ETV Bharat / state

ନକଲି ଔଷଧ କାରବାର, ଗିରଫ ୨ ବ୍ୟବସାୟୀଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

author img

By

Published : Nov 2, 2022, 9:21 PM IST

Etv Bharat
Etv Bharat

ନକଲି ଔଷଧ କାରବାର । ନକଲି ଔଷଧ କରାବାର ମାମଲାରେ ଗିରଫ ହୋଇଥିବା କଟକର ଦୁଇ ବ୍ୟବସାୟୀଙ୍କୁ ମିଳିଲା ଜାମିନ । ଦୁଇ ବ୍ୟବସାୟୀ ସଞ୍ଜୟ ଜାଲାଣ ଓ ରାହୁଲ କ୍ୟାଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ତଦନ୍ତରେ ପୋଲିସକୁ ସହଯୋଗ କରିବା ଓ କଟକ ଛାଡି ଯିବା ପୂର୍ବରୁ ତଦନ୍ତକାରୀ ଅଧିକାରୀଙ୍କ ଅନୁମତି ନେବା ପାଇଁ ଅନେକ ସର୍ତ୍ତ ରଖିଛନ୍ତି କୋର୍ଟ । ଅଧିକ ପଢନ୍ତୁ

କଟକ: କଟକରେ ନକଲି ଔଷଧ କରାବାର ମାମଲାରେ ଗିରଫ ହୋଇଥିବା କଟକର ଦୁଇ ବ୍ୟବସାୟୀଙ୍କୁ ମିଳିଲା ଜାମିନ । ଦୁଇ ବ୍ୟବସାୟୀ ସଞ୍ଜୟ ଜାଲାଣ ଓ ରାହୁଲ କ୍ୟାଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ତଦନ୍ତରେ ପୋଲିସକୁ ସହଯୋଗ କରିବା ଓ କଟକ ଛାଡି ଯିବା ପୂର୍ବରୁ ତଦନ୍ତକାରୀ ଅଧିକାରୀଙ୍କ ଅନୁମତି ନେବା ପାଇଁ ଅନେକ ସର୍ତ୍ତ ରଖିଛନ୍ତି କୋର୍ଟ ।

ନକଲି ଔଷଧ କାରବାର ପଛରେ ଥିବା କଟକର ଦୁଇଟି ଷ୍ଟକିଷ୍ଟ ଭି.ଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇସ ବିରୋଧରେ ପୁରୀଘାଟ ପୋଲିସ ମାମଲା ରୁଜୁ କରିଥିଲା । ଡ୍ରଗ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଦିଆଯାଇଥିବା ଏତାଲାକୁ ଆଧାର କରି କଟକ ପୁରୀଘାଟ ଥାନା ପୋଲିସ ଭି.ଆର ଡ୍ରଗ ଏଜେନ୍ସିର ମାଲିକ ବର୍ଷାରାଣୀ କ୍ୟାଲ ଓ ତାଙ୍କ ପୁଅ ରାହୁଲ କ୍ୟାଲ ଏବଂ ପୂଜା ଏଣ୍ଟରପ୍ରାଇସର ମାଲିକ ସଞ୍ଜୟ ଜଲାନ ଓ ତାଙ୍କ ପତ୍ନୀ ଚଞ୍ଚଲ ଜଲାନଙ୍କ ବିରୋଧରେ ଠକେଇ ଓ ଅପମିଶ୍ରଣ ଅଭିଯୋଗରେ ମାମଲା ରୁଜୁ କରିଥିଲା ପୋଲିସ ।

ଏହି ମାମଲାରେ ତିନିଟି ପର୍ଯ୍ୟାୟରେ ଏପର୍ଯ୍ୟନ୍ତ 6 ଜଣ ଅଭିଯୁକ୍ତଙ୍କୁ ଗରିଫ କରିଥିଲା ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.