ETV Bharat / state

କନ୍ଦରପୁର ଜୀବନ୍ତ ଦଗ୍ଧ ଘଟଣା: ସରିଲା ବ୍ୟବଚ୍ଛେଦ, ଘଟଣାସ୍ଥଳ ବୁଲିଲେ RTO

author img

By

Published : Feb 14, 2023, 7:10 PM IST

Kandarpur Toll gate accident
Kandarpur Toll gate accident

କଟକ-ପାରାଦ୍ବୀପ ରାସ୍ତା କନ୍ଦରପୁର ଟୋଲ ଗେଟଠାରେ ଦୁର୍ଘଟଣାରେ ଜୀବନ୍ତ ଦଗ୍ଧ ହୋଇଥିବା ୨ ଯୁବକଙ୍କ ବ୍ୟବଚ୍ଛେଦ ଶେଷ ହୋଇଛି । ସେପଟେ କଟକ RTO ସଞ୍ଜୟ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

କନ୍ଦରପୁର ଜୀବନ୍ତ ଦଗ୍ଧ ଘଟଣା

କଟକ: କନ୍ଦରପୁର ଟୋଲ ଗେଟଠାରେ ସୋମବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା । ଏହି ଦୁର୍ଘଟଣାରେ ବାଇକ ସହ ଜୀବନ୍ତ ଦଗ୍ଧ ହୋଇଥିବା ୨ ବାଇକ ଆରୋହୀଙ୍କ ମୃତଦେହ ବ୍ୟବଚ୍ଛେଦ ଶେଷ ହୋଇଛି । କଟକ-ପାରାଦ୍ବୀପ ରାସ୍ତାରେ ଘଟିଥିବା ଏହି ଦୁର୍ଘଟଣା ପରେ କଟକ RTO ସଞ୍ଜୟ ବେହେରା ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ କରାଯାଉଛି ।

Kandarpur Toll gate accident
ମୃତ ଯୁବକ ଦ୍ବୟ

ମୃତ ଦୁଇ ଯୁବକଙ୍କ ନାମ ନାମ ରାଜେଶ ଦାସ ଓ ଈଶାନ କୁମାର ସାହୁ ବୋଲି ବୋଲି ଜଣାପଡିଛି। ଉଭୟଙ୍କ ଘର ଜଗତସିଂହପୁର ଜିଲ୍ଲା ରାହାମା ଅଞ୍ଚଳରେ। ବୀମା କମ୍ପାନୀରେ କାମ କରୁଥିବା ଉଭୟ ରାଜେଶ ଓ ଇସାନ ନିଜର ଅନ୍ୟ ୪ଜଣ ବନ୍ଧୁଙ୍କ ସହ ୩ଟି ବାଇକରେ ଜଗନ୍ନାଥ ଦର୍ଶନ ପାଇଁ ରାହାମାରୁ ପୁରୀ ଯାଉଥିଲେ। ଗତକାଲି ରାତି ପ୍ରାୟ ୧.୩୦ରେ କଟକ-ପାରାଦ୍ବୀପ ରାସ୍ତା କନ୍ଦରପୁର ଟୋଲ ଗେଟଠାରେ ଗୋଟିଏ ବାଇକରେ ଥିବା ରାଜେଶ ଓ ଈଶାନ ଦୁର୍ଘଟଣାର ଶିକାର ହୋଇଥିଲେ । ପୂର୍ଵରୁ ଟୋଲ ଗେଟରେ ଏକ ଗାଡ଼ି ଛିଡା ହୋଇଥିବା ବେଳେ ଏମାନଙ୍କ ବାଇକ ସେହି ଗାଡିକୁ ପଛ ପଟୁ ଧକ୍କା ଦେଇଥିଲା ।

ଏହା ବି ପଢନ୍ତୁ- ଦୁର୍ଘଟଣା ପରେ ଫାଟିଲା ବାଇକର ପେଟ୍ରୋଲ ଟାଙ୍କି, ଦୁଇ ଯୁବକ ଜୀବନ୍ତ ଦଗ୍ଧ

ଧକ୍କାଟି ଏତେ ଶକ୍ତ ଥିଲା କି ଦୁର୍ଘଟଣା ପରେ ବାଇକର ଟାଙ୍କି ଫାଟି ସେଥିରେ ନିଆଁ ଲାଗି ଯାଇଥିଲା ଏବଂ ଉଭୟ ବନ୍ଧୁ ସେହି ନିଆଁରେ ପୋଡି ହୋଇ ଯାଇଥିଲେ। ଜୀବନ୍ତ ଦଗ୍ଧ ହେବା ପରେ ସେମାନଙ୍କ ମୃତ୍ୟୁ ଘଟିଛି । ଖବର ପାଇ କନ୍ଦରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହି ଘଟଣା ଘଟିବା ପରେ କଟକ କନ୍ଦରପୁର ଟୋଲ ଗେଟରେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି କଟକ RTO ସଞ୍ଜୟ ବେହେରା ଓ MVI ।କିଭଳି ଘଟିଲା ଏଭଳି ଦୁର୍ଘଟଣା ତାହାର କରୁଛନ୍ତି ତଦନ୍ତ।

ଘଟଣାରେ ମୃତ୍ୟୁ ବରଣ କରିବା ଦୁଇ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ୨ଜଣ ଅଭିଜ୍ଞ ଡାକ୍ତର ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି । ସୂଚନା ଥାଉ କି ଏହି ଦୁଇ ଯୁବକଙ୍କ ଦେହରେ ନିଆଁ ଲାଗିଯିବା ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଜଳିଯାଇଥିବା ବାଇକକୁ ମଧ୍ୟ ଜବତ କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.