ETV Bharat / state

ନକଲି ଔଷଧର ଆନ୍ତଃରାଜ୍ୟ ଲିଙ୍କ୍, ବାରଣାସୀ ଯିବ ସ୍ୱତନ୍ତ୍ର ତଦନ୍ତକାରୀ ଟିମ

author img

By

Published : Feb 17, 2023, 10:31 PM IST

ନକଲି ଔଷଧ କାରବାରକୁ ନେଇ ବଡ ଖୁଲାସା
ନକଲି ଔଷଧ କାରବାରକୁ ନେଇ ବଡ ଖୁଲାସା

ନକଲି ଔଷଧ କାରବାରକୁ ନେଇ ବଡ ଖୁଲାସା । ଆନ୍ତଃରାଜ୍ୟ ଲିଙ୍କ୍ ରହିଥିବା ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ । ଅନୁସନ୍ଧାନ ପାଇଁ ବାରଣାସୀ ଯିବ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର : ରାଜ୍ୟରେ ନକଲି ଔଷଧ କାରବାରକୁ ନେଇ ଆଉ ଏକ ବଡ଼ ସୁରାକ । ନକଲି ଔଷଧର କାରବାରରେ ମିଳିଛି ଆନ୍ତଃରାଜ୍ୟ ଲିଙ୍କ୍ । ଅନୁସନ୍ଧାନ ପାଇଁ ବାରଣାସୀ ଯିବ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ । ଏନେଇ ସହଯୋଗ ନିମନ୍ତେ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ନକଲି ଔଷଧକୁ ନେଇ ଆନ୍ତଃରାଜ୍ୟ ଯୋଗାଣ ଓ କାରବାର ବିଷୟ ଜାଣିବାକୁ ପାଇଛି ତଦନ୍ତକାରୀ ଟିମ ।

ନକଲି ଔଷଧ କାରବାରକୁ ନେଇ ବଡ ଖୁଲାସା
ନକଲି ଔଷଧ କାରବାରକୁ ନେଇ ବଡ ଖୁଲାସା

ତେବେ ରାଜ୍ୟରେ ନକଲି ନିଶାକରବାରକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରୀ ରହିଥିଲା । ନକଲି ଔଷଧର କାରବାରରେ ଆନ୍ତଃରାଜ୍ୟ ଲିଙ୍କ ମିଳିବା ପରେ ତଦନ୍ତ ନିମନ୍ତେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଗଠନ କରାଯାଇଛି । ଖୁବଶୀଘ୍ର ଉତ୍ତରପ୍ରଦେଶ ଯିବ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ । ଏହି ଟିମ୍ରେ ବିଶେଷ କରି ସହକାରୀ ଔଷଧ ନିୟନ୍ତ୍ରକ ଡାକ୍ତର ସୁଦର୍ଶନ ବିଶ୍ୱାଳ, ତୁଷାର ରଂଜନ ପାଣିଗ୍ରାହୀ ଏବଂ ଧର୍ମଦେବ ପୁହାଣଙ୍କ ସମେତ ପୋଲିସ ଅଧିକାରୀମାନଙ୍କୁ ନେଇ ଗଠିତ ହୋଇଛି ।

ଏହି ଟିମ୍ ଖୁବଶିଘ୍ର ପରବର୍ତ୍ତୀ ପର୍ଯ୍ୟାୟ ତଦନ୍ତ ପାଇଁ ବାରଣାସୀ ଯିବ ବୋଲି ଜଣାପଡିଛି। ନକଲି ଔଷଧର କିପରି ପ୍ରସ୍ତୁତ କରାଯାଏ। କିଭଳି ଭାବରେ ବଜାରକୁ ଛଡାଯାଏ ସେନେଇ କିଛି ନୂଆ ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି। ତେବେ ଏହି ଟିମ୍ କୁ ଉତ୍ତରପ୍ରଦେଶର ସରକାର ସମସ୍ତ କାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ସ୍ୱାସ୍ଥ୍ୟ ସଚିବ ଅନୁରୋଧ କରିଛନ୍ତି। ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲାର ଅଶୋକ ମେଡ଼ିକାଲ ହଲ୍ ଏବଂ ଝାରସୁଗୁଡ଼ା ଜିଲ୍ଲାର ଅମୀତ ମେଡ଼ିକାଲ ଏଜେନସୀ ନିକଟରୁ ଜବତ ହୋଇଥିବା ନକଲି ଔଷଧ ଉତ୍ତରପ୍ରଦେଶର ବାରଣାସୀ ସ୍ଥିତ ଦେବ ଏଣ୍ଟରପ୍ରାଇଜର୍ସ, ଜେବି ମେଡ଼ିକାଲସ୍ ଏବଂ ଗୁରୁକୃପା ମେଡ଼ିକାଲ ଆଦିରୁ କାରବାର ହୋଇଥିବା ଜଣାପଡ଼ିଛି । ତେଣୁ ଏହି କାରବାରର ମୂଳରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।

ଏ ସମ୍ବନ୍ଧରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନ ପଣ୍ଡିତ ଉତ୍ତରପ୍ରଦେଶ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି ବାରଣାସୀରେ ହେବାକୁ ଥିବା ତଦନ୍ତରେ ଆବଶ୍ୟକୀୟ ସହଯୋଗ ଲୋଡ଼ିଛନ୍ତି। ଚିଠିରେ ଲେଖିଛନ୍ତି , ‘‘ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ନକଲି ଔଷଧ ସମ୍ବନ୍ଧିତ ବିଷୟ ବିଶେଷ ଗୁରୁତ୍ଵ ବହନ କରେ । ଏ ବିଷୟ ତଦନ୍ତ ଅଗ୍ରାଧିକାର ଭିତ୍ତିରେ ଦେବା ଦରକାର । ଏଥି ନିମନ୍ତେ ଓଡ଼ିଶାରୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବାରଣାସୀ ପଠାଯାଉଛି ।’’ ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତରେ ଉତ୍ତରପ୍ରଦେଶ ସରକାରଙ୍କ ସଂପୃକ୍ତ ବିଭାଗ ଓ କର୍ତ୍ତୁପକ୍ଷମାନେ ସମସ୍ତ ସହଯୋଗ ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନ ପଣ୍ଡିତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.