ETV Bharat / state

ଲଘୁଚାପ ବର୍ଷାରେ ଜଳମଗ୍ନ କଟକର ତଳିଆ ଅଞ୍ଚଳ

author img

By

Published : Aug 26, 2020, 8:43 PM IST

ଲଘୁଚାପଜନିତ ବର୍ଷାରେ ଜଳମଗ୍ନ କଟକର ତଳିଆ ଅଞ୍ଚଳ
ଲଘୁଚାପଜନିତ ବର୍ଷାରେ ଜଳମଗ୍ନ କଟକର ତଳିଆ ଅଞ୍ଚଳ

କଟକର କାଜିବଜାର, ବୁଢ଼ୀଠାକୁରାଣୀ ଲେନ,ରୋଭରଷ୍ଟ୍ରିଟ ଆଦି ଅଞ୍ଚଳରେ ଆଣ୍ଠୁଏ ପାଣି ଜମି ରହିଛି। ସଠିକ ଭାବରେ ପଙ୍କଉଦ୍ଧାର ହୋଇନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

କଟକ: ଲଘୁଚାପଜନିତ ବର୍ଷାରେ ଜଳମଗ୍ନ କଟକର ତଳିଆ ଅଞ୍ଚଳ। ବିଶେଷକରି ସହରର କାଜିବଜାର, ବୁଢ଼ୀଠାକୁରାଣୀ ଲେନ, ରୋଭରଷ୍ଟ୍ରିଟ ଆଦି ଅଞ୍ଚଳରେ ଆଣ୍ଠୁଏ ପାଣି ଜମି ରହିଛି। ସଠିକ ଭାବରେ ପଙ୍କଉଦ୍ଧାର ହୋଇନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

ଲଘୁଚାପଜନିତ ବର୍ଷାରେ ଜଳମଗ୍ନ କଟକର ତଳିଆ ଅଞ୍ଚଳ

ପ୍ରତ୍ୟେକ ବର୍ଷ ଏହି ସବୁ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜୁଥିଲେ ବି ସିଏମସି ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଉନଥିବା ସହର ବାସୀ ଅଭିଯୋଗ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ସହରରେ ଯେଉଁ ପ୍ରକଳ୍ପ କାମ କରାଯାଉଛି ତାହା ସଠିକ ଭାବରେ କରାଯାଉନଥିବାରୁ ଏଭଳି ସମସ୍ୟା ଦେଖାଯାଉଛି। ତେବେ ଏଥିପ୍ରତି ନଜର ଦେବାକୁ ସହରବାସୀ ଦାବି କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.