ETV Bharat / state

ପାଞ୍ଚ ଦିନ ପରେ ଆରମ୍ଭ ହେଲା ଟିକାଦାନ, ଭୁଲିଗଲେ ସାମାଜିକ ଦୂରତା

author img

By

Published : Jul 6, 2021, 7:30 AM IST

ପାଞ୍ଚ ଦିନ ବନ୍ଦ ପରେ ଆରମ୍ଭ ହେଲା ଟୀକାଦାନ, ରହିଲାନି ସାମାଜିକ ଦୂରତା
ପାଞ୍ଚ ଦିନ ବନ୍ଦ ପରେ ଆରମ୍ଭ ହେଲା ଟୀକାଦାନ, ରହିଲାନି ସାମାଜିକ ଦୂରତା

ଦୀର୍ଘ 5 ଦିନ ବନ୍ଦ ପରେ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଟିକାଦାନ, କିନ୍ତୁ ରହିଲାନି ସାମାଜିକ ଦୂରତା । ଜିଲ୍ଲାର ବିଭିନ୍ନ ଟୀକାଦାନ କେନ୍ଦ୍ରରେ ଏନେଇ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ। ଅଧିକ ପଢନ୍ତୁ...

ବୌଦ୍ଧ: ଦୀର୍ଘ 5 ଦିନ ପରେ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଟିକାଦାନ, କିନ୍ତୁ ରହିଲାନି ସାମାଜିକ ଦୂରତା । ଜିଲ୍ଲାର ବିଭିନ୍ନ ଟିକାଦାନ କେନ୍ଦ୍ରରେ ଏନେଇ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ। ବୌଦ୍ଧ ଜିଲ୍ଲାରେ ଗତ ପ୍ରାୟ ପନ୍ଦର ଦିନ ହେଲା ସଂକ୍ରମଣର ହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା ବେଳେ ଚଳିତ ମାସରେ କେବଳ ଜଣେ ମାତ୍ର ବ୍ୟକ୍ତିଙ୍କ କୋରୋନା ଜନିତ ମୃତ୍ୟୁ ହୋଇଛି ।

ପାଞ୍ଚ ଦିନ ବନ୍ଦ ପରେ ଆରମ୍ଭ ହେଲା ଟୀକାଦାନ, ରହିଲାନି ସାମାଜିକ ଦୂରତା

ସେପଟେ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ଗତ ପାଞ୍ଚ ଦିନ ମଧ୍ୟରେ ମାତ୍ର ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଲୋକଙ୍କୁ ଆଶ୍ବସ୍ଥି ଦେଇଛି । ଜିଲ୍ଲାରେ ଗତ ପାଞ୍ଚ ଦିନ ହେଲା ଟୀକା ଅଭାବରୁ ଟିକାଦାନ ବନ୍ଦ ଥିବା ବେଳେ ସୋମବାର ପୁଣି ଆରମ୍ଭ ହୋଇଥିଲା । ତେବେ ଏନେଇ ବୌଦ୍ଧ ସମେତ ହରଭଙ୍ଗା, ପୁରୁଣାକଟକ, ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳଠାରେ ଟୀକା ଗ୍ରହଣ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ବୌଦ୍ଧ ସମେତ ଅନ୍ୟ ଟୀକାଦାନ କେନ୍ଦ୍ରରେ ପ୍ରବଳ ଭିଡ ସହ ସାମାଜିକ ଦୂରତା ଆଦୌ ରହି ନଥିଲା ।

ଏପଟେ ଘଟଣାକୁ ଟୀକାକରଣ ଅଧିକାରୀ ସ୍ବୀକାର କରିବା ସହ କୌଣସି ଅସୁବିଧା ହୋଇନଥିବା ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟା ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.