ETV Bharat / state

Christmas Eve: କଟକରେ ଚର୍ଚ୍ଚ ଜଗିବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ

author img

By

Published : Dec 24, 2021, 6:07 PM IST

Updated : Dec 24, 2021, 6:24 PM IST

Khristmas coming: କଟକଣା ପାଇଁ ଚର୍ଚ୍ଚ ଜଗିବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ
Khristmas coming: କଟକଣା ପାଇଁ ଚର୍ଚ୍ଚ ଜଗିବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ

ରାଜ୍ୟ ସରକାର ଜାରି କରିଥିବା ସଦ୍ୟ କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ଏଥର କଟକର ଚର୍ଚ୍ଚ ଗୁଡ଼ିକରେ ସିମିତ ସଂଖ୍ୟକ ଲୋକଙ୍କୁ ପ୍ରବେଶ ଅନୁମତି ରହିଛି । ଅଧିକ ପଢନ୍ତୁ

କଟକ: ବଡ଼ଦିନ ବା ଖ୍ରୀଷ୍ଟମାସ ଅବସରରେ ପ୍ରତିବର୍ଷ କଟକ ସହରର ଚର୍ଚ୍ଚ ଗୁଡ଼ିକରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥାଏ । କେବଳ ଖ୍ରୀଷ୍ଟ ଧର୍ମାବଲମ୍ବି ନୁହଁନ୍ତି ବରଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କଟକ ସହରବାସିନ୍ଦା ଚର୍ଚ୍ଚକୁ ଆସିଥାନ୍ତି । କିନ୍ତୁ ରାଜ୍ୟ ସରକାର ଜାରି କରିଥିବା ସଦ୍ୟ କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ଏଥର ଚର୍ଚ୍ଚ ଗୁଡ଼ିକରେ ସିମିତ ସଂଖ୍ୟକ ଲୋକଙ୍କୁ ପ୍ରବେଶ ଅନୁମତି ରହିଛି ।

Christmas Eve: କଟକରେ ଚର୍ଚ୍ଚ ଜଗିବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ

ଯେଉଁମାନେ ବି ଆସିବେ ସେମାନେ କୋଭିଡ ନିର୍ଦ୍ଦେଶାବଳୀ ମାନି ଚର୍ଚ୍ଚରେ ପ୍ରାର୍ଥନା କରିବେ । ଏହା ବ୍ୟତିତ ଚର୍ଚ୍ଚରେ ହେବାକୁ ଥିବା ସାମୂହିକ ପ୍ରାର୍ଥନା ସହ ମଧ୍ୟରାତ୍ରି ପର୍ଯ୍ୟନ୍ତ ହେବାକୁ ଥିବା ସ୍ବତନ୍ତ୍ର ପ୍ରାର୍ଥନାର ଆୟୋଜନକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ସେପଟେ ବଡ଼ ଦିନ ଅବସରରେ ରାଜ୍ୟ ସରକାର ଜାରି କରିଥବା କୋଭିଡ଼ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Dec 24, 2021, 6:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.