ETV Bharat / state

ତୃତୀୟ ପିଢ଼ି ଦଳକୁ ମଜଭୁତ କରିବାରେ ବେଶ ସକ୍ଷମ: ଭର୍ତ୍ତୃହରି ମହତାବ

author img

By ETV Bharat Odisha Team

Published : Dec 27, 2023, 7:56 AM IST

27 ବର୍ଷରେ  ବିଜେଡି
27 ବର୍ଷରେ ବିଜେଡି

BJD 26th Foundation Day Celebration: 27 ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ପ୍ରତିଷ୍ଠା ଦିବସରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମ ସହ ସନ୍ଧ୍ୟା ସମୟରେ ବିଜେଡି କର୍ମୀମାନଙ୍କ ମଧ୍ୟରେ ଶପଥ ପାଠ କରାଯାଇଛି । ଅଧିକ ପଢ଼ନ୍ତୁ

27 ବର୍ଷରେ ବିଜେଡି

କଟକ: 27 ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ପ୍ରତିଷ୍ଠା ଦିବସରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମ ସହ ସନ୍ଧ୍ୟା ସମୟରେ ବିଜେଡି କର୍ମୀ ମାନଙ୍କ ମଧ୍ୟରେ ଶପଥ ପାଠ କରାଯାଇଛି । ସକାଳୁ କଟକର ଆନନ୍ଦ ଭବନରୁ ଭୁବନେଶ୍ୱର ଶଙ୍ଖ ଭବନ ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଶପଥ ପାଠ ବେଳେ ଦେବାଶିଷ ସାମନ୍ତରାୟ ଦଳକୁ ତୃଣମୂଳ ସ୍ତରରୁ ମଜଭୁତ ଓ ଆଗମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ।

ବିଜୁ ଜନତା ଦଳକୁ ପୁରିଛି 26 ବର୍ଷ । ଅନେକ ଘାତ ପ୍ରତିଘାତ ମଧ୍ୟରେ ଦଳ ତାର ଲୋକ ପ୍ରିୟତା କେବେ ବି କ୍ଷୁର୍ଣ୍ଣ ହେବାକୁ ଦେଇନାହିଁ । ଏହି ଦୀର୍ଘ 27 ବର୍ଷ ମଧ୍ୟରେ ବିଜୁ ଜନତା ଦଳ ନିର୍ବାଚନ ଜିତି ଆସିଛି ଯାହା ଦଳ ପାଇଁ ଏକ ବିରଳ ସଫଳତା । ତା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶକୁ ବହୁତ ଉଚ୍ଚ ସ୍ତରକୁ ନେଇଛନ୍ତି । ଆଗାମୀ ଦିନରେ ବିକାଶ ଓ ବିଶ୍ୱାସକୁ ଆୟୁଧ କରି ଦଳ ଆଗେଇ ଚାଲିବ । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଳରେ ସ୍ଥାଣୁତା ନାହିଁ । କାହିଁକି ନା ଦଳରେ ତୃତୀୟ ପିଢ଼ି ବେଶ ତତ୍ପରତା ପ୍ରକାଶ କରିଛି । କେବଳ ଗୋଟିଏ ପିଢ଼ି ଚୌକି ମାଡି ବସି କାର୍ଯ୍ୟ କରୁନାହିଁ । କଟକ ସାଂସଦ ଭର୍ତ୍ତୃହରି ମହତାବ ମହତାବ କହିଛନ୍ତି, ’’ବିଜୁ ଜନତା ଦଳରେ ପର ପିଢ଼ିକୁ ମଧ୍ୟ ଦାଇତ୍ୱ ବଣ୍ଟନ କରାଯାଉଛି । ଯାହା ଦଳ ପାଇଁ ଶୁଭ ସଙ୍କେତ ।’’ ତେବେ ଆଜିର ପ୍ରତିଷ୍ଠା ଦିବସରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା ବେଳେ ସନ୍ଧ୍ୟା ସମୟରେ ବିଜେଡି କର୍ମୀମାନଙ୍କ ମଧ୍ୟରେ ଶପଥ ପାଠ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.... କାଲି ଜନ୍ମଦିନ ପାଳିବ ବିଜେଡି; କର୍ମୀଙ୍କୁ ବାର୍ତ୍ତା ଦେବେ ନବୀନ

ଦଳକୁ ତୃଣମୂଳ ସ୍ତରରୁ ମଜଭୁତ ଓ ଆଗମୀ ନିର୍ବାଚନ ସମୟରେ ଦଳକୁ କିପରି ବାଜିମାତ କରିହେବ ସେନେଇ ଗୁରୁମନ୍ତ୍ର ଫୁଙ୍କିଥିଲେ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ତେବେ ଆଜି ପ୍ରତିଷ୍ଠା ଦିବସ ଉପଲକ୍ଷେ ସକାଳୁ କଟକର ଆନନ୍ଦ ଭବନରୁ ଭୁବନେଶ୍ୱର ଶଙ୍ଖ ଭବନ ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପତାକା ଦେଖାଇ ଏହି ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, କଟକ ମେୟର ସୁବାଷ ସିଂହ, ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଛାତ୍ର ଓ ଯୁବ ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ଯୁବକ ଏହି ସାଇକେଲ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । କଟକରୁ ବାହାରି ଜାତୀୟ ରାଜପଥ ଦେଇ ଏହି ଶୋଭାଯାତ୍ରା ଭୁବନେଶ୍ଵର ଶଙ୍ଖ ଭବନରେ ପହଞ୍ଚିଥିଲା । ସରକାରଙ୍କ ସହ ସାଢ଼େ ଚାରି କୋଟି ଓଡିଆଙ୍କୁ ଯୋଡିବା ପାଇଁ ଏଭଳି ଆୟୋଜନ କରାଯାଇଥିବା ବିଜେଡି ପକ୍ଷରୁ କୁହାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.