ETV Bharat / state

ବିଧାନସଭାରେ ଭୁଲ ତଥ୍ୟ ଦେଉଛନ୍ତି ରାଜ୍ୟ ସରକାର, ଅଭିଯୋଗ ଆଣିଲେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ

author img

By

Published : Mar 2, 2023, 10:21 PM IST

ବିଧାନସଭାରେ ଭୁଲ ତଥ୍ୟ ପ୍ରକାଶ କରୁଛନ୍ତି ରାଜ୍ୟ ସରକାର
ବିଧାନସଭାରେ ଭୁଲ ତଥ୍ୟ ପ୍ରକାଶ କରୁଛନ୍ତି ରାଜ୍ୟ ସରକାର

ବିଧାନସଭାରେ ଗୃହମନ୍ତ୍ରୀଙ୍କ ବିବୃତ୍ତି ଉପରେ ପ୍ରତିକ୍ରୀୟା ରଖିଲେ ପିସିସିର ମୁଖପାତ୍ର ନିଶିକାନ୍ତ ମିଶ୍ର। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ଗୃହମନ୍ତ୍ରୀ ତୁଷାରକାନ୍ତ ବେହେରା ଗୃହରେ ଯେଉଁ ତଥ୍ୟ ରଖିଥିଲେ ତାହା ମିଛ ବୋଲି ଅଭିଯୋଗ କରିଛନ୍ତି ପିସିସି ମୁଖପାତ୍ର। ଅଧିକ ପଢ଼ନ୍ତୁ

ବିଧାନସଭାରେ ଭୁଲ ତଥ୍ୟ ପ୍ରକାଶ କରୁଛନ୍ତି ରାଜ୍ୟ ସରକାର

କଟକ: ରାଜ୍ୟରେ ଗଠିତ ହୋଇଥିବା ତଦନ୍ତ କମିଶନଙ୍କ ଷ୍ଟାଟସ କଣ ? ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ ସରକାର କେତୋଟି ତଦନ୍ତ କମିଶନ ବସାଇଛନ୍ତି ? ଏବଂ କେତୋଟି ତଦନ୍ତ କମିଶନଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ହସ୍ତଗତ ହୋଇଛି ? ବିଧାନସଭାରେ ଗୃହମନ୍ତ୍ରୀ ଯେଉଁ ବିବୃତ୍ତି ରଖିଥଲେ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ପିସିସିର ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ।

ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ଗୃହମନ୍ତ୍ରୀ ତୁଷାରକାନ୍ତ ବେହେରା ଗୃହରେ ଯେଉଁ ତଥ୍ୟ ରଖିଥିଲେ ତାହା ମିଛ ବୋଲି ପିସିସି ମୁଖପାତ୍ର ଅଭିଯୋଗ କରିଛନ୍ତି । ମନ୍ତ୍ରୀ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ସରକର ପାଖାପାଖି ୧୩ ଟି କମିଶନ ବସାଇଛନ୍ତି । ସମସ୍ତ କମିଶନ ଙ୍କ ରିପୋର୍ଟ ହସ୍ତଗତ ହୋଇଛି । ଏବଂ ୫ ଟି କମିଶନଙ୍କ ରିପୋର୍ଟ କୁ ଛାଡିଲେ ବାକି ସମସ୍ତ କମିଶନଙ୍କ ରିପୋର୍ଟ କୁ ବିଧାନସଭା ରେ ଉପସ୍ଥାପନ କରାଯାଇଛି । ତେବେ ଏହି ତଥ୍ୟ ସମ୍ପର୍କରେ ରାଜ୍ୟ ସରକାର, ବିଧାନସଭାରେ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ନିଶିକାନ୍ତ ଅଭିଯୋଗ କରିଛନ୍ତି।

