ETV Bharat / state

JN-1 ଭ୍ୟାରିଆଣ୍ଟ ପାଇଁ ପ୍ରସ୍ତୁତ କଟକ

author img

By ETV Bharat Odisha Team

Published : Jan 6, 2024, 8:43 PM IST

JN-1 ଭ୍ୟାରିଆଣ୍ଟ
JN-1 ଭ୍ୟାରିଆଣ୍ଟ

Covid 19 Sub Variant JN 1 : କଟକ ଜିଲ୍ଲାରେ ନୂଆ କୋଭିଡ ସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ଜିଲ୍ଲାରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯାଇଛି । ଅଧିକ ପଢ଼ନ୍ତୁ

JN-1 ଭ୍ୟାରିଆଣ୍ଟ

କଟକ: ରାଜ୍ୟରେ ବଢିଚାଲିଛି କୋଭିଡ ରେଗୀଙ୍କ ସଂଖ୍ୟା । ଏଭଳି ପରିସ୍ଥିତିରେ କଟକ ଜିଲ୍ଲାରେ ନୂଆ କୋଭିଡ ସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ଜିଲ୍ଲାରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯାଇଛି । ପୂର୍ବରୁ 7 ରୁ 8 ଜଣଙ୍କର ଟେଷ୍ଟିଂ କରାଯାଉଥିବା ବେଳେ ଏବେ ଏହାର ସଂଖ୍ୟାକୁ 50କୁ ବୃଦ୍ଧି କରାଯାଇଛି । ଟେଷ୍ଟିଂ ପାଇଁ ସିଟି ହସ୍ପିଟାଲ, ଏସ ସି ବିବମେଡିକାଲ କଲେଜ ଏବଂ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟାଳୟ ଠାରେ ଟେଷ୍ଟିଂ କରାଯାଉଛି ।

ଏପର୍ଯ୍ୟନ୍ତ 5 ଜଣ କରୋନା ପଜିଟିଭ ଥିବା ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପରିବାର କାହା ସଂସ୍ପର୍ସରେ ଆସିଛନ୍ତି ସେମାନଙ୍କର ମଧ୍ୟ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି । କରୋନାର ନୂଆ ଭାରିଆଣ୍ଟ ପାଇଁ ବିଭିନ୍ନ ସ୍ଥାନରେ ଅକ୍ସିଜେନର ସହ ବେଡର ମଧ୍ୟ ବ୍ୟବସ୍ଥା କରାଯାଇଛି । ସିଟି ହସ୍ପିଟାଲ ଠାରେ 6 ଟି ବେଡ ରହିଥିବା ବେଳେ ଆଠ ଗଡରେ 5 ଟି ବେଡର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ବେଡ ସଂଖ୍ୟା ବୃଦ୍ଧି କରାଯିବ । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ମକରନ୍ଦ ବେଉରା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......'JN-1 ଭାରିଆଣ୍ଟ ଚିନ୍ତାଜନକ ନୁହେଁ, କିନ୍ତୁ ସଚେତନତା ଜରୁରୀ'

ତେବେ ଓଡିଶାରେ ଓମିକ୍ରନର ନୂଆ ଭାରିଆଣ୍ଟ ରୋଗୀଙ୍କ ସଂଖ୍ୟା ଧିରେ ଧିରେ କରି ବୃଦ୍ଧି ପାଉଛି । ବିଶେଷ କରି ଜିନମ ସିକ୍ବେସିଂ ପରେ ରୋଗୀଙ୍କ ଠାରେ ଏହି ଭୁତାଣୁ ଚିହ୍ନଟ ହେଉଛି । ଏହାକୁ ନେଇ ସତର୍କ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏହି ନୂଆ ଭରିଆଣ୍ଟ JN-1 ବ୍ୟାପିବା ପ୍ରସଙ୍ଗରେ ପୂର୍ବରୁ ପ୍ରତିକ୍ରିୟା ରଖିଥିଲେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା । JN-1 ଓମିକ୍ରମର ଏକ ସଫ୍ଟ ଭରିଆଣ୍ଟ । ଏହି ଭୁତାଣୁର ମହାମାରୀ ସୃଷ୍ଟି କରିବା ଆଶଙ୍କା ବହୁତ କମ ରହିଛି । JN-1ରେ ଆକ୍ରାନ୍ତ ହେଲେ ଗଳା ଦରଜ ରହିବା, ଥଣ୍ଡା, କାଶ ଓ ଛିଙ୍କ ହୋଇଥାଏ । କିନ୍ତୁ ଏହା ସେତେ ମାରତ୍ମକ ନୂହେଁ । JN-1ରେ ଏପର୍ଯ୍ୟନ୍ତ ଯେତେ ଲୋକଙ୍କ ମୃତ୍ୟୁ ଘଟିଛି ସେମାନେ ସମସ୍ତେ ବୟସ୍କ କିମ୍ବା ବହୁବିଧ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି । କୋଭିଡ ଟୀକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଏବେବି ରୋଗ ପ୍ରତିରୋଧକ ଶକ୍ତି ରହିଛି । କିନ୍ତୁ ଗର୍ଭବତୀ ମହିଳା, ଶିଶୁ ଏବଂ ବହୁବିଧ ରୋଗ ଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ଭିଡ ସ୍ଥାନକୁ ନଯିବା, ବାହାରକୁ ଗଲେ ମାସ୍କ ପିନ୍ଧିବା ଓ ହାତ ଧୋଇବା ଭଳି ଅଭ୍ୟାସକୁ ଜାରି ରଖିବାକୁ ପଡ଼ିବ ବୋଲି କହିଥିଲେ ଡାକ୍ତର ଜୟନ୍ତ ପଣ୍ଡା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.