ETV Bharat / state

କଟକ ଭସାଣ ଉତ୍ସବ ହୋଇଥିଲା କି ଡିଜେ ମୁକ୍ତ ଶୋଭାଯାତ୍ରା ?

author img

By ETV Bharat Odisha Team

Published : Oct 28, 2023, 12:22 PM IST

durga immersion in cuttack
durga immersion in cuttack

କଟକ ଦୁର୍ଗା ଭସାଣ ଉତ୍ସବରେ ବ୍ୟବହାର ହୋଇଥିଲା କି ଡିଜେ ସାଉଣ୍ଡ । ପ୍ରତିକ୍ରିୟା ରଖିଲେ କଟକ ଡିସିପି । ଅଧିକ ପଢନ୍ତୁ

durga immersion in cuttack

କଟକ: ସିଲଭର ସିଟିରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଦଶହରା ପର୍ବ ଓ ଭସାଣ ଉତ୍ସବ । ଚଳିତ ବର୍ଷ ମା'ଙ୍କର ଭସାଣ ଶୋଭାଯାତ୍ରାରେ ଡିଜେ ବ୍ୟବହାର ଉପରେ କଟକଣା ଲଗାଯାଇଥିଲା । ଶୋଭାଯାତ୍ରା ପାଇଁ ଯେଉଁ ନିୟମ ମାନିବାକୁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଥିଲା ବା ଗାଇଡ଼ଲାଇନ ଜାରି କରାଯାଇଥିଲା ତାହାକୁ ସହରବାସୀ ମାନିଥିଲେ କି ନାହିଁ ବୋଲି ପ୍ରଶ୍ନ ଉଠିଛି। କିଏ କହୁଛି ଭସାଣ ଶୋଭାଯାତ୍ରାରେ ପ୍ରଚଣ୍ଡ ଶବ୍ଦ ହେଉଥିଲା । ଏହାକୁ ବନ୍ଦ କରାଯିବାର ଆବଶ୍ୟକତା ରହିଛି । ଆଉ କିଏ କହୁଛି ଡିଜେ ବ୍ୟବହାର କେବଳ କାଗଜ କଲମରେ ସୀମିତ । ଅର୍ଥାତ ପୂଜା କମିଟି ମାନେ ଡିଜେ ବ୍ୟବହାର କରିଛନ୍ତି । ଏହାକୁ ସମ୍ପର୍ଣ୍ଣ ବନ୍ଦ କରାଯିବାର ଆବଶ୍ୟକତା ରହିଛି । ଅନ୍ୟପଟେ ଭସାଣ ଶୋଭାଯାତ୍ରାରେ ଡିଜେ ବ୍ୟବହାର ହୋଇନଥିବା ସ୍ପଷ୍ଟ କରିଛନ୍ତି କଟକ ଡିସିପି।


ଏହା ମଧ୍ୟ ପଢନ୍ତୁ- ଶାନ୍ତି ଶୃଙ୍ଖଳାରେ ସରିଲା ଭସାଣି,କଟକ ବାସୀଙ୍କୁ ଧନ୍ୟବାଦ ଦେଲେ ଡିସିପି

ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ଚଳିତବର୍ଷ ଦଶହରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ସମସ୍ତ ପୂଜା କମିଟି ନିୟମ ମାନିଥିବାରୁ ସମସ୍ତଙ୍କୁ କୃତଜ୍ଞତାବି ଜଣାଇଛନ୍ତି । ଚଳିତ ବର୍ଷ କୌଣସି ମଣ୍ଡପ ଭସାଣ ଶୋଭାଯାତ୍ରାରେ ଡିଜେ ବ୍ୟବହାର କରିନଥିଲେ । ପୋଲିସ ସମସ୍ତ ମେଢ଼ର ସାଉଣ୍ଡ ବ୍ୟବସ୍ଥାକୁ ଟିକନିକ ଯାଞ୍ଚ କରିଥିଲେ । ସମସ୍ତଙ୍କୁ କଡା ଚେତାବନୀ ମଧ୍ୟ ଦିଆଯାଇଥିଲା।ଫଳରେ କୌଣସି ମଣ୍ଡପ ଡିଜେ ବ୍ୟବହାର କରିନଥିଲେ । କିନ୍ତୁ ଶବ୍ଦ ଟିକେ ଅଧିକ ଥିଲା । ତାହା ଡିଜେ ଶବ୍ଦ ନୁହେଁ ବରଂ କିଛି କିଛି ମଣ୍ଡପ ଅଧିକ ସାଉଣ୍ଡ ଦେଇଥିଲେ । ଯାହାକି ଡିଜେର ଭ୍ରମ ସୃଷ୍ଟି କରିଥିଲା । ତେବେ ଏନେଇ ଆଗାମୀ ଦିନ ମାନଙ୍କରେ କଟକଣା ଜାରି କରାଯିବ ବୋଲି ଡିସିପି ମତ ରଖିଛନ୍ତି।


ଏହା ମଧ୍ୟ ପଢନ୍ତୁ-ଦେବୀଗଡାରେ ସରିଲା ଭସାଣି, ଶେଷ ଦିନରେ ଲାଭବାନ ବେପାରୀ

ବେଶ ଆଡ଼ମ୍ବର ସହ କଟକର 170ରୁ ଊର୍ଦ୍ଧ୍ବ ମେଢ଼ ବିସର୍ଜନ ହୋଇଛି । ତେବେ କଟକର ଯେଉଁ ପରି ଭାବରେ ଶାନ୍ତି ଶୃଙ୍ଖଳାରେ ମାଆଙ୍କୁ ମେଲାଣି ଦିଆଯାଇଛି, ତାହା ବେଶ ପ୍ରଶଂସନୀୟ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡିସିପି । ଚଳିତବର୍ଷ ସହରରେ 32ଟି ଚାନ୍ଦି ମେଢ଼ ହୋଇଥିଲା ସେଠାରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲା । ୫ ଦିନର ପୂଜା ସରିବା ପରେ ଭସାଣି କାର୍ଯ୍ୟକ୍ରମ ପାଇଁ ପୋଲିସର ସ୍ଵତନ୍ତ୍ର ଯୋଜନା ମଧ୍ୟ ସଫଳ ହୋଇଥିଲା ।


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.