ETV Bharat / state

ଡାକ୍ତରଙ୍କ ଲୋଗୋ ଆଳରେ ଚାଲିଥିଲା ଦେଶୀ ମଦ କାରବାର, ପର୍ଦ୍ଦାଫାସ କଲା ଅବକାରୀ ବିଭାଗ

author img

By ETV Bharat Odisha Team

Published : Oct 19, 2023, 8:27 PM IST

ଡାକ୍ତରଙ୍କ ଲୋଗୋ ଆଳରେ ଚାଲିଥିଲାଦେଶୀ ମଦ କାରବାର, ପର୍ଦ୍ଦାଫାସ କଲା ଅବକାରୀ ବିଭାଗ
ଡାକ୍ତରଙ୍କ ଲୋଗୋ ଆଳରେ ଚାଲିଥିଲାଦେଶୀ ମଦ କାରବାର, ପର୍ଦ୍ଦାଫାସ କଲା ଅବକାରୀ ବିଭାଗ

କାରରେ ଡାକ୍ତରଙ୍କ ଲୋଗୋ ଲଗାଇ ଚୋରା ଦେଶୀ ମଦ କାରବାର, ଅବକାରୀ ବିଭାଗର ଚଢାଉ । ଗୋଟିଏ ଦିନରେ 2700 ଲିଟର ଦେଶୀ ମଦ ସହ 4 ଜଣଙ୍କୁ ଗିରଫ କରିଛି କଟକ ଅବକାରୀ ବିଭାଗ । ଅଧିକ ପଢନ୍ତୁ

ଡାକ୍ତରଙ୍କ ଲୋଗୋ ଆଳରେ ଚାଲିଥିଲାଦେଶୀ ମଦ କାରବାର, ପର୍ଦ୍ଦାଫାସ କଲା ଅବକାରୀ ବିଭାଗ

କଟକ: ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା । ଅପରାଧି ମାନେ ଦିନକୁ ଚୋରା କାରବାର କରିବା ପାଇଁ ଦିନକୁ ଦିନ ନୂଆ ନୂଆ ଉପାୟ ଅବଲମ୍ବନ କରିଥାନ୍ତି କିନ୍ତୁ ପୋଲିସ ହାତରେ ଧରା ମଧ୍ୟ ପଡିଥାନ୍ତି । ଏଭଳି ଏକ ବେଆଇନ ମଦ କାରବାର କରୁଥିବା ରାକେଟର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ । ଗୋଟିଏ କାରରେ ଡାକ୍ତରଙ୍କ ଲୋଗୋ ଲଗାଇ ଚୋରା ଦେଶୀ ମଦ କାରବାର କରୁ ଥିବା ଏକ ରାକେଟକୁ ଉପରେ ଚଢାଉ କରି 700 ଲିଟର ଦେଶୀ ମଦ ଜବତ କରିଛି ବିଭାଗ । ଏଥି ସହିତ ଗୋଟିଏ ଦିନରେ 2700 ଲିଟର ଦେଶୀ ମଦ ସହ 4 ଜଣଙ୍କୁ ଗିରଫ କରିଛି କଟକ ଅବକାରୀ ବିଭାଗ ।

ସୂଚନାଯୋଗ୍ୟ, କଟକ ଜୁଡିସିଆଲ ଏକାଡେମୀ ଛକ ନିକଟରେ କାରରେ ଡାକ୍ତରଙ୍କ ଲୋଗୋ ତଥା ଭୁବନେଶ୍ୱର ସ୍ଥିତ ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଷ୍ଟିକର ଲଗାଇ ଚୋରା ଦେଶୀ ମଦ କାରବାର କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଏହା ପରେ ସେହି ଗାଡିରୁ 700 ଲିଟର ଦେଶୀ ମଦ ଜବତ କରିବା ସହ ୨ଜଣକୁ ଗିରଫ କରାଯାଇଥିଲା । ପୂଜାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏକ ଏକ ସ୍ୱତନ୍ତ୍ର ସ୍ଵତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି । ଗତ 8 ଦିନରେ 80 ଜଣଙ୍କୁ ଚୋରା ନିଶା କରବାର ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଜବତ ହୋଇ ଥିବା ଦେଶୀ ରନ୍ଧା ମଦ, କଫସିରପ, ବ୍ରାଉନସୁଗାର , ବିଭିନ୍ନ ଅପମିଶ୍ରିତ ଅବକାରୀ ସାମଗ୍ରୀର ଆନୁମାନିକ ମୂଲ୍ୟ 80 ଲକ୍ଷ ଟଙ୍କା ହେବ ବୋଲି କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ..ନକଲି ମଦ ରାକେଟ ଉପରେ ଚଢାଉ, ବିପୁଳ ପରିମାଣର ନକଲି ମଦ ସହ ଜଣେ ଗିରଫ

