ETV Bharat / state

Hockey World Cup: ଉଦଘାଟନୀରେ ମୁଖ୍ୟ ଭୂମିକା ଗ୍ରହଣ କରିବ କଟକ ପୂଜା ଓ ଶାନ୍ତି କମିଟି

author img

By

Published : Jan 3, 2023, 10:01 PM IST

ହକି ବିଶ୍ବକପ ନେଇ ଓସିଏ ସଭାପତିଙ୍କ ବୈଠକ
ହକି ବିଶ୍ବକପ ନେଇ ଓସିଏ ସଭାପତିଙ୍କ ବୈଠକ

ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ହକି ବିଶ୍ବକପର ସଫଳ ଆୟୋଜନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

Hockey World Cup : ଉଦଘାଟନୀ ଉତ୍ସବ ନେଇ ଓସିଏର ବୈଠକ

କଟକ: ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପର ମେଗା ଉଦଘାଟନୀ ଉତ୍ସବ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ । ଉଦଘାଟନୀ କାର୍ଯ୍ୟକ୍ରମକୁ ଅଧିକ ସଫଳ ଓ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛି ଓସିଏ । ଏହି ଉଦଘାଟନୀ ଉତ୍ସବରେ କଟକ ମହାନଗର ପୂଜା କମିଟି, କଟକ ମହାନଗର ଶାନ୍ତି କମିଟି, କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ସାମିଲ ରହିବେ । ହକି ମହାକୁମ୍ଭର ଉଦଘାଟନୀ ସମାରୋହକୁ କିଭଳି ସଫଳ ଭାବରେ ଆୟୋଜନ କରାଯାଇପାରିବ ସେନେଇ ଓସିଏ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆଜି (ମଙ୍ଗଳବାର) ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ହକି ବିଶ୍ବକପର ଉଦଘାଟନୀ ଉତ୍ସବକୁ କିଭଳି ସଫଳ ଭାବରେ ଆୟୋଜନ କରାଯିବ ସେ ବାବଦରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସବୁ ପୂଜା କମିଟି ଓ ଶାନ୍ତି କମିଟି କର୍ମକର୍ତ୍ତା, ଓସିଏ ସମ୍ପାଦକ ସଞ୍ଜୟ ବେହେରା, କଟକ ମହାନଗର ପୂଜା କମିଟିର ସମ୍ପାଦକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ ହକି ବିଶ୍ବ କପର ଉଦଘାଟନୀ ଉତ୍ସବ ଯେପରି ବିଶ୍ଵସ୍ତରୀୟ ହେବ ସେଥି ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ରହିଛି । ସେପଟେ କଟକ ମେୟର ସୁବାସ ସିଂହ କହିଛନ୍ତି ହକି ବିଶ୍ବକପ କଟକର ମର୍ଯ୍ୟାଦା ଓ ଗାରିମାକୁ ଆହୁରି ଆଗକୁ ନେବାର ସହାୟକ ହେବ ।

ହକି ବିଶ୍ବକପ ପାଇଁ ଆଉ କିଛି ଦିନର ଅପେକ୍ଷା । ଜାନୁଆରୀ 13ରୁ ଆରମ୍ଭ ହେବ ହକି ମହାକୁମ୍ଭ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ହକି ବିଶ୍ବ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବେ । ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.