ETV Bharat / state

ମୂର୍ତ୍ତୀ ଉଚ୍ଚତାକୁ ନେଇ ନ ମାନିଲେ ପ୍ରଶାସନ, ୧୩ରେ ବନ୍ଦ ରହିବ କଟକ: ବିଜେପି

author img

By

Published : Sep 6, 2021, 8:43 PM IST

ସିଲଭର ସିଟିରେ ପାର୍ବଣ ଋତୁକୁ ନେଇ ଦେଖାଦେଇଛି ବିବାଦ । ଗଣେଶ ପୂଜା ପୂର୍ବରୁ ପ୍ରଶାସନ ପକ୍ଷରୁ କୌଣସି ସମାଧାନର ରାସ୍ତା ନ ବାହାରିଲେ ବନ୍ଦ ରହିବ କଟକ ସହର । ଅଧିକ ପଢନ୍ତୁ...

ନ ମାନିଲେ ପ୍ରଶାସନ, ୧୩ରେ ବନ୍ଦ ରହିବ ସିଲଭର ସିଟି: ବିଜେପି
ନ ମାନିଲେ ପ୍ରଶାସନ, ୧୩ରେ ବନ୍ଦ ରହିବ ସିଲଭର ସିଟି: ବିଜେପି

କଟକ: ମୂର୍ତ୍ତୀ ଉଚ୍ଚତାକୁ ନେଇ କଟକରେ ଦେଖାଦେଇଛି ବିବାଦ । ଆସନ୍ତା 13 ତାରିଖରେ ବନ୍ଦ ରହିବ କଟକ ସହର । ଏନେଇ ଆଜି (ସୋମବାର) ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି । ତେବେ ମା ଦୁର୍ଗାଙ୍କ ମୂର୍ତ୍ତୀ ଉଚ୍ଚତାକୁ ନେଇ ଏହି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ବିଜେପି ।

ନ ମାନିଲେ ପ୍ରଶାସନ, ୧୩ରେ ବନ୍ଦ ରହିବ ସିଲଭର ସିଟି: ବିଜେପି

ରାଜ୍ୟରେ ଧୀରେ ଧୀରେ କୋଭିଡ ସ୍ଥିତିରେ ସୁଧାର ଆସୁଥିବାରୁ କଟକଣା ମୁକ୍ତ ହେବାକୁ ଯାଉଛି । ଏଥିଯୋଗୁଁ ରାଜ୍ୟରେ ଲକ ଡାଉନ ଓ ସଟ ଡାଉନ ମଧ୍ୟ ଉଠି ସାରିଛି । ସେପଟେ ଏଭଳି ସ୍ଥିତିରେ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ କଟକର ଧାର୍ମିକ ଭାବନାକୁ କୁଠାରଘାତ କରିଛି । ଯଦି ଏ ଦିଗରେ ସରକାର ଗଣେଶ ପୂଜା ପୂର୍ବରୁ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ବନ୍ଦ ଡାକରାକୁ କେହି ଅଟକାଇ ପାରିବେନି ବୋଲି ଚେତାବନୀ ଦେଇଛି ଜିଲ୍ଲା ବିଜେପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.