ETV Bharat / state

ଇଭିଏମ ଓ ଭିଭିପାଟର ବ୍ୟବହାରକୁ ନେଇ ସଚେତନ ହେବେ ନାଗରିକ, ଜିଲ୍ଲା ପ୍ରଶାସନର ପ୍ରୟାସ

author img

By ETV Bharat Odisha Team

Published : Jan 18, 2024, 9:12 PM IST

ଇଭିଏମ ଓ ଭିଭିପାଟର ବ୍ୟବହାର
ଇଭିଏମ ଓ ଭିଭିପାଟର ବ୍ୟବହାର

EVM and VVPAT machine operational training : ନୂଆ ଭୋଟରଙ୍କୁ ଇଭିଏମ ଓ ଭିଭିପାଟର ବ୍ୟବହାର ସଂପର୍କରେ ସଚେତନ କରାଇବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ । ଅଧିକ ପଢ଼ନ୍ତୁ,

ଇଭିଏମ ଓ ଭିଭିପାଟର ବ୍ୟବହାର

କଟକ: ନୂଆ ଭୋଟରଙ୍କୁ ଇଭିଏମ ଓ ଭିଭିପାଟର ବ୍ୟବହାର ସଂପର୍କରେ ସଚେତନ କରାଇବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ । ଉଦଘାଟିତ ହୋଇଛି ଏକ ପ୍ରଦର୍ଶନୀ କେନ୍ଦ୍ର । ଇଭିଏମରେ ଭୋଟ ଦେବା ଏବଂ ଭୋଟର ବୈଧତା ନେଇ ପ୍ରଶିକ୍ଷଣ ଦିଆଯିବ । ଫେବ୍ରୁଆରୀ 29 ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ତଥା ପଞ୍ଚାୟତରେ ଚାଲିବ ଏହି କାର୍ଯ୍ୟକ୍ରମ ।

2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ଭୋଟରଙ୍କ ମଧ୍ଯରେ ଇଭିଏମ ଓ ଭିଭିପାଟର ବ୍ୟବହାର ସଂପର୍କରେ ସଚେତନତା ସୃଷ୍ଟି କରିବାକୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରଦର୍ଶନୀ କେନ୍ଦ୍ର ଉଦଘାଟିତ ହୋଇଛି । କଟକ ଜିଲ୍ଲାପାଳ ନରହରି ସେଠୀ ଏହାକୁ ଉଦଘାଟନ କରିଥିଲେ । ବିଶେଷ କରି ଯୁବ ଭୋଟରମାନେ ଏଠାକୁ ଆସି ଇଭିଏମରେ ଭୋଟ ଦେବା ଏବଂ ଭୋଟର ବୈଧତା ନେଇ ଜାଣି ପାରିବେ । ଏହି କାର୍ଯ୍ୟକ୍ରମ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫେବ୍ରୁଆରୀ 29 ପର୍ଯ୍ୟନ୍ତ ଚାଲିବ । ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସବୁଠି ଏହା ପ୍ରଦର୍ଶିତ କରାଯିବ । ଭୋଟଦାନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ଲକ୍ଷ ।

ଏହା ମଧ୍ୟ ପଢ଼ନ୍ତୁ... ସ୍କୁଲ କାନ୍ଥରେ ରହିବ ପିଏମ ପୋଷଣ ଯୋଜନାର ତଥ୍ୟ

ଏହାଛଡା 24 ନିର୍ବାଚନ ପାଇଁ କଟକ ଜିଲ୍ଲାର ଭୋଟର ତାଲିକା ସଂଶୋଧନ କରାଯାଇ ନୂତନ ଭୋଟର ତାଲିକା ପ୍ରକାଶ କରାଯାଇଛି । କଟକ ଜିଲ୍ଲାରେ 21 ଲକ୍ଷରୁ ଅଧିକ ମତଦାତା ଥିବାବେଳେ ଚୂଡାନ୍ତ ତାଲିକାରେ 83 ହଜାର ନୂଆ ଭୋଟର ଯୋଡି ହୋଇଛନ୍ତି ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ତେବେ ଆଗମୀ କିଛି ମାସ ମଧ୍ୟରେ ଆରମ୍ଭ ହେବ ନିର୍ବାଚନ । ତାହା ପୂର୍ବରୁ ପ୍ରସ୍ତୁତି ଦୃଷ୍ଟିକୋଣରୁ ଭୋଟର ମାନେ ଯେପରି ସେମନଙ୍କ ମତ ସାବ୍ୟସ୍ତ ସଠିକ ଢ଼ଙ୍ଗରେ କରି ପାରିବେ ତାହା ଉପରେ ବିଶେଷ ଭାବରେ ଫୋକସ କରୁଛନ୍ତି ରାଜ୍ୟ ସରକାର । କଟକ ଜିଲ୍ଲାର ଅନେକ ଅଞ୍ଚଳରେ ଭୋଟ ଦାନ ଉପରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ବାଣ୍ଟିବା ଦ୍ୱାରା ସେମାନେ ମଧ୍ୟ ସରକାର ଗଠନ କରିବାରେ ନିଜର ମତ ଦାନ କରିପାରିବେ । ଏଥିରେ କଟକ ଜିଲ୍ଲାର ସମସ୍ତ ପଞ୍ଚାୟତ ଏବଂ ବ୍ଲକରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ଯେପରି ସମସ୍ତେ ଏକତ୍ରିତ ହୋଇ ନିର୍ବାଚନରେ ସାମିଲ ହେଇପାରିବେ । ଏନେଇ ଏହା ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.