ETV Bharat / state

Anubhav-Varsa Marital Discord: ସୋସିଆଲ ମିଡିଆରେ ଚରିତ୍ର ସଂହାର ଅଭିଯୋଗ ଆଣିଲେ ବର୍ଷା

author img

By ETV Bharat Odisha Team

Published : Oct 11, 2023, 8:23 PM IST

Updated : Oct 12, 2023, 12:15 PM IST

ଆଜି କଟକ SDJMଙ୍କ କୋର୍ଟରେ ପାରିବାରିକ ହିଂସା ମାମଲାର ଶୁଣାଣି ଶେଷ ହୋଇଛି । ଶୁଣାଣି ସମୟରେ ଉଭୟ କୋର୍ଟରେ ହାଜର ହୋଇଥିଲେ । ଅଧିକ ପଢନ୍ତୁ

anubhav barsa marital discord
ସୋସିଆଲ ମିଡିଆରେ ଚରିତ୍ର ସଂହାର ଅଭିଯୋଗ

କଟକ: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ଆଜି କଟକ SDJMଙ୍କ କୋର୍ଟରେ ପାରିବାରିକ ହିଂସା ମାମଲାର ଶୁଣାଣି ଶେଷ ହୋଇଛି । ଶୁଣାଣି ସମୟରେ ଉଭୟ କୋର୍ଟରେ ହାଜର ହୋଇଥିବାବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜେରା କରାଯାଇଥିଲା। ଅନୁଭବଙ୍କ ଓକିଲ ବର୍ଷାଙ୍କୁ ୧୦ ଟି ପ୍ରଶ୍ନ ପଚାରିଥିଲେ । ବର୍ଷା ମଧ୍ୟ ଜେରାରେ ସାହାଯ୍ୟ କରିଥିବାବେଳେ ଏହି ସମସ୍ତ ପ୍ରକ୍ରିୟା କ୍ୟାମେରାରେ ରେକର୍ଡ କରାଯାଇଥିଲା । ପ୍ରାୟ ୨ ଘଣ୍ଟା ଯାଏଁ ବର୍ଷାଙ୍କୁ ଜେରା କରିଥିଲେ ଅନୁଭବଙ୍କ ଓକିଲ । ଏନେଇ ବର୍ଷାଙ୍କ ଓକିଲ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ବର୍ଷା କୋର୍ଟରେ ଆଉ ଗୋଟିଏ ପିଟିସନ ଦାଖଲ କରିଛନ୍ତି ।



ପିଟିସନରେ କଣ ପାର୍ଥନା କରିଛନ୍ତି ବର୍ଷା ?

କଟକ SDJMଙ୍କ ଅଦାଲତରେ ବର୍ଷା ରୁଜୁ କରିଥିବା ପାରିବାରିକ ହିଂସା ମାମଲାର ଆଜି ବର୍ଷା ଜେରାର ସମ୍ମୁଖୀନ ହୋଇଛନ୍ତି । ସେପଟେ ଅଦାଲତରେ ବର୍ଷା ଆଜି ଏକ ନୂଆ ପିଟିସନ ଦାଖଲ କରିଛନ୍ତି । ସୋସିଆଲ ମିଡିଆରେ ଅନୁଭବ ବିଭିନ୍ନ ପ୍ରକାର ପୋଷ୍ଟ କରି ତାଙ୍କର ଚରିତ୍ର ସଂହାର କରୁଥିବା ନେଇ ବର୍ଷା ପିଟିସନରେ ଉଲେଖ କରିଛନ୍ତି । ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ବର୍ଷା କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ପରବର୍ତ୍ତୀ ତାରିଖରେ କୋର୍ଟ ଏହାର ରାୟ ଦେବେ ବୋଲି ଜଣାପଡିଛି । ସେପଟେ ବର୍ଷା ରୁଜୁ କରିଥିବା ପାରିବାରିକ ହିଂସା ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖକୁ ଧାର୍ଯ୍ୟ ହୋଇଛି। ସେହିଦିନ ମଧ୍ୟ ଉଭୟ ଅନୁଭବ ଓ ବର୍ଷା କୋର୍ଟରେ ହାଜର ହେବେ ।


ଏହା ବି ପଢନ୍ତୁ...Varsha Anubhav Marital Discord: ପୁଣି ଭିଡିଓ ଛାଡ଼ିଲେ, ଛାଡ଼ପତ୍ର ସ୍ବୀକାର କରିବାକୁ ପତ୍ନୀଙ୍କୁ କଲେ ଅପିଲ୍


ସେପଟେ ମଙ୍ଗଳବାର ସାଂସଦ ଅନୁଭବ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଛାଡପତ୍ର ସ୍ବୀକାର କରିବାକୁ ବର୍ଷାଙ୍କୁ ନିବେଦନ କରିଥିଲେ । ପୂର୍ବରୁ କଟକ SDJM ଅଦାଲତରେ ଆଉ ଗୋଟିଏ ପିଟିସନ ଦାଖଲ କରିଥିଲେ ସାଂସଦ ଅନୁଭବ ମହାନ୍ତି। ତାଙ୍କ ପିଟିସନରେ ପୁଣି ବର୍ଷାଙ୍କୁ ଟାର୍ଗେଟ କରିଥିଲେ ଅନୁଭବ। ଆଗାମୀ 2024ରେ ନିର୍ବାଚନ ଥିବାରୁ ତାଙ୍କ ରାଜନୈତିକ କ୍ୟାରିଅର ପ୍ରଭାବିତ ହେବାର ସମ୍ଭାବନା କଥା ଆବେଦନରେ ଉଲ୍ଲେଖ କରିଛନ୍ତି। ବର୍ଷା ଜାଣି ଶୁଣି ଏହି ମାମଲାର ସମୟ ଗଡାଇ ଏହି ପରି ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ତେବେ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ଅନୁଭବ। ୧୫ ରୁ ୨୦ ଦିନ ମଧ୍ୟରେ ଏହି ମାମଲାର ଶୁଣାଣି ଶେଷ କରିବାକୁ କୋର୍ଟଙ୍କୁ ସେ ପ୍ରାର୍ଥନା କରିଥିଲେ ।

ଇଟିଭି ଭାରତ, କଟକ

Last Updated :Oct 12, 2023, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.