ETV Bharat / state

କୋଭିଡ କଟକଣା ମାନି କଟକରେ ଏଥର ଦୋଳ ମେଲଣ

author img

By

Published : Mar 3, 2022, 10:49 PM IST

କୋଭିଡ କଟକଣା ମାନି କଟକରେ ଏଥର ଦୋଳ ମେଲଣ
କୋଭିଡ କଟକଣା ମାନି କଟକରେ ଏଥର ଦୋଳ ମେଲଣ

ଏଥର କଟକରେ ହେବ ଦୋଳ ମେଲଣ । ଦୁଇ ବର୍ଷ ପରେ କୋଭିଡ କଟକଣା ମାନି ଦୋଳ ମେଲଣ କରାଯିବା ନେଇ ଆଜି(ଗୁରୁବାର) ୭୨ ସଂକୀର୍ତ୍ତନ ମଣ୍ଡଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

କଟକ: ଏଥର କଟକରେ ହେବ ଦୋଳ ମେଲଣ । ଦୁଇ ବର୍ଷ ପରେ କୋଭିଡ କଟକଣା ମାନି ଦୋଳ ମେଲଣ କରାଯିବା ନେଇ ଆଜି(ଗୁରୁବାର) ୭୨ ସଂକୀର୍ତ୍ତନ ମଣ୍ଡଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୩ ତାରିଖରୁ ଏହା ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ ।

କୋଭିଡ କଟକଣା ମାନି କଟକରେ ଏଥର ଦୋଳ ମେଲଣ

ସମସ୍ତ ଦୋଳ ମେଲଣ କର୍ମକର୍ତ୍ତା ମାନେ ସାନିଟାଇଜର ଓ ମାସ୍କ ବ୍ୟବହାର କରି ଦୋଳ ମେଲଣ କାର୍ଯ୍ୟକ୍ରମ ପାଳନ କରିବେ । ମାର୍ଚ୍ଚ ୧୮ ତାରିଖରେ ଦୋଳ ପୂର୍ଣ୍ଣିମା ଦିନ ୭୨ ମଠ ବଢ଼େଇ ସାହି ଠାରେ ୭୨ ସଂକୀର୍ତ୍ତନ ମଣ୍ଡଳୀର ପୂର୍ଣ୍ଣ ମେଲଣ ଅନୁଷ୍ଠିତ ହେବ । ସକାଳ ୯ଟାରୁ ଶୋଭାଯାତ୍ରା ଆରମ୍ଭ ହେବ ବୋଲି ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.