ETV Bharat / state

Anubhav-Varsha Dispute: ଫ୍ୟାମିଲ କୋର୍ଟରେ ପୁଣି ହାଜର ହଲେ ବର୍ଷା

author img

By

Published : Dec 20, 2022, 11:37 AM IST

ବର୍ଷା ଅନୁଭବ ବିବାଦ ମାମଲା । କଟକ ପାରିବାରିକ କୋର୍ଟରେ ଆଜି ପୁଣି ହାଜର ହେଲେ ଅଭିନେତ୍ରୀ ବର୍ଷା । ଅଧିକ ପଢନ୍ତୁ

କୋର୍ଟରେ ପୁଣି ହାଜର ହଲେ ବର୍ଷା
କୋର୍ଟରେ ପୁଣି ହାଜର ହଲେ ବର୍ଷା

କଟକ: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ଆଜି କଟକ ଫ୍ୟାମିଲ କୋର୍ଟରେ ପୁଣି ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ(Actress Varsha Priyadarshini reaches family court) । ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବ । ଗତକାଲି ସେ କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କର ଜେରା ଅସମ୍ପୂର୍ଣ୍ଣ ଥିଲା । ତେଣୁ ଆଜି ପୁଣିଥରେ ତାଙ୍କୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ପାରିବାରିକ ବିବାଦ ମାମଲାରେ ଗତକାଲି ମଧ୍ୟ ଅଭିନେତ୍ରୀ କୋର୍ଟରେ ହାଜର ହୋଇଥିଲେ । ସାକ୍ଷ୍ୟଗ୍ରହଣ ସମୟରେ ବର୍ଷାଙ୍କୁ ଅନୁଭବଙ୍କ ଆପତ୍ତିଜନକ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଥିଲା । ତେବେ ଅନୁଭବନଙ୍କ ଓକିଲ ବର୍ଷାଙ୍କୁ ଇଂରାଜୀରେ ପ୍ରଶ୍ନ ପଚାରିଥିବା ବେଳେ ସେ ଓଡିଆରେ ଉତ୍ତର ରଖିଥିଲେ । ଏସବୁ ଫଳରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ଅଧୁରା ରହିଥିଲା ।

ଏହାମଧ୍ୟ ପଢନ୍ତୁ: ବର୍ଷାଙ୍କୁ ଆପତ୍ତିଜନକ ପ୍ରଶ୍ନ ପଚାରିଲେ ଅନୁଭବଙ୍କ ଓକିଲ ! ଆସନ୍ତାକାଲି ଜାରି ରହିବ ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା

ପୂର୍ବରୁ ସେପ୍ଟେମ୍ବର ୮ ତାରିଖରେ ବର୍ଷାଙ୍କୁ ପାରିବାରିକ ଅଦାଲତରେ ହାଜର ପାଇଁ ନିର୍ଦ୍ଦେଶ ହୋଇଥିଲା । ହେଲେ ବର୍ଷା ହାଜର ହୋଇନଥିଲେ । ଅଭିନେତା ତଥା ସାଂସଦ ଅନୁଭବ ନିର୍ଦ୍ଦେଶ ଅନୁସାରେ ହାଜର ହୋଇଥିଲେ ମଧ୍ୟ ପତ୍ନୀ ବର୍ଷା ହାଜର ହୋଇନଥିବାରୁ ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇ ପାରିନଥିଲା । ନିଜ ପକ୍ଷ ରଖିବାକୁ ଅଦାଲତଙ୍କୁ ସମୟ ମାଗିଥିଲେ ବର୍ଷା । ଏନେଇ ସେ ସୋମବାର ପାରିବାରିକ କୋର୍ଟରେ ହାଜର ହୋଇଥିଲେ । ତେବେ ତାଙ୍କ ସାକ୍ଷ୍ୟ ଗ୍ରହଣ ହୋଇପାରିନଥିବାରୁ ଆଜି ଏହି ପ୍ରକ୍ରିୟା ପାଇଁ ପୁଣିଥରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.