ETV Bharat / state

କିଡନୀ ରାକେଟର ଖୋଳତାଡ଼ ଆରମ୍ଭ, ଅତରିକ୍ତ ଡିସିପିଙ୍କୁ ଦାୟିତ୍ବ

author img

By ETV Bharat Odisha Team

Published : Dec 21, 2023, 8:06 PM IST

Kidney sale racket in Cuttack
Kidney sale racket in Cuttack

Kidney sale racket in Cuttack: କଟକରେ କିଡନୀ ରାକେଟର ଖୋଳତାଡ଼ ଆରମ୍ଭ । ଅତରିକ୍ତ ଡିସିପିଙ୍କୁ ଦାୟିତ୍ବ ଦିଆଯାଇଥିବା ଡିସିପି ପିନାକ ମିଶ୍ରଙ୍କ ସୂଚନା । ଅଧିକ ପଢନ୍ତୁ

କିଡନୀ ରାକେଟର ତଦନ୍ତ

କଟକ: ଜିଲ୍ଲାରେ କିଡନୀ ଦେବାକୁ କହି ୧୨ ଲକ୍ଷ ଟଙ୍କା ଟଙ୍କା ଠକିବା ଅଭିଯୋଗରେ ୪୨୦ ଦମ୍ପତି ଥାନାରେ ଅଟକ । ଗତକାଲି କଟକ ଲୋକ ଦମ୍ପତିଙ୍କୁ ଧରି ପୋଲିସ ଜିମାରେ ଦେଇଥିଲେ । ପୋଲିସ ମାମଲା ରୁଜୁ କରିବା ସହ ଅତିରିକ୍ତ ଡିସିପି ସ୍ତରୀୟ ଅଧିକାରୀ ତଦନ୍ତ କରୁଥିବା କଥା କହିଛନ୍ତି କଟକ ଡିସିପି । ତେବେ ଏହି ସଙ୍ଗୀନ ଘଟଣା କିଡନୀ ଦେବାକୁ କହି ମହା ଠକେଇ ଅଭିଯୋଗରେ ଦୁଇଜଣଙ୍କୁ ଅଟକ ରଖିଛି କଟକ ମଙ୍ଗଳାବାଗ ଥାନା ପୋଲିସ ।

କେନ୍ଦୁଝର ଜିଲ୍ଲାର କୁତୁଲୁ ମାଝୀଙ୍କୁ କିଡନୀ ଦେବା ପାଇଁ ବାଲେଶ୍ବର ଜିଲ୍ଲାର ମାର୍କଣ୍ଡ ନାଥ ଯୋଗାଯୋଗ କରିଥିଲେ । ମାସ ମାସ ଧରି କୁଟୁଲଙ୍କୁ ମାର୍କଣ୍ଡ ଓ ତାଙ୍କର ପତ୍ନୀ ଶାନ୍ତିଲତା ଠକି ଚାଲିଥିଲେ । ଏହାରି ଭିତରେ ୧୨ ଲକ୍ଷ ଟଙ୍କା ଠକିବା ପରେ ଗତକାଲି ରାଣୀହାଟ ଅଞ୍ଚଳରେ କୁଟୁଲ ସ୍ଥାନୀୟ ଲୋକଙ୍କ ସହାୟତାରେ ମାର୍କଣ୍ଡ ଓ ତାଙ୍କର ପତ୍ନୀ ଶାନ୍ତିଲତାଙ୍କୁ କାବୁ କରିଥିଲେ । ଏହାପରେ ୪୨୦ ଦମ୍ପତିଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଜିମାରେ ଦିଆଯାଇଥିଲା । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । କଟକରେ କିଡ଼ନୀ ଦେବାକୁ କହି ଠକେଇ ଘଟଣା ମାମଲା ରୁଜୁ କଲା କଟକ ମଙ୍ଗଳାବାଗ ପୋଲିସ।

