ETV Bharat / state

ଫେବୃଆରୀ ସୁଦ୍ଧା କଟକ ଗ୍ରାମାଞ୍ଚଳରେ ଗଡିବ ଲକ୍ଷ୍ମୀ ବସ୍‌: ପାଣ୍ଡିଆନ

author img

By ETV Bharat Odisha Team

Published : Jan 6, 2024, 10:25 AM IST

VK Pandian visits Cuttack: ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା କଟକ ଗ୍ରାମାଞ୍ଚଳରେ ଗଡିବ ଲକ୍ଷ୍ମୀ ବସ । କଟକ ଗସ୍ତ ସମୟରେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏନେଇ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା କଟକ ଗ୍ରାମାଞ୍ଚଳରେ ଗଡିବ ଲକ୍ଷ୍ମୀ ବସ୍‌
ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା କଟକ ଗ୍ରାମାଞ୍ଚଳରେ ଗଡିବ ଲକ୍ଷ୍ମୀ ବସ୍‌

ଫେବ୍ରୁଆରୀ ଶେଷ ସପ୍ତାହ ସୁଦ୍ଧା କଟକ ଗ୍ରାମାଞ୍ଚଳରେ ଚାଲିବ ଲକ୍ଷ୍ମୀ ବସ, ପାଣ୍ଡିଆନ

କଟକ: ଜିଲ୍ଲାର ଗ୍ରାମାଞ୍ଚଳରେ ଫେବୃଆରୀ ମାସ ଶେଷ ସପ୍ତାହ ସୁଦ୍ଧା ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । କଟକ ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ କଟକ ଜିଲ୍ଲା ବିଜେଡି ସମାବେଶରେ ଯୋଗଦେଇ ଏନେଇ ଘୋଷଣା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏଥିସହ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାଗୁଡିକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଦଳୀୟ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି ପାଣ୍ଡିଆନ ।

କଟକ ବାଲିଯାତ୍ରା ପଡ଼ିଆରେ ଶୁକ୍ରବାର ଦିନ ବିଜେଡି ସମାବେଶ ଆୟୋଜିତ ହୋଇଯାଇଛି । ଏହି ସମାବେଶରେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗଦେଇ ଦଳୀୟ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାଗୁଡିକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଦଳୀୟ ନେତା ଓ କର୍ମୀମାନଙ୍କୁ କହିଛନ୍ତି ପାଣ୍ଡିଆନ । ବିଶେଷକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଯାତାୟତରେ ସୁବିଧା ପାଇଁ ଲକ୍ଷ୍ମୀ ବସ୍ ସେବା, ଶିକ୍ଷାଳୟଗୁଡିକର ରୂପାନ୍ତରଣ, କଟକ ସହରରେ ଏସସିବିି ସମ୍ପ୍ରସାରଣ ପ୍ରକଳ୍ପ, ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ନେତାଜୀ ବସ୍ ଟର୍ମିନାଲ ଭଳି ପ୍ରକଳ୍ପ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ପାଣ୍ଡିଆନ ଏହି ସଭାରେ ଉପସ୍ଥିତ ଜନ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ...ଲୋକକଳା ବଞ୍ଚାଇ ରଖିବାକୁ ପ୍ରୟାସ, 'କଳାକାରଙ୍କୁ ଖୁବଶୀଘ୍ର ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ'

ରାଜ୍ୟର ରୂପାନ୍ତରଣ କାମରେ କଟକ ଜିଲ୍ଲାକୁ ସର୍ବାଧିକ ଟଙ୍କାର ପ୍ରକଳ୍ପ ମିଳିଛି ବୋଲି ପାଣ୍ଡିଆନ ଏହି ସଭାରେ ସୂଚନା ଦେଇଥିଲେ । ଗ୍ରାମାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତି ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବେ ଓ ଶନିବାରଠାରୁ କଟକ ଜିଲ୍ଲାରେ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ତେଣୁ ଗାଁର ପ୍ରତ୍ୟେକ ପରିବାର ଯେଭଳି ଏହି ଯୋଜନାରେ ସାମିଲ ହୋଇପାରିବେ ସେଥିପାଇଁ ଦଳର ନେତାମାନେ ଯତ୍ନବାନ ହେବା ପାଇଁ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି ।

ସେହିପରି ଫେବୃୟାରୀ ଶେଷ ସପ୍ତାହ ସୁଦ୍ଧା କଟକର ଗ୍ରାମାଞ୍ଚଳରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବାକୁ ଯାଉଛି ବୋଲି ପାଣ୍ଡିଆନ ଘୋଷଣା କରିଛନ୍ତି । ଏହି ସେବାରେ ଛାତ୍ରଛାତ୍ରୀ ଓ ମହିଳାମାନେ ମାତ୍ର ପାଞ୍ଚ ଟଙ୍କାରେ ଯାତ୍ରା କରିବାର ବ୍ୟବସ୍ଥା ରହିଛି । ତେବେ ଗ୍ରାମାଞ୍ଚଳରେ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ଯୋଜନା କରୁଛନ୍ତି, ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ପାଣ୍ଡିଆନ କହିଛନ୍ତି ।

ସେପଟେ ପାଣ୍ଡିଆନ ଦଳୀୟ କର୍ମୀ ଓ ନେତାଙ୍କୁ ଗତ ନିର୍ବାଚନ ତୁଳନାରେ ଜିତିବାର ମାର୍ଜିନ ବାଢାଇବା ପାଇଁ ପରାମର୍ଶ ଦେଇଛନ୍ତି । କଟକ ଜିଲ୍ଲାରେ ସମସ୍ତ ୯ଟି ବିଧାନସଭା ଆସନରେ ଦଳ ଜିତିବ କିନ୍ତୁ ଜିତିବାର ବ୍ୟବଧାନ ଗତ ନିର୍ବାଚନ ତୁଳନାରେ ଅଧିକ କିଭଳି ହେବ ସେଥିପାଇଁ ଦଳୀୟ କର୍ମୀ ଓ ନେତା ଯତ୍ନବାନ ହେବାକୁ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.