ETV Bharat / state

ଡ୍ରାଇଭର ସଂଘ ଆନ୍ଦୋଳନରେ ପ୍ରଭାବିତ ପରିବା ବଜାର, ଧାରଣା ସ୍ଥଗିତ ପରେ ବି ବଢ଼ିପାରେ ପରିବା ଦର

author img

By

Published : Mar 17, 2023, 8:36 PM IST

ଡ୍ରାଇଭର ସଂଘ ଆନ୍ଦୋଳନରେ ପ୍ରଭାବିତ ପରିବା ବଜାର
ଡ୍ରାଇଭର ସଂଘ ଆନ୍ଦୋଳନରେ ପ୍ରଭାବିତ ପରିବା ବଜାର

ଡ୍ରାଇଭର ମହାସଂଘର ଆନ୍ଦୋଳନରେ ପରିବା ବଜାର ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଆନ୍ଦୋଳନ ସ୍ଥଗିତ ପରେ ମଧ୍ୟ ପରିବା ଦର ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଅଧିକ ପଢ଼ନ୍ତୁ

ଡ୍ରାଇଭର ସଂଘ ଆନ୍ଦୋଳନରେ ପ୍ରଭାବିତ ପରିବା ବଜାର

କଟକ: ରାଜ୍ୟରେ ଡ୍ରାଇଭର ମହାସଂଘର ଆନ୍ଦୋଳନରେ ପ୍ରଭାବିତ ହୋଇଛି ପରିବା ବଜାର । ଆନ୍ଦୋଳନ ସ୍ଥଗିତ ପରେ ମଧ୍ୟ ବଜାରରେ ଏବେ ପରିବାର ଘୋର ସଙ୍କଟ ଦେଖା ଯାଇଥିବାବେଳେ ଦର ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ବିଶେଷକରି କଟକ ଛତ୍ରବଜାର ପରିବା ବଜାରରେ ଏବେ ପରିବା ଅଭାବ ଦେଖାଯିବାର ଯଥେଷ୍ଟ ସମ୍ଭାବନା ରହିଥିବା ଛତ୍ରବଜାର ପରିବା ବଜାରର ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ କହିଛନ୍ତି ।

ପରିବା ମାର୍କେଟ ଉପରେ ପଡିଲା ଡ୍ରାଇଭର ଆନ୍ଦୋଳନର ପ୍ରଭାବ । କଟକ ଛତ୍ରବଜାରରେ ପରିବା ସଙ୍କଟ ଦେଖା ଦେଲାଣି । ଯେଉଁ ବଜାରରେ ପ୍ରତ୍ୟେକ ଦିନ ୬ରୁ ୭ଟି ଗାଡ଼ି ପରିବା ଆସିଥାଏ, ଆଜି ସେଭଳି ଗାଡ଼ି ଆସିନାହିଁ । ଫଳରେ ସବୁଜ ପରିବା ବିନ୍‌ସ୍, ପୋଟଳ, ଅମୃତ ଭଣ୍ଡା, ବିଟ ଓ ଗାଜର ଭଳି ପରିବା ନିରୁଦ୍ଦିଷ୍ଟ ହୋଇଗଲାଣି । ଗତକାଲି ଯାହା ମହଜୁତ ଥିଲା ଆଉ ମାତ୍ର ଦିନେ ଦୁଇ ଦିନ ପରେ ସମ୍ପୂର୍ଣ୍ଣ ଶେଷ ହୋଇଯିବ । ସେହିପରି ଲୋକାଲ ପରିବା ମଧ୍ୟ ଆସିବା କଷ୍ଟ ହୋଇପଡ଼ିଲାଣି । ଆନ୍ଦୋଳନ ପ୍ରଭାବରେ ରାଜ୍ୟ ଭିତରେ ଅର୍ଥାତ ବିଭିନ୍ନ ଜିଲ୍ଲାରୁ ଯେଉଁ ପରିବା ବଜାରକୁ ଆସିଥାଏ, ତାହା ମଧ୍ୟ ଆସି ପାରୁନଥିଲା । ଯେଉଁମାନେ ଲୁଚି ଲୁଚି ଆଣୁଥିଲେ, ସେମାନେ ଗାଡିକୁ ଅଧିକ ଟଙ୍କା ଦେଇ ବଜାରକୁ ପରିବା ଆଣୁଥିଲେ । ଯେଉଁ କରଣରୁ ପରିବା ଦର ଟିକେ ଉଚ୍ଚା ରହୁଥିବା ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ କହିଛନ୍ତି ।

ତେବେ ଆଜି ଡ୍ରାଇଭର ମହାସଂଘ ଜାରି ରଖିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଘଷଣା କରିଛି । ଏହାପରେ ଗାଡି ଚଳାଚଳ ନିଶ୍ଚିତ ଭାବେ ସ୍ବାଭାବିକ ହେବ । କିନ୍ତୁ ପରିବା ଦର ସ୍ବଭାବିକ ହେବାକୁ ଆହୁରି ୪ରୁ ୫ ଦିନ ଲାଗିପାରେ । ସେହିପରି ରାଜ୍ୟରେ ପେଟ୍ରୋଲ ନେଇ ମଧ୍ୟ ହାହାକାର ଦେଖାଗଲାଣି । ଅନେକ ସ୍ଥାନରେ ଏବେ ତେଲ ଟାଙ୍କିରେ ପେଟ୍ରୋଲ ମିଳୁନାହିଁ । ଅଧିକାଂଶ ଟାଙ୍କିରେ ତେଲ ବିକ୍ରି ବନ୍ଦ ରହିଥିବା ବେଳେ ଏକାଧିକ ଟାଙ୍କି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ରହିଛି । ଫଳରେ ଲୋକ ତେଲ ନପକାଇ ଟାଙ୍କିରୁ ଫେରି ଆସୁଥିବା ଦେଖିବାକୁ ମିଳିଛି । ଅନେକ ଲୋକ ତେଲ ପକାଇବା ପାଇଁ ୧୦ରୁ ୧୨କିମି ଯିବାକୁ ପଡୁଥିବା ସୂଚନା ମିଳିଛି ।

୧୦ ଦଫା ଦାବି ନେଇ ଦୁଇ ଦିନ ଆନ୍ଦୋଳନ ଜାରି ରହିବା ପରେ ଗତକାଲି (ଗୁରୁବାର) ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଡ୍ରାଇଭରମାନଙ୍କ ଦାବି ପୂରଣ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏହା ସତ୍ତ୍ବେ କିଛି ସ୍ଥାନରେ ଆଜି ଡ୍ରାଇଭର ମାନେ ଆନ୍ଦୋଳନ ଜାରି ରଖିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଏନେଇ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଦାବି କରିଥିଲେ । ଏହାପରେ ଖୋଦ୍‌ ମୁଖ୍ୟ ସଚିବ ଓ ପୋଲିସ ଡିଜି ଆନ୍ଦୋଳନରୁ ଓହରି ଯିବାପାଇଁ ଆଜି ପୁଣିଥରେ ଅନୁରୋଧ କରିବା ପରେ ଆନ୍ଦୋଳନ ପ୍ରଶମିତ କରିଛି ଡ୍ରାଇଭର ମହାସଂଘ । ସେହିପରି ଆଜିଠାରୁ ଯଦିଓ ବସ ଚଳାଚଳ ସ୍ବଭାବିକ ହୋଇଛି, ମାତ୍ର ବଜାରକୁ ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ନଆସବା କାରଣରୁ ସାଧାରଣ ଲୋକ ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.