି ବସିଛନ୍ତି ସାଇବର ଲୁଟେରା । କଟକରେ ବୃଦ୍ଧି ପାଉଛି ସାଇବର ଠକାମୀ । ବିଟ କଏନ ଲୋଭରୁ ଗାୟବ ହୋଇଗଲା 24 ଲକ୍ଷ ଟଙ୍କା । ବ୍ୟକ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ କରି ବନ୍ଧୁତା ପରେ ଲୁଟିନେଲେ ମୋଟା ଅଙ୍କର ଟଙ୍କା । ଏନେଇ କଟକ ସାଇବର ଥାନାରେ ଏତେଲା। ବାରମ୍ବାର ଟାସ୍କ ଦେଇ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଲୁଟିନେଲେ ସାଇବର ଲୁଟେରା ।

ବିଟ କଏନରେ ଟଙ୍କା ଲଗେଇଲେ ଡବଲ ହେବାର ପ୍ରଲୋଭନ ଦେଖାଇ ଠକି ନେଇଗଲେ ଲକ୍ଷାଧିକ ଟଙ୍କା । ଲୋକଙ୍କୁ ଭଣ୍ଡୁରାଇ କିଭଳି ଏହାକୁ ବ୍ୟବହାର କରାଯିବ ସେ ଉପାୟ ତାଙ୍କୁ ଜଣା । ତେବେ କଟକର ସିଡିଏ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଏହି ଭଳି ପ୍ରଲୋଭନ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ତେବେ ଏହାର ବାସ୍ତବତା ନଜାଣି ଉକ୍ତ ବ୍ୟକ୍ତିଙ୍କ ଠାରୁ ବିଭିନ୍ନ ପର୍ଯ୍ୟୟରେ 24 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଘଟଣା ପରେ ସ୍ତାନୀୟ ସାଇବର ଥାନାରେ ଏତେଲା ହେବା ପରେ ତଦନ୍ତ ଆରମ୍ଭ କରିଛି ସାଇବର ଟିମ । ତେବେ ଉକ୍ତ ବ୍ୟକ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ ମଧ୍ୟମରେ ଲୁଟେରା ଟଙ୍କା ପ୍ରଲୋଭନ ଦେଖାଇଥିଲେ । ପରେ ଉକ୍ତ ବ୍ୟକ୍ତି ସହ ସମ୍ପର୍କରେ ଆସି ଶେଷରେ ଲୁଟିନେଲେ ମୋଟା ଅଙ୍କର ଟଙ୍କା ।

ଏହା ମଧ୍ୟ ପଢ଼ନ୍ତୁ....ଟଙ୍କା ପଛରେ କିଏ ? ତଦନ୍ତକାରୀ ସଂସ୍ଥା ବାହାର କରୁ ପ୍ରକୃତ ତଥ୍ୟ

ପୂର୍ବରୁ ମଧ୍ୟ କଟକ ସହରରେ ବିଟ କଏନ କିଣିବା ଲୋଭରେ ଫସି ୪୫ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିଲେ ଦୁଇ ଆଇଟି ଯୁବକ । ଉଭୟ ଏକ ନକଲି ବିଟ କଏନ ୱେବସାଇଟରେ ଟଙ୍କା ଲଗାଇଥିବା ଏବଂ ଠକେଇର ଶିକାର ହୋଇଥିବା ନେଇ କଟକ କମିସନରେଟ ପୁଲିସର ସାଇବର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ବଡ଼ କଥା ହେଉଛି କି ବିଟକଏନ କାରବାର କରି ରାତାରାତି କୋଟିପତି ହେବା ସ୍ବପ୍ନ ଦେଖି ଉଭୟ ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ କରି ଏହି ଟଙ୍କା ଲଗାଇଥିଲେ। କଟକ ସିଡିଏ ଓ ପୁରୀଘାଟ ଅଞ୍ଚଳରେ ରହୁଥିବା ଏହି ଦୁଇ ଯୁବକଙ୍କୁ ସାଇବର ଠକମାନେ ପ୍ରଥମେ ଟେଲିଗ୍ରାମ ଆପର ଏକ ଲିଙ୍କ ପଠାଇଥିଲେ । ସେହି ଲିଙ୍କ ଜରିଆରେ ଏକ ବିଟକଏନ ୱେବସାଇଟରୁ ବିଟକଏନ କିଣିବା ପାଇଁ ପ୍ରଲୋଭିତ କରିଥିଲେ । ପରେ ଦୁଇ ଯୁବକ ଏଥିରେ ଟଙ୍କା ଲଗାଇଥିଲେ । ଉଭୟ ଟେଲିଗ୍ରାମ୍ ଓ ହ୍ବାଟସଆପ୍ ଆକାଉଣ୍ଟ ଖୋଲିବା ପାଇଁ ସାଇବର୍ ଅପରାଧୀମାନେ ଭର୍ଚୁଆଲ୍ ଆକାଉଣ୍ଟ ଖୋଲିଥିବା ତଦନ୍ତରୁ ଜଣାପଡ଼ିଥିଲା । ତେବେ ପୂର୍ବରୁ ମଧ୍ୟ ଅନେକ ସାଇବର ଘଟଣା ସମ୍ନାକୁ ଆସିଥିବା ବେଳେ ଲୋକ ସଚେତନ ହେବାକୁ ନାରାଜ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.