ETV Bharat / state

ଚାକିରୀ ଆବେଦନର ବୟସ ସୀମା ବୃଦ୍ଧି ନେଇ ଜିଲ୍ଲାପାଳଙ୍କୁ ଯୁବ କଂଗ୍ରେସର ଦାବିପତ୍ର

author img

By

Published : Aug 2, 2021, 7:43 PM IST

ଚାକିରୀ ଆବେଦନର ବୟସ ସୀମା ବୃଦ୍ଧି ନେଇ ଜିଲ୍ଲାପାଳଙ୍କୁ ଯୁବ କଂଗ୍ରେସର ଦାବିପତ୍ର
ଚାକିରୀ ଆବେଦନର ବୟସ ସୀମା ବୃଦ୍ଧି ନେଇ ଜିଲ୍ଲାପାଳଙ୍କୁ ଯୁବ କଂଗ୍ରେସର ଦାବିପତ୍ର

କୋରୋନା ମହାମାରୀ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି ଜିଲ୍ଲାର ବହୁ ଯୋଗ୍ୟ ପ୍ରାର୍ଥୀ । ଏନେଇ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛି ଜିଲ୍ଲାର ଯୁବ କଂଗ୍ରେସ । ଅଧିକ ପଢନ୍ତୁ...

ବୌଦ୍ଧ: ଯୁବବର୍ଗଙ୍କ ସରକାରୀ ଚାକିରୀର ଆବେଦନ ପାଇଁ ବୟସ ସୀମା 32 ବର୍ଷ ରହିଥିବା ବେଳେ ତାହାକୁ 42 ବର୍ଷକୁ ବୃଦ୍ଧି ପାଇଁ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । କୋରୋନା ମହାମାରୀ ସମୟରେ ଦୁଇ ବର୍ଷ ହେଲା କୃତି ଛାତ୍ରଛାତ୍ରୀ ମାନେ ଯୋଗ୍ୟତା ଥାଇ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଏନେଇ ବିଶେଷ ଭାବରେ ବୟସ ସମୟ ସୀମା ସେମାନଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୁବବର୍ଗଙ୍କ ଚାକିରୀ ସମୟ ସୀମା 32 ବଦଳରେ 42କୁ ବୃଦ୍ଧି ପାଇଁ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ଚାକିରୀ ଆବେଦନର ବୟସ ସୀମା ବୃଦ୍ଧି ନେଇ ଜିଲ୍ଲାପାଳଙ୍କୁ ଯୁବ କଂଗ୍ରେସର ଦାବିପତ୍ର

ଏନେଇ ଆଜି(ସୋମବାର) ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସର ସଭାପତିଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏନେଇ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଆଉ ଏ ସମ୍ପର୍କରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଯୁବ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.