ETV Bharat / state

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: କଂଗ୍ରେସର ଉଚ୍ଚସ୍ତରୀୟ ତଦନ୍ତ ଦାବି

author img

By

Published : Dec 20, 2022, 1:53 PM IST

govind sahu killed by suicide
ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା

କଟକ: ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । ଗୋବିନ୍ଦଙ୍କ ପାଇଁ ରାଜ୍ୟ ସରକାର ଉତ୍ତରଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିଛି । ଜେଲରେ ମାନବାଧିକାର ଉଲ୍ଲଂଘନ କରାଯାଇ ଥିବା କହିଛନ୍ତି ଆଇନଜୀବୀ ତଥା କଂଗ୍ରେସ ପ୍ରବକ୍ତା ନିଶିକାନ୍ତ ମିଶ୍ର ।

ଏହି ମାମଲାର ନ୍ୟାୟିକ ତଦନ୍ତ ସହ ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବା ପାଇଁ କଂଗ୍ରେସ ଦାବି କରିଛି । ସେହିପରି ଘଟଣାର ଅନୁଧ୍ୟାନ ପାଇଁ କଂଗ୍ରେସର ଏକ ଟିମ୍ ଖୁବଶୀଘ୍ର ବଲାଙ୍ଗୀର ଜେଲ୍‌ ଯିବ ଓ ଯାଞ୍ଚ ରିପୋର୍ଟକୁ ପିସିସି ସଭାପତିଙ୍କୁ ପ୍ରଦାନ କରିବ ବୋଲି କହିଛନ୍ତି ନିଶିକାନ୍ତ ମିଶ୍ର । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । କଣ୍ଟାବାଞ୍ଜି ଜେଲ୍‌ ଭିତରେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମେଡିକାଲରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଆଜି JMFC କୋର୍ଟରେ ହାଜର ହେବାର ଥିଲା । ଏହାପୂର୍ବରୁ ଜୀବନ ହାରିଛନ୍ତି ଗୋବିନ୍ଦ ସାହୁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.