ETV Bharat / state

ସମସ୍ୟା ଘେରରେ ବୌଦ୍ଧ ପୌରାଞ୍ଚଳରେ ଭେଣ୍ଡିଂ ଜୋନ

author img

By

Published : Dec 4, 2019, 1:13 PM IST

vending-zone-problem-in-boudh-nac-area
ଫଟୋ ସୌଜନ୍ୟ : ପ୍ରତିନିଧି,ବୌଦ୍ଧ

ବୌଦ୍ଧ ପୌରାଞ୍ଚଳରେ ଅବ୍ୟବସ୍ଥା ମଧ୍ୟରେ ରାସ୍ତାକଡର ଉଠାଦୋକାନୀ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଠାଇ ଦିଆଯାଇଛି କିନ୍ତୁ ସେମାନଙ୍କ ଥଇଥାନର କୌଣସି ବ୍ୟବସ୍ଥା କରାଯାଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ବୌଦ୍ଧ ସହରର କୌଣସି ଭେଣ୍ଡିଂ ଜୋନ ବ୍ୟବସ୍ଥା କରାଯାଇନାହିଁ ।

ବୌଦ୍ଧ : ଦୁର୍ଦ୍ଦିନରେ ରାସ୍ତାକଡର ଉଠାଦୋକାନୀ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଠାଇ ଦିଆଯାଇଛି କିନ୍ତୁ ସେମାନଙ୍କ ଥଇଥାନର କୌଣସି ବ୍ୟବସ୍ଥା କରାଯାଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇନାହିଁ ।

ବୌଦ୍ଧ ପୌରାଞ୍ଚଳରେ ଭେଣ୍ଡିଂଜୋନ ଓ ଉଠାଦୋକାନୀ ସମସ୍ୟା

ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ଅନିଶ୍ଚିତତା ଭିତରେ ରାସ୍ତା କଡରେ ବ୍ୟବସାୟ କରୁଥିବା ଉଠା ଦୋକାନୀ । ସହରର ଦୈନିକ ବଜାର, ଏନଏସି ଛକ,କଚେରୀ ଛକ ଭଳି ସ୍ଥାନ ଗୁଡିକରେ ପରିବାର ପେଟ ପୋଷିବା ପାଇଁ ଉଠା ଦୋକାନ କରି ଚଳୁଛନ୍ତି । ଏମାନେ ନା କୌଣସି ସରକାରୀ ଯୋଜନାରେ ସାମିଲ ହୋଇପାରୁଛନ୍ତି , ଏମାନଙ୍କୁ ଥଇଥାନ କରାଯାଇ ପାରୁଛି । ସହରରେ ବିଭିନ୍ନ ସମୟରେ ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ବର୍ତମାନ ପର୍ଯ୍ୟନ୍ତ ବୌଦ୍ଧ ସହରର କୌଣସି ଭେଣ୍ଡିଂ ଜୋନ ବ୍ୟବସ୍ଥା କରାଯାଇନାହିଁ । ଏ ଦିଗରେ ପୂର୍ବରୁ ଅନେକ ଥର ଅଭିଯୋଗ ମଧ୍ୟ କରାଯାଇଛି ।

ପୌର ପରିଷଦ ପକ୍ଷରୁ ଉଠା ଦୋକାନୀଙ୍କ ବିଭିନ୍ନ ଅଭାବ ଅସୁବିଧାକୁ ଦିନଦୟାଲ ଅନ୍ତୋଦୟ ଯୋଜନା ଜାତୀୟ ସହରାଞ୍ଚଳ ଜୀବିକା ମିଶନ ମାଧ୍ୟମରେ ରାସ୍ତାକଡର ବ୍ୟବସାୟୀ ମାନଙ୍କ ପ୍ରଶିକ୍ଷଣ ଶିବିର କରାଯାଇଛି । ଆଗାମୀ ଦିନରେ ଏମାନଙ୍କୁ କିଭଳି ସାମାଜିକ ସୁରକ୍ଷା,ଋଣପ୍ରଦାନ, ବୀମା, ଥଇଥାନ କରାଯାଇ ପାରିବ ସେ ନେଇ ଉଠା ଦୋକାନୀ ମାନଙ୍କ ସହିତ ଆଲୋଚନା କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଦୁର୍ଦ୍ଦିନରେ ରାସ୍ତା କଡର ଉଠା ଦୋକାନୀ ।ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁଞ୍ଚାଇ ସେମାନଙ୍କ ଥଇଥାନର କୌଣସି ବ୍ୟବସ୍ଥା କରାଯାଉନାହିଁ
ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ଅନିଶ୍ଚିତତା ଭିତରେ ରାସ୍ତା କଡରେ ବ୍ୟବସାୟ କରୁଥିବା ଉଠା ଦୋକାନୀ ।ବୌଦ୍ଧ ସହରର ଦୈନିକ ବଜାର, ଏନଏସି ଛକ,କଚେରୀ ଛକ ଭଳି ସ୍ଥାନ ଗୁଡିକରେ ପରିବାର ପେଟ ପୋଷିବା ପାଇଁ ଉଠା ଦୋକାନ କରି ଚଳୁଛନ୍ତି ।ଏମାନେ ନା କୌଣସି ସରକାରୀ ଯୋଜନାରେ ସାମିଲ ହୋଇପାରୁଛନ୍ତି ,ନା ଏମାନଙ୍କୁ ଥଇଥାନ କରାଯାଇ ପାରୁଛି ।ଫଳରେ ସମୟ ସମୟରେ ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି ।ଏଠାରେ ପ୍ରକାଶ ଥାଉକି ବୌଦ୍ଧ ସହରରେ ଆଜିଯାଏ କୌଣସି ଭେଣ୍ଡିଂଜୋନ ନିର୍ମାଣ କରାଯାଇନାହିଁ ।ଏଦିଗରେ ପୂର୍ବରୁ ଅନେକ ଥର ଅଭିଯୋଗ ମଧ୍ୟ କରାହୋଇ ଆସୁଛି ।ଏଥି ନିମନ୍ତେ ପୌର ପରିଷଦ ପକ୍ଷରୁ ଉଠା ଦୋକାନୀ ଙ୍କ ବିଭିନ୍ନ ଅଭାବ ଅସୁବିଧା କୁ ନେଇ ଚିନ୍ତା ଆରମ୍ଭ କରିଛି ।ଆଗାମୀ ଦିନରେ ଏମାନଙ୍କୁ କିଭଳି ସାମାଜିକ ସୁରକ୍ଷା,ଋଣପ୍ରଦାନ, ବୀମା, ଥଇଥାନ କରାଯାଇ ପାରିବ ସେ ସମ୍ପର୍କରେ ଉଠା ଦୋକାନୀ ଙ୍କ ସହିତ ଆଲୋଚନା କରାଯାଇଛି ।


Body:ଦୁର୍ଦ୍ଦିନରେ ରାସ୍ତା କଡରେ ବ୍ୟବସାୟ କରୁଥିବା ଉଠା ଦୋକାନୀ ।


Conclusion:ବାଇଟ-୧-ସୁଷମା ସାହୁ,ରାସ୍ତା କଡ ବ୍ୟବସାୟୀ
ବାଇଟ-୨-ମନୋରଞ୍ଜନ ପଣ୍ଡା, ପୌର ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.