ETV Bharat / state

ଧାମନଗର ପରି କଟକରେ ପାଳି, 2024ରେ ଓଡିଶାରେ ଫୁଟିବ ପଦ୍ମ: ମନମୋହନ ସାମଲ

author img

By

Published : Apr 5, 2023, 9:57 PM IST

ସଭାପତି ଦାୟୀତ୍ବ ନେବା ପେର ପ୍ରଥମଥର କଟକ ଗସ୍ତରେ  ମନମୋହନ ସାମଲ
ସଭାପତି ଦାୟିତ୍ବ ନେବା ପେର ପ୍ରଥମଥର କଟକ ଗସ୍ତରେ ମନମୋହନ ସାମଲ

ରାଜ୍ୟ ବିଜେପି ସଭାପତି ଦାୟିତ୍ବ ନେବା ପେର ପ୍ରଥମଥର କଟକ ଗସ୍ତରେ ମନମୋହନ ସାମଲ । 2024ରେ ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ମା‘ କଟକ ଚଣ୍ଡିଙ୍କ ଆଶିଷ ଲୋଡିଲେ ସଭାପତି । ଅଧିକ ପଢ଼ନ୍ତୁ

ସଭାପତି ଦାୟୀତ୍ବ ନେବା ପେର ପ୍ରଥମଥର କଟକ ଗସ୍ତରେ ମନମୋହନ ସାମଲ

କଟକ: ରାଜ୍ୟ ବିଜେପି ସଭାପତି ଭାବରେ ଦାୟିତ୍ୱ ନେବା ପରେ କଟକ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କଟକରେ ପହଞ୍ଚିବା ପରେ ସେ ପ୍ରଥମେ ମା‘ କଟକ ଚଣ୍ଡୀଙ୍କ ଦର୍ଶନ କରିଥିଲେ । ଏହାପରେ ସେ ଜିଲ୍ଲାର ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ । ଦଳର ଶକ୍ତି ବୃଦ୍ଧି କରିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ମନମୋହନ । ତେବେ ସଭାପତି ମନମୋହନ ସାମଲ କହିଛନ୍ତି ,"ରାଜ୍ୟର ବିକାଶ ସହ ଅନ୍ୟାୟ ଅନୀତି ବିରୁଦ୍ଧରେ ଲଢ଼ିବାକୁ ମା ଶକ୍ତି ପ୍ରଦାନ କରନ୍ତୁ । ମା’ଙ୍କ ଆର୍ଶୀବାଦ ନେଇ ରାଜ୍ୟ ପାଇଁ ମଙ୍ଗଳ ମନାସିଛି ।" ଏହାସହ ସାମଲ କହିଛନ୍ତି ଯେ, କଟକରେ ଭାରତୀୟ ଜନତା ପାର୍ଟିକୁ ଆହୁରି ଶକ୍ତିଶାଳୀ କରାଯିବ । ସାଧାରଣ ଜନତା ହେଉଛନ୍ତି ସବୁକିଛି । ସେମାନେ ଚାହିଁଲେ କଟକ ନୁହେଁ ରାଜ୍ୟରେ ମଧ୍ୟ ସେମାନେ ନେତୃତ୍ବ ନେବେ । ଏବେ ବିଜେପିରେ ଭଲ ଟିମ୍‌ ଅଛିନ୍ତି । ରାଜ୍ୟ ପାଇଁ ପୁରା ଟିମ କାର୍ଯ୍ୟ କରୁଛି ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

ଏହାସହ ମନମୋହନ କହିଛନ୍ତି,"ଦଳରେ ବର୍ତ୍ତମାନ ଆହୁରି ବଳ ଗୋଟାଇବା ବାକି ଅଛି । କାହିଁକି ନାଁ 2024 ନିର୍ବାଚନରେ ଦଳ ନିଶ୍ଚିତ ଯେପରି ବାଜିମାତ କରିବ ସେନେଇ ଅଧିକ ଧ୍ୟାନ ଦିଆଯାଇଛି । ଆଜି ପ୍ରଥମ କଟକ ଗସ୍ତରେ ଦଳୀୟ ସମର୍ଥନ ଦେଖି ଜଣା ପଡୁଛି କଟକରେ ବିଜେପିର ଶାସକ ଦଳକୁ ପାଇଁ ଭାରି ପଡିବ । ଧାମନଗର ପରି କଟକରେ ମଧ୍ୟ ସାଧାରଣ ଜନତା ବିଜେପିକୁ ଏକ ଚିତ୍ତାକର୍ଷକ ବିଜୟ ଦେବେ । ପୂର୍ବରୁ ବିଜେପି କେବେ ବି ନିରୁତ୍ସାହିତ ହୋଇନି । ଆଉ ଆଗାମୀ ନିର୍ବାଚନରେ ମଧ୍ୟ ଦଳ ତାହାର ନୂଆ ରଣନୀତି ଆପଣେଇବ ।"

ତେବେ ଆଜି କଟକ ପ୍ରଥମ ଗସ୍ତ ସମୟରେ ମାଆ କଟକ ଚଣ୍ଡୀ ନିଶ୍ଚୟ ଦଳକୁ ଆଶୀର୍ବାଦ କରିବେ ବୋଲି ସେ କହିଛନ୍ତି । ବିଗତ ଦିନ ମାନଙ୍କରେ କଟକରେ ବିଜେପି ତାହାର ଦବଦବା ଦେଖାଇଛି । ଆଉ ଆଗମୀ ନିର୍ବାଚ ରେ ବିଜେପି ନିଶ୍ଚୟ ବାଜିମାତ କରିବ । ବାରବାଟୀ ବିଧାୟକ ମୋକିମ ଦଳରେ ମିଶିବା ପ୍ରସଙ୍ଗକୁ ପରୋକ୍ଷରେ କହିଛନ୍ତି ବିଜେପି ରାଜ୍ୟ ସଭାପତି । ମନମୋହନ ସାମଲଙ୍କ କହିବାନୁସାରେ, ମୋକିମ ବର୍ତ୍ତମାନ କଂଗ୍ରେସ ରେ ଅଛନ୍ତି ତାଙ୍କ ସପକ୍ଷରେ କୌଣସି ଟିପ୍ପଣୀ ଦେବା ଅନୁଚିତ । ବର୍ତ୍ତମାନ ସବୁଆଡେ ମୋଦିଙ୍କ ବିକାଶର ନାରା । ତେଣୁ ଏହାକୁ ନଜରରେ ରଖି ଓଡିଶାରେ ପଦ୍ମ ଫୁଟିବା ନିଶ୍ଚୟ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.