ETV Bharat / state

ହାଇକୋର୍ଟରେ ଅର୍ଚ୍ଚନାଙ୍କ ଜାମିନ ଆବେଦନ ପ୍ରସଙ୍ଗ, କେସ ଡାଏରୀ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ

author img

By

Published : Jan 6, 2023, 8:02 PM IST

କେସ ଡାଏରୀ ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କେସ ଡାଏରୀ ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିବା ମାମଲାରେ ଜାମିନ ପାଇଁ ହାଇକୋର୍ଟରେ ଅର୍ଚ୍ଚନାଙ୍କ ଆବେଦନ ପ୍ରସଙ୍ଗ । ମାମଲାର କେସ ଡାଏରୀ (CD) ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢ଼ନ୍ତୁ

କଟକ: ହାଇକୋର୍ଟରେ ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଜାମିନ ଆବେଦନ ପ୍ରସଙ୍ଗ । ମାମଲାର କେସ ଡାଏରୀ (Case Diary) ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । କେସ ଡାଏରୀ (CD) ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିବା ମାମଲାରେ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ଅର୍ଚ୍ଚନା ।

ପ୍ରକାଶ ଥାଉକି, ଗତ ଜାନୁଆରୀ ୨ ତାରିଖରେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଅର୍ଚ୍ଚନା ନାଗ । ପୂର୍ବରୁ ତଳ କୋର୍ଟରେ ତାଙ୍କ ଜାମିନ ଆବେଦନ ରଦ୍ଦ ହୋଇଥିଲା । ହାଇପ୍ରୋଫାଇଲ ବ୍ଲାକମେଲ ଘଟଣାରେ ଗିରଫ ହୋଇଥିବା ଅର୍ଚ୍ଚନା, ସ୍ବାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ବର ପାତ୍ର ଏବେ ଝାରପଡ଼ା ଜେଲରେ ଅଛନ୍ତି । ସେପଟେ ଏହି ମାମଲାରେ ତଦନ୍ତତକୁ ଜୋରଦାର କରିଛି ଇଡି (Enforcement Directorate) । ଜଣଙ୍କ ପରେ ଜଣଙ୍କୁ ଜେରା କରି ନୂଆନୂଆ ତଥ୍ୟ ହାସଲ ପାଇଁ ପ୍ରୟାସ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ଅର୍ଚ୍ଚନା ଓ ସ୍ବାମୀ ଜଗବନ୍ଧୁଙ୍କ ସହଯୋଗୀ କୁହାଯାଉଥିବା ଖଗେଶ୍ବର ପାତ୍ରଙ୍କ ପତ୍ନୀ ସସ୍ମିତା ପାତ୍ରଙ୍କୁ ଜେରା କରିଛି ଇଡି । ଏହାପରେ ମୋ ସ୍ବାମୀ ରାମଚନ୍ଦ୍ର ଓ ତାଙ୍କୁ ଜଗବନ୍ଧୁ ଫସାଇଥିବା କଥା କହିଛନ୍ତି ଖଗେଶ୍ବରଙ୍କ ପତ୍ନୀ ।

ଆଜି(ଶୁକ୍ରବାର) ଦୀର୍ଘ ୬ ଘଣ୍ଟା ଧରି ଖଗେଶ୍ବର ପାତ୍ରଙ୍କ ପତ୍ନୀ ସସ୍ମିତା ପାତ୍ରଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେରା ପରେ ବାହାରି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସସ୍ମିତା । ତାଙ୍କ ସ୍ବାମୀ ତଥା ଖଗେଶ୍ବର ନିର୍ଦ୍ଦୋଶ, ରାମଚନ୍ଦ୍ର ବୋଲି ସେ କହିଛନ୍ତି । ତାଙ୍କୁ ଫସାଇଛି ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ । ତେବେ ତାଙ୍କ ଶ୍ବଶୁରଙ୍କର ଅଚଳାଚଳ ସମ୍ପତ୍ତି ରହିଥିବା ସେ କହିଛନ୍ତି । ଖଗେଶ୍ବରଙ୍କ ନାମରେ ଆସିଥିବା ସବୁ ଅଭିଯୋଗ ମିଛ ବୋଲି ତାଙ୍କ ପତ୍ନୀ ଗଣମାଧ୍ୟମରେ କହିଛନ୍ତି । ତେବେ ଅର୍ଚ୍ଚନା ଓ ଜଗବନ୍ଧୁର ମିଡିଲମ୍ୟାନ ସାଜିଥିଲେ ଖଗେଶ୍ବର ପାତ୍ର । ଯାହାଙ୍କ ନାଁରେ ଖଣ୍ଡଗିରି ଥନାରେ ମଧ୍ୟ ଅଭିଯୋଗ ରହିଛି । ଇଡି ମଧ୍ୟ ଅଭିଯୋଗ ଆଧାରରେ ଖଗେଶ୍ବରଙ୍କୁ ଗିରଫ କରିଛି । ସେ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.