ETV Bharat / state

କଟକ ଓ ପୁରୀ ଗସ୍ତରେ ୫T ସଚିବ, ଉନ୍ନତିମୂଳକ ପ୍ରକଳ୍ପର କଲେ ସମୀକ୍ଷା

author img

By

Published : Mar 25, 2023, 7:46 PM IST

Updated : Mar 25, 2023, 10:12 PM IST

୫T ସଚିବ ଭିକେ ପାଣ୍ଡିଆନ କଟକ ଗସ୍ତ କରି ତିନୋଟି ବଡ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

5t secretary reviews of development work in cuttack
କଟକରେ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ

କଟକରେ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ

କଟକ: ୫T ସଚିବ ଭିକେ ପାଣ୍ଡିଆନ କଟକ ଗସ୍ତ କରିଛନ୍ତି । କଟକରେ ନିର୍ମାଣଧୀନ ତିନୋଟି ବଡ଼ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ପ୍ରଥମେ ନେତାଜୀ ବସ ଟର୍ମିନାଲ, ଚଣ୍ଡୀ ମନ୍ଦିର, ତାଳଦଣ୍ଡା କେନାଲ ଓ ଛତ୍ରବଜାର ପିଣ୍ଡି କାର୍ଯ୍ୟର ସମୀକ୍ଷା କରିଛନ୍ତି ୫T ସଚିବ ଭିକେ ପାଣ୍ଡିଆନ । ସମୀକ୍ଷା ବେଳେ ସିଡିଏ ଅଧକ୍ଷ ଅନୀଲ ସାମଲ, କଟକ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ରାଜ୍ୟରେ ବିଭିନ୍ନ ଅଧିଷ୍ଠାତ୍ରୀ ଦେବୀଙ୍କ ମନ୍ଦିରକୁ ନବକଳେବର କରାଯାଉଥିବା ବେଳେ କଟକ ଚଣ୍ଡୀ ମନ୍ଦିରରେ ମଧ୍ୟ ଉନ୍ନୟନମୂଳକ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଛି । ୫T ସଚିବ ପାଣ୍ଡିଆନ ଏହି ପୁରାତନ ମନ୍ଦିରକୁ ଗସ୍ତ କରି ଏହାର ରୂପରେଖ ବଦଳେଇବା ପାଇଁ ପୂର୍ବରୁ ସମୀକ୍ଷା କରିଥିଲେ । ପରେ ଏହି ଯୋଜନା ଉପରେ ମୋହର ମାରିଥିଲେ ରାଜ୍ୟ ସରକାର । ଏହାର ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

ମନ୍ଦିରର ଉନ୍ନତିକରଣ ପାଇଁ ମୋଟ 70 କୋଟି ଖର୍ଚ୍ଚ ହେବ । ତେବେ ଏହି କ୍ରମରେ ଆଜି କଟକ ଗସ୍ତ କରି ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଛନ୍ତି । ପ୍ରଥମେ ମା' କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ମନ୍ଦିରରେ ଉନ୍ନତିକରଣ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ନଭେମ୍ବର ସୁଦ୍ଧା ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହେବ । ଏହାପରେ ଐତିହ୍ୟ କୀର୍ତ୍ତୀରାଜି ତାଳଦଣ୍ଡା କେନାଲର ଏବଂ ଛତ୍ର ବଜାର ପିଣ୍ଡିକୁ ବୁଲି ଦେଖିଛନ୍ତି ଭିକେ ପାଣ୍ଡିଆନ ।

ସେହିପରି ନିର୍ମାଣଧିନ ନେତାଜୀ ବସ ଟର୍ମିନାଲର ସମୀକ୍ଷା କରିଛନ୍ତି ୫T ସଚିବ । 84 କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଟର୍ମିନାଲର କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ କମ ଦିନ ମଧ୍ୟରେ ଏହା ନୂଆ ରୂପ ପାଇବ ବୋଲି ସିଏମସି କମିଶନର କହିଛନ୍ତି । କଟକ ପୁରୁଣା ବାଦାମବାଡି ବସଷ୍ଟାଣ୍ଡ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଏହି ଅତ୍ୟାଧୁନିକ ବସ ଟର୍ମିନାଲକୁ ଖାନନଗରରେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

ଏଠାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏଥିରେ ଏକ ବୃହତ ବସ ଟର୍ମିନାଲ, ସାଧାରଣ ଯାତ୍ରୀବାହୀ ବସ ରହଣୀ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ ରହଣୀ ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ଏହାସହ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, ଟିକେଟ ଗୃହ ଓ ଅନେକ ସୁବିଧା ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଟର୍ମିନାଲରେ ଏକ ସମୟରେ ୧୯୧ ବସ ପାର୍କିଂ କରାଯାଇପାରିବ । ବସ ଟର୍ମିନାଲ ପାଖାପାଖି ୧୬ ଏକର ସ୍ଥାନରେ କରାଯାଇଛି । ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ୫T ସଚିବ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ହେରିଟେଜ କରିଡରର ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଳଭ ଯାତ୍ରୀ ନିବାସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଇଟିଭି ଭାରତ, କଟକ

Last Updated :Mar 25, 2023, 10:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.