ଏହା ବି ପଢନ୍ତୁ- କଟକରେ କିଡନୀ ରାକେଟ, ସ୍ୱାମୀ ସ୍ତ୍ରୀ ଅଟକ

ଜଣେ ଅତିରିକ୍ତ ଡିସିପିଙ୍କୁ ଦିଆଯାଇଛି ତଦନ୍ତ ଅନୁଧ୍ୟାନ ଦାୟିତ୍ବ । କିଡନୀ ଦାନ ଲାଗି ନିୟମକୁ ପାଳନ କରାଯାଇଛି କି ଓ ଏହା ସଂଗଠିତ ଅପରାଧ କିଏ ନୁହେଁ ତାର ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର । ଅନ୍ୟପଟେ ପୂର୍ବରୁ କୁତୁଲୁଙ୍କୁ କିଡନୀ ଦେବାକୁ ତାଙ୍କର ଭାଇ ଗୋପୀନାଥ ମାଝୀ ପ୍ରସ୍ତୁତ ଥିଲେ । ହେଲେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ମନା କରିଥିଲେ ଡାକ୍ତର । ଯାହାଫଳରେ ମାର୍କଣ୍ଡ ନାଥ ଓ ତାଙ୍କ ପତ୍ନୀ ଶାନ୍ତିଲତାଙ୍କ ସହ ଯୋଗାଯୋଗ କରିଥିଲେ । ଗତକାଲି କଟକରେ କିଡନୀ ଦେବା ନାମରେ ଟଙ୍କା ଠକିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ ରାଣୀହାଟ ସ୍ଥାନୀୟ ବାସିନ୍ଦା ।

କେନ୍ଦୁଝର ଅଞ୍ଚଳର ଜଣେ ରୋଗୀଙ୍କଠାରୁ ୯୫୦୦୦୦ ଟଙ୍କା ଠକିଥିବା ଅଭିଯୋଗରେ ମାର୍କଣ୍ଡ ନାଥ ନାମକ ବ୍ୟକ୍ତିଙ୍କୁ ଅଟକ ରଖିଥିଲା ପୋଲିସ । କେନ୍ଦୁଝର ଜିଲ୍ଲାର କୁତୁଲୁ ମାଝୀଙ୍କ ୨ଟି କିଡନୀ ଖରାପ ହେବା ପରେ ମାର୍କଣ୍ଡ ତାଙ୍କ ପତ୍ନୀଙ୍କ କିଡନୀ ଦେବା ପାଇଁ କହିଥିଲେ । ଏହା ପରେ କୁତୁଲୁଙ୍କ ଠାରୁ ମାର୍କଣ୍ଡ ୯ ଲକ୍ଷ ୫୦ ହଜାର ଟଙ୍କା ଏଗ୍ରିମେଣ୍ଟରେ ଓ ଅତିରିକ୍ତ ୩ ଲକ୍ଷ ଟଙ୍କା ନେଇଥିଲେ । ଏହି ଅତିରିକ୍ତ ଟଙ୍କାରେ ପାଖାପାଖି ମାର୍କଣ୍ଡ ଓ ତାଙ୍କର ପତ୍ନୀଙ୍କ ୧ବର୍ଷ ଧରି ନିଜର ଭରଣ ପୋଷଣ କରୁଥିଲେ । ହେଲେ ଏହାପରେ ଧରାଛୁଆଁ ଦେଇନଥିଲେ । ଗତକାଲି କୁତୁଲୁ ଓ ତାଙ୍କର ପତ୍ନୀ ସ୍ଥାନୀୟ ଯୁବକଙ୍କ ସହାୟତାରେ ମାର୍କଣ୍ଡ ଓ ତାଙ୍କର ପତ୍ନୀଙ୍କୁ ଅଟକ ରଖିଥିଲେ । ଏହାପରେ ଅଧିକ ତଦନ୍ତ ମଙ୍ଗଳାବାଗ ଥାନା ପୋଲିସ ଅଭିଯୁକ୍ତ ମାର୍କଣ୍ଡକୁ ଥାନାକୁ ନେଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.