ETV Bharat / state

ଆବର୍ଜନାମୟ ବାଲିଯାତ୍ରା ପଡିଆ, ୨୦ ଦିନରେ ସଫା ହେବ କହିଲା ସିଏମସି

author img

By ETV Bharat Odisha Team

Published : Dec 14, 2023, 11:47 AM IST

Etv Bharat
Etv Bharat

Heap Of Garbage In Bali Yatra Ground: ସପ୍ତାହେ ହେଲାଣି ସରିଲାଣି କଟକ ଐତିହାସିକ ବାଲିଯାତ୍ରା । ଏବେ ବି କୁଢ କୁଢ ଆବର୍ଜନାରେ ଭର୍ତ୍ତି ହୋଇଛି ମେଳା ପଡିଆ+ । ଅଧିକ ପଢନ୍ତୁ

ଆବର୍ଜନାମୟ ବାଲିଯାତ୍ରା ପଡିଆ

କଟକ: କେବେ ସୁଧୁରିବ ବାଲିଯାତ୍ରା ପଡ଼ିଆ ସ୍ଥିତି ! ସପ୍ତାହେ ହେଲାଣି ସରିଲାଣି କଟକ ଐତିହାସିକ ବାଲିଯାତ୍ରା । ହେଲେ ଏବେ ବି କୁଢ଼କୁଢ଼ ଆବର୍ଜନା ପଡ଼ିଛି ମେଳା ପଡ଼ିଆରେ । ବାଲିଯାତ୍ରା ମେଳା ପଡ଼ିଆ ସଫେଇ ପାଇଁ ସିଏମ୍‌ସି ପକ୍ଷରୁ ୩୪ ଲକ୍ଷ ଟଙ୍କା ବ୍ୟୟ ଧାର୍ଯ୍ୟ କରାଯାଇଛି । କିନ୍ତୁ ସଫେଇ ସଂସ୍ଥା କିପରି କାର୍ଯ୍ୟ କରୁଛି ତାହା ଦେଖିଲେ ସ୍ୱତ୍ତଃ ବାରି ହୋଇପଡିଛି । ଅଧିକାଂଶ ସ୍ଥାନରେ ସେମିତି ପଡ଼ି ରହିଛି ଅଳିଆ ଆବର୍ଜନା । ଜାଗୃତି ସଂସ୍ଥାକୁ ଅଳିଆ ସଫା ନେଇ ନିର୍ଦ୍ଦେଶ ଥିବାବେଳେ କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଏନେଇ କଟକ ମହାନଗର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ NGT ଗାଇଡ଼ଲାଇନ ଅନୁସାରେ ୨୦ ଦିନ ଭିତରେ ସମଗ୍ର ପଡିଆକୁ ସଫା କରିଦିଆଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସଫେଇ କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ମଧ୍ୟ ଉକ୍ତ ସଂସ୍ଥାକୁ ଟଙ୍କା ଦିଆଯାଇ ନାହିଁ । ତେଣୁ ହାତରେ ସମୟ ରହିଛି । ଶୀଘ୍ର ବାଲିଯାତ୍ରା ପଡିଆକୁ ନୂଆ ରୂପ ଦିଆଯିବ । କିଛି ଦିନ ପୂର୍ବରୁ କଟକ ଜିଲ୍ଲାର ବିଭିନ୍ନ କଲେଜର ଶହ ଶହ ଛାତ୍ରଛାତ୍ରୀ ଝାଡୁ ଧରି ପଡିଆ ସଫେଇ କାର୍ଯ୍ୟ କରିଥିଲେ । ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ଆଣି ଏହି ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ପୂର୍ବତନ ଜିଲ୍ଲାପାଳ ତଥା ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଭବାନୀଶଙ୍କର ଚୟିନୀ ବି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ : ଅଳିଆରେ ଭର୍ତ୍ତି ବାଲିଯାତ୍ରା ପଡିଆ, ଏଥର ବି ମହାଦୁର୍ନୀତିର ଗନ୍ଧ

ତେବେ କଲେଜ ଛାତ୍ରୀ ସଫେଇ କାର୍ଯ୍ୟରେ ସାମିଲ ହେବା ନେଇ ବିଜେପି କର୍ପୋରଟେରମାନେ ସେତେବେଳେ ପ୍ରଶ୍ନ କରିଥିଲେ । ଯଦି ସିଏମସି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବାଲିଯାତ୍ରା ପଡିଆରେ ସଫେଇ କାମ କରୁଛି ତାହେଲେ ଛାତ୍ରଛାତ୍ରୀଙ୍କୁ କେଉଁ ଉଦ୍ଦେଶ୍ୟରେ ଏହି କାର୍ଯ୍ୟରେ ବ୍ୟବହାର କରାଯାଇଥିବା ବୋଲି ବିରୋଧି କର୍ପୋରେଟର ପଚାରିଥିଲେ । ତେବେ ଗତକାଲି (ବୁଧବାର) ବିଜେପି ଟିମ ମଧ୍ୟ ବାଲିଯାତ୍ରା ପଡ଼ିଆ ସଫେଇ କାର୍ଯ୍ୟ କରିଥିଲେ । ଏଠି ପ୍ରଶ୍ନ ଉଠୁଛି ଯଦି ସିଏମସି ଲକ୍ଷାଧିକ ଟଙ୍କା ବ୍ୟୟ କରି ବାଲିଯାତ୍ରା ସଫେଇ କାମ କରୁଛି । କିନ୍ତୁ ଏତେ ବିଳମ୍ବ କାହିଁକି ହେଉଛି ?

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.