ETV Bharat / state

ପୁରୀ ଘାଟ ଅଞ୍ଚଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

author img

By

Published : Dec 4, 2021, 3:44 PM IST

Cuttack Crime: ପୁରୀ ଘାଟ ଅଞ୍ଚଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
Cuttack Crime: ପୁରୀ ଘାଟ ଅଞ୍ଚଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

କଟକ ପୁରୀ ଘାଟ ଅଞ୍ଚଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର(half burnt dead body recovered ) । ମୃତକଙ୍କ ପରିଚୟ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

କଟକ: ପୁରୀ ଘାଟ ଅଞ୍ଚଳରେ ଚାଞ୍ଚଲ୍ୟ । ସ୍ଥାନୀୟ ନଦୀ ଘାଟରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

Cuttack Crime: ପୁରୀ ଘାଟ ଅଞ୍ଚଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟCuttack Crime: ପୁରୀ ଘାଟ ଅଞ୍ଚଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ସୂଚନା ଅନୁଯାୟୀ ଆଜି(ଶନିବାର) କଟକ ପୁରୀ ଘାଟ ଅଞ୍ଚଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ସ୍ଥାନୀୟ ଲୋକଙ୍କୁ ମଧ୍ୟ ଘଟଣା ନେଇ ପଚରା ଉଚରା କରୁଛି ପୋଲିସ । ସାଇଣ୍ଟଫିକ ଟିମ ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଗୋଟିଏ ସାଇକେଲ ଜବତ କରିଛି ପୋଲିସ । ତେବେ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରୁଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.