ETV Bharat / state

ଆମ ଓଡ଼ିଶା ନବୀନ ଓଡିଶାକୁ ବିଜେପିର ଟାର୍ଗେଟ; ଦଳୀୟ ଭିତ୍ତିରେ ଟଙ୍କା ବଣ୍ଟା ନେଇ ଆଣିଲା ଅଭିଯୋଗ

author img

By ETV Bharat Odisha Team

Published : Nov 5, 2023, 10:57 AM IST

Updated : Nov 5, 2023, 11:46 AM IST

ଆମ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମକୁ ବିଜେପିର ଟାର୍ଗେଟ । ଏହି ସ୍କିମରେ ପ୍ରତି ପଞ୍ଚାୟତକୁ ଆସୁଥିବା ଟଙ୍କା ଦଳୀୟ ଭିତ୍ତି ବାଣ୍ଟିବାକୁ ତୃତୀୟ ମହଲାରୁ ନିର୍ଦ୍ଦେଶ ଆସିଥିବା ଅଭିଯୋଗ କଲେ ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା । ଅଧିକ ପଢ଼ନ୍ତୁ

ଆମ ଓଡିଶା ନବୀନ ଓଡିଶାକୁ ବିଜେପିର ଟାର୍ଗେଟ
ଆମ ଓଡିଶା ନବୀନ ଓଡିଶାକୁ ବିଜେପିର ଟାର୍ଗେଟ

ଆମ ଓଡିଶା ନବୀନ ଓଡିଶାକୁ ବିଜେପିର ଟାର୍ଗେଟ

ନିଆଳି: ନିର୍ବାଚନ ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଯାହାକୁ କଡ଼ା ସମାଲୋଚନା କରିଛି ବିଜେପି । ପୂର୍ବରୁ ମଧ୍ୟ ନିର୍ବାଚନ ସମୟରେ ଭୋଟ ପାଇବା ପାଇଁ ବିଜେଡି ସରକାର ଏହିଭଳି ଯୋଜନା କରି ଦଳୀୟ ଭିତ୍ତିରେ ଟଙ୍କା ବାଣ୍ଟିଥିଲେ । ନିମ୍ନମାନର କାର୍ଯ୍ୟ କରାଯାଇ ନିର୍ବାଚନ ପ୍ରଚାର ପାଇଁ କର୍ମୀମାନଙ୍କୁ ଟଙ୍କା ବଣ୍ଟା ଯାଇଥିଲା । ଏବେ ପୁଣି ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରତି ପଞ୍ଚାୟତକୁ ଆସିଥିବା ୫୦ ଲକ୍ଷ ଟଙ୍କା ଦଳୀୟ ଭିତ୍ତିରେ ବାଣ୍ଟିବା ପାଇଁ ଦଳର ମୁଖିଆଙ୍କ ନିର୍ଦ୍ଦେଶ ଆସିଛି । ନିର୍ବାଚନ ବୈତରଣୀ ପାର୍ ହେବାକୁ ବିଜେଡିର ଏହା ପ୍ଲାନ୍‌ ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ।

ନିଆଳି ସ୍ଥିତ ରଶ୍ମିପ୍ରଭା ମଣ୍ଡପରେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଅଭିଯୋଗ କରିଛନ୍ତି ଯେ, ବିଜେଡ଼ି ୨୩ ବର୍ଷ ଶାସନ କାଳରେ ଓଡ଼ିଶା ଲୋକଙ୍କୁ ଭୂୟାଁ ବୁଲାଉଛି । ସରକାରୀ ଯୋଜନାକୁ ଦଳୀୟ ପାଣ୍ଠିରେ ପରିଣତ କରିଛି । ବିକାଶ ନାଁରେ ଓଡ଼ିଶା ଲୋକଙ୍କ ବିନାଶ କରୁଛି । ବିଜୁ ଯୁବ ବାହିନୀଠାରୁ ଆରମ୍ଭ କରି ପିଠା ଯୋଜନା, ୫-ଟି ଯୋଜନା ଏବଂ ଏବେ ଆମ ଓଡ଼ିଶା ନବୀନ ଓଡିଶା ବିକାଶ ନାଁରେ ହଜାର ହଜାର କୋଟି ଟଙ୍କା ଦଳୀୟ ଭିତ୍ତିରେ ବଣ୍ଟାଯାଉଛି । ଗ୍ରାମ ପଞ୍ଚାୟତର ଲୋକ ପ୍ରତିନିଧିମାନଙ୍କୁ ଉପେକ୍ଷିତ କରାଯାଉଛି । ବିଧାୟକମାନେ ସର୍ବେସର୍ବା ସାଜିଛନ୍ତି । ଦଳୀୟ ଭିତ୍ତିରେ ସରକାରୀ ଅନୁଦାନ ବଣ୍ଟନ କରାଯାଇ ନିର୍ବାଚନ ହାତ ପାଣ୍ଠି ଯୋଗାଡ ଚାଲିଛି ।

ଏହାମଧ୍ୟ ପଢନ୍ତୁ: ଧାନ ମଣ୍ଡି ଖୋଲିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

ଆହୁରିମଧ୍ୟ କହିଛନ୍ତି ଯେ, ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନାଁରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି । ଏହି ଟଙ୍କାରେ ନିମ୍ନମାନର କାମ କରାଯିବ ଏବଂ ଏହାକୁ ନିର୍ବାଚନ ପ୍ରଚାରରେ ଉପଯୋଗ କରାଯିବ । ନିଆଳି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବ୍ଲକରେ ଯନ୍ତ୍ରୀ ଏବଂ ବ୍ଲକର ମୁଖିଆ ଦୁର୍ନୀତିରେ ବୁଡିଛନ୍ତି । ଏଠାକାର ବିଧାୟକ କଥାରେ ଉଠ ବସ୍ ହେଉଛନ୍ତି ସରକାରୀ ବାବୁ । ତେବେ ଗୋଟିଏ ନିର୍ଦ୍ଦିଷ୍ଟ ଛାପା ଗଣମାଧ୍ୟମରେ ପ୍ରକାଶିତ ଖବର ସ୍ଥାନୀୟ ବିଧାୟକ ପିସି ନେବା ଘଟଣା କଥାକୁ ମଧ୍ୟ ବିଜେପି ଇସ୍ୟୁ କରିଛି ।

ସରକାରୀ ବାବୁ ଏବଂ ନେତା ନିଆଳିରେ ସରକାରୀ ଯୋଜନାର ବାଟବଣା କରୁଛନ୍ତି । ତେବେ ଆମ ଓଡିଶା ନବୀନ ଓଡିଶା ଟଙ୍କାରେ ଯଦି ନିମ୍ନମାନର କାର୍ଯ୍ୟ କରନ୍ତି ତେବେ ବିଜେପି ଦଳ ପକ୍ଷରୁ ଭିଜିଲାନ୍ସ ଦ୍ବାରସ୍ଥ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ବିଜେପି ଦଳର ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା । ବିଜେପି ସାମ୍ବାଦିକ ସମ୍ମିଳନୀ ନେଇ ନିଆଳି ବିଜେଡି କିମ୍ବା ସ୍ଥାନୀୟ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଇଟିଭି ଭାରତ, ନିଆଳି

Last Updated : Nov 5, 2023, 11:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.