ETV Bharat / state

ବୌଦ୍ଧ ପୌରାଞ୍ଚଳର ଲୋକଙ୍କ ଘରେ ପହଞ୍ଚାଯିବ ସବୁଜ ପନିପରିବା

author img

By

Published : Apr 23, 2020, 12:35 PM IST

Updated : Apr 23, 2020, 1:28 PM IST

ବୌଦ୍ଧ ପୌରାଞ୍ଚଳର ଲୋକଙ୍କ ଘରେ ପହଞ୍ଚାଯିବ ସବୁଜ ପନିପରିବା
ବୌଦ୍ଧ ପୌରାଞ୍ଚଳର ଲୋକଙ୍କ ଘରେ ପହଞ୍ଚାଯିବ ସବୁଜ ପନିପରିବା

ଗୁରବାର ଠୁ ବୌଦ୍ଧ ସହରାଞ୍ଚଳର ବିଭିନ୍ନ ବସ୍ତିରେ ସୁଲଭ ମୂଲ୍ୟରେ ପନିପରିବା ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ । ପରିବା ପହଞ୍ଚାଇବା ପାଇଁ ନିୟୋଜିତ ହୋଇଛନ୍ତି ଗୁପଚୁପ ଓ ଚାଟ୍‌ ବିକାଳୀ । ଅଧିକ ପଢନ୍ତୁ...

ବୌଦ୍ଧ: ସହରାଞ୍ଚଳର ବସ୍ତିବାସୀଙ୍କୁ ସୁଲଭ ମୂଲ୍ୟରେ ପନିପରିବା ଯୋଗାଇଦେବା ସହ ଗରିବ ଗୁପଚୁପ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ଜିଲ୍ଲା ତଥା ପୌର ପ୍ରଶାସନର ଅଭିନବ ପଦକ୍ଷେପ । ବୌଦ୍ଧାରେ 'ଗ୍ରୀନ ଅନ ହ୍ବିଲ' କାର୍ଯ୍ୟକ୍ରମ ମାଧ୍ୟମରେ ବସ୍ତିବାସୀଙ୍କ ନିକଟରେ ପହଞ୍ଚାଇ ଦିଆଯିବ ସବୁଜ ପନିପରିବା ।

ବୌଦ୍ଧ ପୌରାଞ୍ଚଳର ଲୋକଙ୍କ ଘରେ ପହଞ୍ଚାଯିବ ସବୁଜ ପନିପରିବା

ବୌଦ୍ଧ ଜିଲ୍ଲା ପ୍ରଶାସନ ଗୁରୁବାରଠାରୁ ପୌରାଞ୍ଚଳର ବିଭିନ୍ନ ବସ୍ତିରେ ସୁଲଭ ମୂଲ୍ୟରେ ପନିପରିବା ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏହି କାର୍ଯ୍ୟ ପାଇଁ ଗରିବ ଗୁପଚୁପ ଓ ଚାଟ୍‌ ବିକାଳୀଙ୍କୁ ନିୟୋଜିତ କରାଯାଇ ଠେଲାରେ ବସ୍ତିବାସୀଙ୍କୁ ପରିବା ଯୋଗାଇ ଦିଆଯିବ । ଫଳରେ ବଜାରରେ ଭିଡ କମିବା ସହିତ ଲୋକେ ଘରେ ଥାଇ ପରିବା ପାଇପାରିବେ ।

'ଗ୍ରୀନ ଅନ୍‌ ହ୍ବିଲ' କାର୍ଯ୍ୟକ୍ରମ ମାଧ୍ୟମରେ ଗୁରୁବାର ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଯୋଗୁଁ ବ୍ୟବସାୟ ମଧ୍ୟ ଖୁବ ଭଲ ହୋଇଥିବା ସୂଚନା ମିଳିଛି । ତେବେ ଲକଡାଉନ୍‌ ନିୟମରେ ସାମାନ୍ୟ କୋହଳ ହୋଇଥିବା ବେଳେ ବର୍ତ୍ତମାନ ଦୋକାନ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated :Apr 23, 2020, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.