ETV Bharat / state

ବାଲିରେ ବାଲିଯାତ୍ରାକୁ ମୋଦିଙ୍କ ପ୍ରଶଂସା, ଧନ୍ୟବାଦ ଜଣାଇଲେ ହକି ଇଣ୍ଡିଆ ସଭାପତି

author img

By

Published : Nov 16, 2022, 9:39 AM IST

ବାଲିରେ ବାଲିଯାତ୍ରାକୁ ମୋଦିଙ୍କ ପ୍ରଶଂସା, ଧନ୍ୟବାଦ ଜଣାଇଲେ ହକି ଇଣ୍ଡିଆ ସଭାପତି
ବାଲିରେ ବାଲିଯାତ୍ରାକୁ ମୋଦିଙ୍କ ପ୍ରଶଂସା, ଧନ୍ୟବାଦ ଜଣାଇଲେ ହକି ଇଣ୍ଡିଆ ସଭାପତି

ଜମୁଛି ପ୍ରସିଦ୍ଧ କଟକ ବାଲିଯାତ୍ରା । ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କଟକ ବାଲିଯାତ୍ରାର ଅଷ୍ଟମ ଦିନରେ ଯୋଗ ଦେଇଛନ୍ତି । ବାଲିଯାତ୍ରାରେ ଥିବା ହକି ଷ୍ଟଲ ବୁଲିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ । ଅଧିକ ପଢନ୍ତୁ

କଟକ: ଜମୁଛି ପ୍ରସିଦ୍ଧ କଟକ ବାଲିଯାତ୍ରା । ଐତିହାସିକ ବାଲିଯାତ୍ରାର ମଜା ନେଇଛନ୍ତି ଦର୍ଶକ । ଦିନ ଯେତିକି ସରୁଛି ଭିଡ ସେତିକି ଜମୁଛି । ଲୋକମାନଙ୍କ ଇଚ୍ଛାକୁ ଦେଖି ବାଲିଯାତ୍ରା ଅବଧି ଗୋଟିଏ ଦିନ ବୃଦ୍ଧି କରାଯାଇଛି । ବାଲିଯାତ୍ରାର ଅଷ୍ଟମ ଦିନରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଯୋଗ ଦେଇଥିଲେ । ବାଲିଯାତ୍ରାରେ ହୋଇଥିବା ହକି ଷ୍ଟଲ ବୁଲି ଦେଖିଥିଲେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ । ଏହି ସମୟରେ ପ୍ରତିକ୍ରିୟା ରଖି ବାଲିଯାତ୍ରାକୁ ପ୍ରଶଂସା କରିବା ସହିତ ଇଣ୍ଡୋନେସିଆର ବାଲିରେ ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରା ବିଷୟରେ କହିଥିବାକୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ହକି ଇଣ୍ଡିଆ ସଭାପତି ।

ବାଲିରେ ବାଲିଯାତ୍ରାକୁ ମୋଦିଙ୍କ ପ୍ରଶଂସା, ଧନ୍ୟବାଦ ଜଣାଇଲେ ହକି ଇଣ୍ଡିଆ ସଭାପତି

ଷ୍ଟଲ ବୁଲିବା ସମୟରେ କଟକ ବାଲିଯାତ୍ରାର ଐତିହ ଓ ଇତିହାସକୁ ନେଇ ଜି-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବିଶ୍ୱ ସ୍ତରରେ କଟକ ବାଲିଯାତ୍ରାକୁ ସ୍ୱତନ୍ତ୍ରତା ପ୍ରଦାନ କରିଥିବା କହିଛନ୍ତି ହକି ଇଣ୍ଡିଆ ସଭାପତି । ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲୀପ ତିର୍କୀ । ହଜାର ବର୍ଷର ପୁରୁଣା ସହରରେ ନୌବାଣିଜ୍ୟ କାରବାର ସମୟରୁ ଏହି ପ୍ରଥା ରହି ଆସିଛି । ଯାହା ସର୍ଵଦା ଇତିହାସର ସ୍ଵର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ।

ଆସନ୍ତା ବର୍ଷ ଅର୍ଥାତ 2023ରେ ଓଡିଶାରେ ହକି ବିଶ୍ୱକପ ହେବାକୁ ଯାଉଛି । ହକି ବିଶ୍ବକପକୁ ଆଉ ମାତ୍ର 60 ଦିନ ରହିଛି । ବିଶ୍ବକପର ପ୍ରମୋସନ ପାଇଁ ବାଲିଯାତ୍ରାରେ ହକି ଷ୍ଟଲ କରାଯାଇଛି । ହକି ଇଣ୍ଡିଆ ସଭାପତି ମଙ୍ଗଳବାର ବାଲିଯାତ୍ରା ପଡିଆରେ ରଥିବା ହକି ଷ୍ଟଲ ବୁଲିଥିବା ଦେଖିବାକୁ ମିଳିଛି । ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ବାଲିଯାତ୍ରା ପଡ଼ିଆରେ ଲଗା ଯାଇଛି ଷ୍ଟଲ । ଯାହାକୁ ଦେଖିବା ପାଇଁ ସବୁ ସମୟରେ ଭିଡ଼ ଲାଗୁଛି । ମୁଖ୍ୟମନ୍ତ୍ରୀଙ୍କ ହକି କ୍ରୀଡା ପ୍ରତି ଯେଉଁ ଭଲ ପାଇବା ରହିଛି ସେଥିପାଇଁ ରାଜ୍ୟରେ ଆଉ ଏକ ବିଶ୍ୱକପ ହେବାକୁ ଯାଉଛି । ଯାହା ରାଜ୍ୟର କ୍ରୀଡା ଦିଗକୁ ଆହୁରି ବିକାଶ ପଥ ରେ ଆଗେଇ ନେବା ଏହାର ଲକ୍ଷ୍ୟ ।

ଏହା ବି ପଢନ୍ତୁ...G-20 Summit: ଇଣ୍ଡୋନେସିଆରେ ବାଲିଯାତ୍ରାକୁ ମନେ ପକାଇଲେ ମୋଦି

ପ୍ରକାଶ ଥାଉକି, ଇଣ୍ଡୋନେସିଆର ବାଲିଦ୍ବୀପ ଠାରେ ଅନୁଷ୍ଠିତ 17ତମ ଜି-20 ଶିଖର ସମ୍ମିଳନୀରେ କଟକ ବାଲିଯାତ୍ରା କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ । ଏହି ସମ୍ମିଳନୀରେ ଓଡ଼ିଶାରେ ଚାଲୁଥିବା ଐତିହାସିକ ବାଲିଯାତ୍ରାକୁ ମନେ ପକାଇ ସାଧବ ପୁଅମାନେ ବଣିଜ ପାଇଁ ଇଣ୍ଡୋନେସିଆର ଜାଭା, ସୁମାତ୍ରାକୁ ଆସୁଥିବା କଥା କହିଥିଲେ ପ୍ରଧାନମନ୍ତ୍ରୀ ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.