ପିପିଲି କମିଶନ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ମନ୍ତ୍ରୀ ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପିପିଲି ଗଣଦୁଷ୍କର୍ମ ଘଟଣା ତଦନ୍ତ ପାଇଁ ଗତ ୨୦୧୨ ମସିହାରେ ଜଷ୍ଟିସ ପିକେ ମହାନ୍ତି କମିଶନ ଗଠିତ ହୋଇଥିଲା। ଜଷ୍ଟିସ ଦାସ ପିପିଲି ଗଣ ଦୁଷ୍କର୍ମ ମାମଲାରେ ତଦନ୍ତ କରୁଥିଲେ। ୨୦୧୬ ମସିହାରେ ଜଷ୍ଟିସ ପିକେ ମହାନ୍ତି କମିଶନ ତାଙ୍କ ରିପୋର୍ଟ ଗୃହ ବିଭାଗ ରେ ଦାଖଲ କରିଥିଲେ।ତେବେ ଏଯାବତ ଜଷ୍ଟିସ ପିକେ ମହାନ୍ତିଙ୍କ ରିପୋର୍ଟ ବିଧାନସଭା ରେ ଉପସ୍ଥାପନ କରାଯାଇନାହିଁ ବୋଲି ନିଶିକାନ୍ତ ଅଭିଯୋଗ କରିଛନ୍ତି । ଅର୍ଥାତ ଏହି ତଦନ୍ତ ରିପୋର୍ଟ ରାଜ୍ୟ ଗୃହ ବିଭାଗକୁ ଦିଆ ଯାଇଥିବା ବେଳେ ଏହି ରିପୋର୍ଟ ବିଧାନସଭାରେ ଆଦୌ ଉପସ୍ଥାପିତ ହୋଇନାହିଁ ବୋଲି ନିଶିକାନ୍ତ ମିଶ୍ର କହିଛନ୍ତି ।

ଗତ ୨୭ ତାରିଖରେ ଗୃହ ରେ ମନ୍ତ୍ରୀ ଯେଉଁ ବିବୃତି ରଖିଥିଲେ ସେଥିରେ ସେ ତଥ୍ୟ ରଖିଥିଲେ ଯେ ଜଷ୍ଟିସ ପିକେ ମହାନ୍ତି କମିଶନ ଙ୍କ ରିପୋର୍ଟ ବିଧାନସଭା ରେ ଉପସ୍ଥାପନ କରାଯାଇଛି। ତେବେ ମନ୍ତ୍ରୀ ଯଦି କହୁଛନ୍ତି କି ଜଷ୍ଟିସ ପିକେ ମହାନ୍ତିଙ୍କ ରିପୋର୍ଟ ବିଧାନସଭା ରେ ଉପସ୍ଥାପିତ କରାଯାଇଛି, ତେବେ ସ୍ପଷ୍ଟୀକରଣ ଦିଅନ୍ତୁ କି କେଉଁ ତାରିଖରେ ପିପିଲି ଗଣ ଦୁଷ୍କର୍ମ ମାମଲାର ରିପୋର୍ଟ ବିଧାନସଭା ରେ ଉପସ୍ଥାପିତ କରାଯାଇଛି ?

ଏବଂ ଆକ୍ସନ ଟେକେନ୍ ରିପୋର୍ଟ ରେ କେଉଁ କେଉଁ ଦୋଷୀ ଙ୍କ ବିରୋଧରେ ରାଜ୍ୟସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ନିଶିକାନ୍ତ ଅଭିଯୋଗ କରିଛନ୍ତି। ଅର୍ଥାତ ମନ୍ତ୍ରୀ ଯଦି କହୁଛନ୍ତି କମିଶନ ରିପୋର୍ଟ ବିଧାନସଭାରେ ରିପୋର୍ଟ ଦେଇଛନ୍ତି ତେବେ ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର କହିଛନ୍ତି। ତେବେ ବିଧାନସଭା ରେ ରାଜ୍ୟ ସରକାର ମିଛ କହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ଗୃହରେ ମିଥ୍ୟା ତଥ୍ୟ ଉପସ୍ଥାପନ କରିବା ଦଣ୍ଡନୀୟ ଅପରାଧ । ସେଥିପାଇଁ ସରକାରଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ଆସିବ ଏବଂ ତାହା ବିରୋଧୀ ବିଧାୟକ ମାନେ ଆଣିବେ ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.