ତେବେ ଅବକାରୀ ଅଧିକ୍ଷକ କହିଛନ୍ତି ," ଗୋଟିଏ ଦିନରେ 2700 ଲିଟର ଦେଶୀ ମଦ ସହ 4 ଜଣଙ୍କୁ ଗିରଫ କରିଛି କଟକ ଅବକାରୀ ଟିମ । କଟକର ଆଠଗଡ଼ ଓ ତ୍ରିଶୂଳିଆ ଜୁଡିସିଆଲ ଏକାଡେମୀ ଛକରୁ ଏହି ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ପାର୍ବଣ ସମୟରେ ସ୍ଵତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ବିଭାଗ । ପୂଜାକୁ ଆଖି ଆଗରେ ରଖି ରାଜ୍ୟ ଅବକାରୀ କମିଶନରଙ୍କ ନିର୍ଦେଶ କ୍ରମେ ଏହି ଡ୍ରାଇଭ ଆରମ୍ଭ କରାଯାଇଛି । ଅକ୍ଟୋବର 10ରୁ ଆଜି ପର୍ଯ୍ୟନ୍ତ 90 ମାମଲା ରୁଜୁ କରିଛି କଟକ ଅବକାରୀ ବିଭାଗ । ଜିଲ୍ଲାରେ ଥିବା 9 ଟି ଅବକାରୀ ଷ୍ଟେସନରେ ଟିମ ଗଠନ ହୋଇ ଚଢ଼ାଉ ଜୋରଦାର କରାଯାଇଛି ।"

ଆହୁରୀ ମଧ୍ୟ କହିଛନ୍ତି," ଏଯାବତ 75 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ସେମାନଙ୍କଠୁ ଦେଶୀ ରନ୍ଧା ମଦ , କଫସିରପ , ବ୍ରାଉନସୁଗାର, ବିଭିନ୍ନ ଅପମିଶ୍ରିତ ଅବକାରୀ ସାମଗ୍ରୀ ଜବତ କରଯାଇଛି । ଏହାସହ ବାଇକ ,କାର ଅଟୋ ମଧ୍ୟ ଜବତ କରିଛି ବିଭାଗ । ଯାହାର ଆନୁମାନିକ ମୂଲ୍ୟ 85 ରୁ 90 ଲକ୍ଷ ହେବ । ତେବେ ଆସନ୍ତାକାଲିଠୁ ଦୁର୍ଗାପୂଜା କଟକରେ ଆରମ୍ଭ ହେଉଥିବା ବେଳେ ସହର ସମେତ ଜିଲାରେ 5ଟି କଣ୍ଟ୍ରୋଲ ରୁମ ଓ ଗୋଟିଏ ମୋବାଇଲ ୟୁନିଟ ଜିଲ୍ଲାରେ ଭ୍ରମଣ କରିବେ । "

ଯେହେତୁ ଆଠଗଡ଼, ତିଗିରିଆ ,ସାଲେପୁର ,ବଡ଼ମ୍ବା ନରସିହପୁର ଆଦି ଅଞ୍ଚଳରୁ ଅନେକ ସ୍ଥାନରେ ଦେଶୀ ରନ୍ଧା ମଦ ମିଲିଥାଏ । ଏହାକୁ ପୂଜା ସମୟରେ ସମ୍ପୂର୍ଣ୍ଣ ରୂପେ ବାରଣ କରିବା ପାଇଁ ଏପରି ଆକ୍ସନ ମୁଡକୁ ଆସିଛି ରାଜ୍ୟ ଅବକାରୀ ବିଭାଗ । କଟକରୁ ପ୍ରତିଦିନ ଗଞ୍ଜେଇ ,ବିଶେଷ ଭାବରେ ଜବତ ହଉଥାଏ । ଏହାଛଡା ବ୍ରାଉନ ସୁଗାର , ପୋଚ ଇତ୍ୟାଦି ମଧ୍ୟ ଜବତ ହୋଇଥାଏ। ତେଣୁ ଏହାକୁ ବର୍ତ୍ତମାନ ସମୟରେ ସମ୍ପୁର୍ଣ୍ଣ ରୂପେ ହଟାଇବା ପାଇଁ ଏପରି ଯୋଜନା କରିଛି କଟକ ଅବକାରୀ ବିଭାଗ ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.