ବର୍ଷାଙ୍କ ବିରୋଧରେ କିଏ ରଚୁଛି ଷଡ଼ଯନ୍ତ୍ର, ତଦନ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jan 21, 2023, 12:42 PM IST

ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ଅଭିଯୋଗ ମିଛ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ଅଭିଯୋଗ ମିଛ । ଏବେ ବିଭିନ୍ନ ଥାନାରେ ହୋଇଥିବା ଏହିଭଳି ସମାନ ଧରଣର ଅଭିଯୋଗ ପଛର କାରଣ ଖୋଜିବ ପୋଲିସ । ଅଧିକ ପଢନ୍ତୁ

କଟକ: ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ବିଗତ ଦିନରେ ବିଭିନ୍ନ ଥାନାରେ ଏତଲା ଦିଆଯାଇଥିଲା । କେତେବେଳେ ଜାତିଆଣ ଆକ୍ଷେପ ତ ଆଉ କେତେବେଳେ ତାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଥିଲା । ନିକଟରେ ଅଭିନେତ୍ରୀ ବର୍ଷା ନୀଳାଦ୍ରି ବିହାର ଅଞ୍ଚଳରେ ଜଣେ ମହିଳାଙ୍କୁ ଗାଳି ଦେବା ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ମହିଳା ଜଣକ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ତେବେ ଏହି ଏତଲା ମିଛ ଓ ଭିତ୍ତିହୀନ ବୋଲି ସରକାରୀ ଓକିଲ ହାଇକୋର୍ଟଙ୍କୁ ଜଣାଇଛନ୍ତି । ଯାହାଫଳରେ ଏହିଭଳି ଅନ୍ୟ ଏତଲାର ସତ୍ୟାସତ୍ୟ ଖୋଜିବା ପାଇଁ କୋର୍ଟ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ କିଏ କରୁଛି ଚକ୍ରାନ୍ତ ? ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ରଚାଯାଉଛି କି ? କିଏ ଏବଂ କାହିଁକି ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ଏତଲା ଦେଉଛି ? ଏଣିକି ତାଙ୍କ ବିରୋଧରେ ଭୁବନେଶ୍ଵରର ବିଭିନ୍ନ ଥାନାରେ ହୋଇଥିବା ଏତଲା ପଛର କାରଣ ଖୋଜିବ କମିଶନରେଟ ପୋଲିସ । ଏନେଇ ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ଷାଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ଅଭିଯୋଗ ପଛର କାରଣ ଖୋଜିବ ପୋଲିସ । ଚନ୍ଦ୍ରଶେଖରପୁର ଥାନାରେ ଦିଆଯାଇଥିବା ଏତଲା ମିଛ ଓ ଭିତ୍ତିହୀନ ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଛନ୍ତି । ଏହାସହ ଚନ୍ଦ୍ରଶେଖରପୁର ଥାନାରେ ଦିଆଯାଇଥିବା ଏତଲା ନେଇ ଆଉ ଅଗ୍ରଗତି ଚାହୁଁ ନାହାନ୍ତି ବୋଲି ଆବେଦନକାରୀ ମହିଳା ଜଣକ ଲିଖିତ ଭାବେ ପୋଲିସକୁ ଜଣାଇଛନ୍ତି । ତେବେ ସମାନ ଢଙ୍ଗରେ ସହିଦ ନଗର ଥାନାରେ ବର୍ଷାଙ୍କ ବିରୋଧରେ ଦିଆଯାଇଥିବା ଏତଲାର ସତ୍ୟତା ଖୋଜିବ ପୋଲିସ ।

ଏହାମଧ୍ୟ ପଢନ୍ତୁ: ବାଲେଶ୍ଵରରେ ପୁଣି ଲଜ୍ଜା, ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ

ଯଦି ଆବେଦନକାରୀ ମିଛ ମାମଲା କରିଥିବେ ତେବେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭୁବନେଶ୍ବର ଡିସିପିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.