ETV Bharat / state

Exclusive Interview: ମାଟ୍ରିକ ପରୀକ୍ଷାରେ ତ୍ରୁଟି ଓ ପ୍ରଶ୍ନପତ୍ର ଲିକ୍‌, ଶୁଣନ୍ତୁ କଣ କହିଲେ ବୋର୍ଡ଼ ଉପସଭାପତି

author img

By

Published : Mar 20, 2023, 5:18 PM IST

Etv bharat Exclusive interview
Etv bharat Exclusive interview

ମାଟ୍ରିକ ପରୀକ୍ଷାରେ ତ୍ରୁଟିକୁ ନେଇ ରାଜ୍ୟରେ ବେଶ ସରଗରମ ରାଜନୀତି । ପ୍ରଶ୍ନପତ୍ର ଲିକ୍‌ ଓ ତ୍ରୁଟି ପ୍ରସଙ୍ଗକୁ ନେଇ ଇଟିଭି ଭାରତକୁ ଏସ୍କକ୍ଲ୍ୟୁସିଭ ପ୍ରତିକ୍ରିୟା ଦେଇଛନ୍ତି ବୋର୍ଡ଼ ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି । ଅଧିକ ପଢ଼ନ୍ତୁ

ମାଟ୍ରିକ ପରୀକ୍ଷାରେ ତ୍ରୁଟି ଓ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଇଟିଭି ଭାରତର ଏସ୍କକ୍ଲ୍ୟୁସିଭ ରିପୋର୍ଟ

କଟକ: ସରିଛି ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷାରେ ତ୍ରୁଟି ଓ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଇଟିଭି ଭାରତର ଏସ୍କକ୍ଲ୍ୟୁସିଭ ରିପୋର୍ଟ । ଇଟିଭି ଭାରତରେ ଏସ୍କକ୍ଲ୍ୟୁସିଭ ପ୍ରତିକ୍ରିୟା ଦେଇଛନ୍ତି ବୋର୍ଡ଼ ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୋର୍ଡ଼ ଉପସଭାପତି । ପୁରୀରୁ କୌଣସି ପ୍ରକାରର ପ୍ରଶ୍ନପତ୍ର ଲିକ୍ ହୋଇନାହିଁ । ଭାଇରାଲ ଘଟଣାର କୌଣସି ସତ୍ୟାସତ୍ୟ ନାହିଁ । ଯେଉଁ ଅଭିଯୋଗ ହେଉଛି ତାହା ଅପ୍ରାସଙ୍ଗିକ ବୋଲି ଉପସଭାପତି କହିଛନ୍ତି ।

ଅନ୍ୟପଟେ ପରୀକ୍ଷା ପତ୍ରରେ ତ୍ରୁଟିକୁ ନେଇ ଉପସଭାପତି କହିଛନ୍ତି, ‘‘ସମସ୍ତ B ସେଟ୍ ପ୍ରଶ୍ନ ପତ୍ରରେ ଏପରି ତ୍ରୁଟି ହୋଇନାହିଁ । ଯେଉଁ ପ୍ରଶ୍ନ ପତ୍ରରେ ତ୍ରୁଟି ହୋଇଛି ସେହି ପିଲାଙ୍କ ମୂଲାୟନ ସମୟରେ ତାଙ୍କ ସମସ୍ୟାର ସମାଧାନ କରାଯିବ । ପିଲାମାନେ ତଙ୍କର ମାର୍କ ଦେଖିବା ପରେ ସନ୍ତୁଷ୍ଟ ହେବେ, ଏହକୁ ନେଇ ଚିନ୍ତା କରିବାର କୌଣସି କରାଣ ନହିଁ ।" ମାଟ୍ରିକ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଆଜି ମଧ୍ୟ ସମସ୍ତ କେନ୍ଦ୍ରରେ ପରୀକ୍ଷା ଶୃଙ୍ଖଳିତ ଭାବରେ ଶେଷ ହୋଇଛି । କୌଣସି କେନ୍ଦ୍ରରେ ପରୀକ୍ଷା ଅନିୟମିତତା ହୋଇନାହିଁ । କିମ୍ବା କୌଣସି ଅଭିଯୋଗ ମଧ୍ୟ ଆସିନାହିଁ ।

ଆସନ୍ତା ମାସ ୩ ତାରିଖ ରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ । ମୂଲ୍ୟାୟନ ପାଇଁ ୫୬ ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ମୂଲ୍ୟାୟନ ପ୍ରକ୍ରିୟା ଠାରୁ ୧୨ ଦିନ ଭିତରେ ଖାତାଦେଖା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମାତ୍ର ଖାତା ଦେଖିବା ପାଇଁ ଯେଉଁ ଶିକ୍ଷକମାନଙ୍କୁ ନିୟୋଜିତ କରାଯିବ, ସେମାନଙ୍କୁ ଭଲ ଭାବରେ ଟ୍ରେନିଂ ଦିଆଯିବ। ଯେପରିକି ଖାତାଦେଖା ସଠିକ ଭାବରେ ହୋଇ ପାରିବ । ସେହିପରି ଖୁବଶୀଘ୍ର ଫଳାଫଳ ପ୍ରକାଶ ପାଇବ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲଫ କରିଥିଲେ । ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା । ସେହିପରି ୩୧୬ ଟି ନୋଡାଲ ସେଣ୍ଟର କରାଯାଇଥିଲା । ମାଓ ଅଧୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର ଦେଇଥିଲେ ।

ଅନ୍ୟପଟେ, ମାଟ୍ରିକ ପରୀକ୍ଷାରେ ତ୍ରୁଟିକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । ଉଠୁଛି ପଡୁଛି ବିଧାନସଭା । ସରକାରଙ୍କ ଶିକ୍ଷା ବ୍ୟବସ୍ଥାକି ନେଇ ପ୍ରଶ୍ନ ଉଠାଇଛି ବିରୋଧି । ତେବେ ବିଧାନସଭାରେ ପ୍ରଶ୍ନପତ୍ର ଲିକକୁ ମଦ୍ଦା କରି ବିରୋଧୀ ହୋହଲ୍ଲା କରିଥିବା ବେଳେ ୪ଟା ପର୍ଯ୍ୟନ୍ତି ଗୃହକୁ ମୂଲତବୀ କରିଥିଲେ ବାଚସ୍ପତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.