ETV Bharat / state

କଟକରେ ରାସ୍ତାଘାଟ ସମସ୍ୟା ନେଇ କ୍ଷୁବ୍ଧ ହାଇକୋର୍ଟ, ୨୭ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Oct 13, 2023, 4:41 PM IST

କଟକରେ ରାସ୍ତାଘାଟ ସମସ୍ୟା ନେଇ କ୍ଷୁବ୍ଧ ହାଇକୋର୍ଟ
କଟକରେ ରାସ୍ତାଘାଟ ସମସ୍ୟା ନେଇ କ୍ଷୁବ୍ଧ ହାଇକୋର୍ଟ

ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ କଟକରେ ରାସ୍ତାଘାଟ ସମସ୍ୟା ନେଇ କ୍ଷୁବ୍ଧ ହେଲେ ହାଇକୋର୍ଟ । ଆସନ୍ତା ୨୭ ତାରିଖ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

କଟକରେ ରାସ୍ତାଘାଟ ସମସ୍ୟା ନେଇ କ୍ଷୁବ୍ଧ ହାଇକୋର୍ଟ

କଟକ: ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା । ହେଲେ ଏ ଯାଏଁ କଟକ ସହରର ରାସ୍ତାଘାଟ ମରାମତି ନହେବା ନେଇ କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ । ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନେଜ ମାମଲାରେ ଆଜି ହାଇକୋର୍ଟରେ ହାଜର ହୋଇଥିଲେ ବିଭିନ୍ନ ବିଭାଗର ୯ ଜଣ ଅଧିକାରୀ । ସିଟି ଇଞ୍ଜିନିୟର, ଗେଲ ପ୍ରବନ୍ଧକ, ଔଟକୋ, ଆରଆଣ୍ଡବିଙ୍କ ସମେତ ୯ ଜଣ ଅଧିକାରୀ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଜର ହୋଇଥିଲେ । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ବିଭାଗକୁ କଡା ତାଗିଦ କରିଛନ୍ତି । ଆସନ୍ତା ୨୭ ତାରିଖ ସୁଦ୍ଧା ସହରର ରାସ୍ତା ଗୁଡିକର ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏନେଇ ଆସନ୍ତା ଶୁଣାଣି ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ନଭେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ସେହିପରି ଆସନ୍ତା ମାର୍ଚ୍ଚ ୨୦୨୪ ସୁଦ୍ଧା ସହରରେ ଚାଲିଥିବା ବକ୍ସଡ୍ରେନ କାର୍ଯ୍ୟ ଶେଷ କରାଯିବ ବୋଲି ଆମିକସକ୍ୟୁରୀ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଜାଇକା ପ୍ରକଳ୍ପ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଆସନ୍ତା ଶୁଣାଣି ସୁଦ୍ଧା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: କଟକରେ ରାସ୍ତାଘାଟ ସମସ୍ୟା, ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ସହରର ରାସ୍ତା ଓ ଡ୍ରେନ୍ ନିର୍ମାଣ, ମରାମତି ପାଇଁ ବିଭିନ୍ନ ବିଭାଗର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ ସମୟସୀମା ଧାର୍ଯ୍ୟ କରାଯାଇଥାଏ । ଯାହାକୁ ନେଇ କୋର୍ଟ କଡା ଆଭୁମୁଖ୍ୟ ଗ୍ରହଣ କରିଛନ୍ତି । ତେବେ କର୍ତ୍ତୃପକ୍ଷଙ୍କ ଇଚ୍ଛା ଅନୁସାରେ ସମୟସୀମା ଧାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ପୂର୍ବ ଶୁଣାଣିରେ କହିଥିଲେ । ବିଭାଗୀୟ କର୍ତ୍ତୃପକ୍ଷ ନିର୍ମାଣଧିନ କାର୍ଯ୍ୟ ଶେଷ କରିବା ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ସବୁଠାରୁ ବଡ଼ କଥା ହେଉଛି ସିଏମସି ସିଟି ଇଞ୍ଜିନିୟରଙ୍କ ପକ୍ଷରୁ ଏନେଇ ଯେଉଁ ସତ୍ୟପାଠ ଦାଖଲ କରାଯାଇଛି ତାହା ସଂପୂର୍ଣ୍ଣ କାଳ୍ପନିକ ବୋଲି କୋର୍ଟ ଅନୁଭବ କରିଛନ୍ତି । ସେହିପରି ବିଭିନ୍ନ କାର୍ଯ୍ୟ ଶେଷ କରିବା ପାଇଁ କିପରି ସମୟସୀମା ଧାର୍ଯ୍ୟ କରାଯାଇଛି, ସେନେଇ ପରବର୍ତ୍ତୀ ଶୁଣାଣି ସମୟରେ ସ୍ପଷ୍ଟୀକରଣ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକ୍ରମେ ଆଜି ସିଏମସି ସିଟି ଇଞ୍ଜିନିୟର, ଗେଲ ପ୍ରବନ୍ଧକ, ଔଟକୋ, ଆରଆଣ୍ଡବିଙ୍କ ସମେତ ୯ ଅଧିକାରୀ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.