ETV Bharat / state

ମହିଳାଙ୍କୁ ସ୍ବାବଲମ୍ବୀ କଲା କୁକୁଡ଼ା ପାଳନ, ଅଣ୍ଡା ପାଇଁ ରାଜ୍ୟରେ ଦ୍ବିତୀୟ

author img

By

Published : Jan 7, 2022, 10:38 AM IST

women self-sufficient for poultry farming in boudh
ମହିଳାଙ୍କୁ ସ୍ବାବଲମ୍ବୀ କଲା କୁକୁଡ଼ା ପାଳନ

କୁକୁଡ଼ା ପାଳନ କରି ସ୍ବାବଲମ୍ବୀ ହେଲେ ମହିଳା । ଏଥିସହ ଅଣ୍ଡା ଉତ୍ପାଦନ ପାଇଁ ସେମାନେ ରାଜ୍ୟର ଦ୍ବିତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ଅଧିକ ପଢ଼ନ୍ତୁ

ବୌଦ୍ଧ: କୁକୁଡ଼ା ପାଳନ କରି ସ୍ବାବଲମ୍ବୀ ହେଲେ ମହିଳା । ଜିଲ୍ଲାର ଏକମାତ୍ର କୁକୁଡ଼ା ପାଳନ କେନ୍ଦ୍ର ପରିଚାଳନା କରି ମହିଳାମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏଥିସହ ଅଣ୍ଡା ଉତ୍ପାଦନ ପାଇଁ ସେମାନେ ରାଜ୍ୟର ଦ୍ବିତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।

ମହିଳାଙ୍କୁ ସ୍ବାବଲମ୍ବୀ କଲା କୁକୁଡ଼ା ପାଳନ

ବୌଦ୍ଧ ଜିଲ୍ଲା ବଘିଆପଡ଼ା ପଞ୍ଚାୟତର ବଣ ଜଙ୍ଗଲ ମଧ୍ୟରେ ଉପାନ୍ତ ଗ୍ରାମ ଭୁକ୍ତାପଡ଼ା ଅବସ୍ଥିତ । ଏହି ଗ୍ରାମର ମହିଳାମାନେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସାମିଲ ହୋଇ ସ୍ବାବଲମ୍ବୀ ହୋଇପାରିଛନ୍ତି । ଦୁଇଟି ମହିଳା ଗୋଷ୍ଠୀର ୨୨ ଜଣ ମହିଳା ସଫଳତାର ସହ ଅଣ୍ଡା ଉତ୍ପାଦନ ଏବଂ କୁକୁଡ଼ା ପାଳନ କରିପାରୁଛନ୍ତି । ବୌଦ୍ଧ ଜିଲ୍ଲାରେ ଦେଶୀ କୁକୁଡ଼ା ପାଇଁ ବଘିଆପଡ଼ା ସାପ୍ତାହିକ ବଜାର ବେଶ୍ ପରିଚିତ ଅଟେ। ଅନ୍ୟପଟେ ଭୁକ୍ତାପଡ଼ା ଗାଁର ମହିଳା ଗୋଷ୍ଠୀଙ୍କ କୁକୁଡ଼ା ପାଳନ ସେମାନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ।

ବଣ ଜଙ୍ଗଲର ସୁରକ୍ଷା ସହିତ ଗ୍ରାମକୁ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ମହିଳାମାନେ କଲ୍ୟାଣକାରୀ ଯୋଜନା ଦ୍ବାରା ଆତ୍ମ ସ୍ବାବଲମ୍ବୀ ହୋଇପାରି ଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଗ୍ରାମର ଏଭଳି ସୁରକ୍ଷା କରିବେ ବୋଲି ଅଣ୍ଟା ଭିଡ଼ଛନ୍ତି ମହିଳା ଗୋଷ୍ଠୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.