ETV Bharat / state

Mann Ki Baat: କଟକରେ କାର୍ଯ୍ୟକ୍ରମ ଦେଖିଲେ ମନମୋହନ, କହିଲେ 'ମନ୍ କି ବାତ୍ ଆମ ପାଇଁ ପ୍ରେରଣା'

author img

By ETV Bharat Odisha Team

Published : Aug 27, 2023, 4:30 PM IST

Updated : Aug 27, 2023, 4:53 PM IST

ମନ୍ କି ବାତର 104ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ବହୁ ନେତୃ ମଣ୍ଡଳୀ ଯୋଗ ଦେଇଛନ୍ତି।

Mann Ki Baat
କଟକରେ କାର୍ଯ୍ୟକ୍ରମ ଦେଖିଲେ ମନମୋହନ

କଟକରେ କାର୍ଯ୍ୟକ୍ରମ ଦେଖିଲେ ମନମୋହନ

କଟକ: ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତର 104ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚନ୍ଦ୍ରଯାନ-3ର ସଫଳତାରୁ ଆରମ୍ଭ କରି G-20 ସମ୍ମିଳନୀ ବିଷୟରେ ମନ୍ କି ବାତରେ ଆଲୋଚନା କରିଛନ୍ତି ମୋଦି। ଏହି ଅବସରରେ କଟକରେ ଆୟୋଜିତ ମନ୍ କି ବାତ୍ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ବହୁ ନେତୃ ମଣ୍ଡଳୀ ଓ ଜନ ସାଧାରଣ ଉପସ୍ଥିତ ରହିଥିଲେ। ଉପସ୍ଥିତ ଥିବା ବ୍ୟକ୍ତିମାନେ ପ୍ରଧାମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଥିଲେ।

ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ସାରା ବିଶ୍ବରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ। 2014 ମସିହାରୁ 2023 ମସିହା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ଗୁଣବତ୍ତା ବର୍ତ୍ତମାନ ସମସ୍ତଙ୍କୁ ବିମୋହିତ କରିଛି। ପ୍ରଥମରୁ ଆଜି ପର୍ଯ୍ୟନ୍ତ 104 ତମ ମନ୍ କି ବାତରେ ଦେଶର ପ୍ରତ୍ୟେକ ଦିଗରେ କୃତିତ୍ୱ ଅର୍ଜନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଲୋକ ଲୋଚନକୁ ଆଣିବା ପ୍ରଧାନମନ୍ତ୍ରୀଙ୍କ ପ୍ରଚେଷ୍ଟା କରିଆସୁଛନ୍ତି।"

ଏହା ବି ପଢନ୍ତୁ...Mann ki Baat: ଚନ୍ଦ୍ରଯାନ 3ରେ ନାରୀଶକ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ସଂକଳ୍ପର ସୂର୍ଯ୍ୟ ଆଜି ଚାନ୍ଦରେ ଓହ୍ଲାଇଛି

ଏହାରି ଭିତରେ ଅନେକ ଐତିହାସିକ ଗାରିମା ଅର୍ଜନ କରିସାରିଲାଣି ଭାରତ। ବିଶେଷ କରି ବର୍ତ୍ତମାନ ସମୟରେ ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ ବିଶ୍ୱ ଦରବାରରେ ଭାରତକୁ ଏକ ନୂତନ ଦିଗ ଦର୍ଶନ ଦେଇଛି। ଇସ୍ରୋର ତୃତୀୟ ମୁନ୍ ମିଶନ ଚନ୍ଦ୍ରଯାନ-3ର ସଫଳତାକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି ମୋଦି। ଏହି ସଫଳତା ପଛରେ ଥିବା ବୈଜ୍ଞାନିକଙ୍କ ସମେତ ନାରୀଶକ୍ତିର ପ୍ରଶଂସା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ G-20 ସମ୍ମିଳନୀ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "G-20 ଇତିହାସରେ ସବୁଠୁ ବଡ଼ ଭାଗିଦାରୀ ହେବ ଭାରତ। 40ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଭାରତ ଆସିବେ।"

ଏହା ବି ପଢନ୍ତୁ...B20 Summit: ବିଜନେସ ଲିଡର୍ସଙ୍କୁ ମୋଦିଙ୍କ ମନ୍ତ୍ର, କହିଲେ ଆର୍ଥିକ ବିକାଶକୁ ଦିଗ ଦେବ ଭାରତ

ମନ୍ କି ବାତର 104ତମ ଏପିସୋଡରେ G20 ସମ୍ମିଳନୀ କଥା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ କିଛି ଦିନ ପରେ G20 ବୈଠକ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବ। ଯେଉଁଥିରେ 40 ଟି ରାଷ୍ଟ୍ରର ରାଷ୍ଟ୍ର ମୁଖ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ହର ଘର ତ୍ରିରଙ୍ଗା ଅଭିଯାନକୁ ପୃଷ୍ଠ ପୋଷକତା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଶେଷରେ ପ୍ରଧାନ ମନ୍ତ୍ରୀ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଇଟିଭି ଭାରତ, କଟକ

Last Updated :Aug 27, 2023, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.