ETV Bharat / state

ନର୍ସଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର, ବିକ୍ରି ନା ଚୋରି ? ପୋଲିସର ତଦନ୍ତ ଜାରି

author img

By ETV Bharat Odisha Team

Published : Dec 3, 2023, 7:52 AM IST

ନର୍ସଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର, ବିକ୍ରି ନା ଚୋରି ?
ନର୍ସଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର, ବିକ୍ରି ନା ଚୋରି ?

ବୌଦ୍ଧର ଜଣେ ମହିଳା ନର୍ସଙ୍କ ସରକାରୀ ବାସଗୃହରୁ ସାତ ବର୍ଷର ଶିଶୁ ପୁତ୍ର ଉଦ୍ଧାର ହୋଇଛି । 7 ବର୍ଷ ତଳେ ଏକ ନବଜାତ ଚୋରି ହୋଇଥିବା ବେଳେ ଏହି ଶିଶୁଟି ସେହି ବୋଲି ପୋଲିସ ସନ୍ଦେହ କରୁଛି । ଅଧିକ ପଢନ୍ତୁ

ନର୍ସଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର, ବିକ୍ରି ନା ଚୋରି ?

ବୌଦ୍ଧ: ଜିଲ୍ଲାରେ ଜଣେ ମହିଳା ନର୍ସଙ୍କ ସରକାରୀ କ୍ବାଟର୍ସରୁ ନାବାଳକ ଉଦ୍ଧାର ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । 7 ବର୍ଷର ଶିଶୁ ପୁତ୍ରକୁ କେଉଁଠୁ ପାଇଲେ କିମ୍ବା ଏତେ ବର୍ଷ ଧରି ନର୍ସ ଜଣକ କେଉଁ ପରିସ୍ଥିତିରେ ରଖିଥିଲେ ସେ ନେଇ ପ୍ରଶ୍ନ ଉଠିଛି । ପୋଲିସ ଶିଶୁଟିକୁ ଉଦ୍ଧାର କରି ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିବା ସହ ଏଥିରେ ନବଜାତକ ଚୋରୀ କିମ୍ବା କେଉଁ କାରଣ ରହିଛି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ନବଜାତ ଶିଶୁ ପୁତ୍ର ବିକ୍ରି, ଶିଶୁ ଚୋରି ନା ଆଉ କିଛି ! ଜଣେ ମହିଳା ନର୍ସଙ୍କ ଠାରୁ ଜଣେ 7 ବର୍ଷର ଶିଶୁ ପୁତ୍ର ଉଦ୍ଧାର ହେବା ପରେ ଏଭଳି ତମାମ ଚର୍ଚ୍ଚା ଜୋର ଧରିଛି ବୌଦ୍ଧ ଜିଲ୍ଲାରେ । ଶୁକ୍ରବାର ଜିଲ୍ଲାର ମନମୁଣ୍ଡା ପୋଲିସ ସ୍ଥାନୀୟ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ମହିଳା ନର୍ସଙ୍କ ସରକାରୀ ବାସଗୃହରେ ଚଢାଉ କରି ଜଣେ ସାତ ବର୍ଷର ନାବାଳକ ଶିଶୁପୁତ୍ରକୁ ଉଦ୍ଧାର କରିଛି ।

ହାମଧ୍ୟ ପଢନ୍ତୁ..ମାଥିଲି ସ୍ଵାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଚୋରି ଘଟଣା, ମହିଳା ନଥିଲେ ଗର୍ଭବତୀ !

ଗତ ସାତ ବର୍ଷ ତଳେ ମନମୁଣ୍ଡା ଥାନା ଅଞ୍ଚଳର ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କ ଏକ ନବଜାତ ଶିଶୁ ପୁତ୍ର ହଜି ଯାଇଥିଲା । ତେଣୁ ଉଦ୍ଧାର ହୋଇଥିବା ଶିଶୁ ପୁତ୍ରଟି ସେହି ନବଜାତଟି ହୋଇଥିବା ସନ୍ଦେହ କରାଯାଉଛି । ମନମୁଣ୍ଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଉକ୍ତ ଶିଶୁ ପୁତ୍ରକୁ ସମ୍ପୃକ୍ତ ମହିଳା ନର୍ସଙ୍କ ଘରୁ ଉଦ୍ଧାରକରି ବୌଦ୍ଧ ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରିଥିଲେ । ତେବେ ବର୍ତ୍ତମାନ ସମ୍ପୂର୍ଣ୍ଣ ଘଟଣା ଏକ ପ୍ରକାର ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି ।

କାରଣ ଶିଶୁ ପୁତ୍ରକୁ ନିଜ ପାଖରେ ରଖିଥିବା ନର୍ସ ଶିଶୁଟିର ଜନ୍ମିତ ପିତାମାତାଙ୍କ ସହିତ ଚୁକ୍ତି କରି ନିଜ ପାଖରେ ରଖିଥିବା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମ୍ମୁଖରେ ବୟାନ ଦେଇଥିବା ବେଳେ ଶିଶୁ ପୁତ୍ରକୁ ସେ କିଭଳି ଓ କେଉଁ ପରିସ୍ଥିତିରେ ନିଜ ପାଖରେ ରଖିଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶିଶୁ ପୋଷ୍ୟ ଗ୍ରହଣ ପାଇଁ ସରକାରୀ ଆଇନ ରହିଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରାଯାଇ ଶିଶୁକୁ ଦୀର୍ଘ ସାତ ବର୍ଷ ହେଲା ନର୍ସ ଜଣକ ନିଜ ପାଖରେ ରଖିଥିଲେ । ତେବେ ଏତେ ଦିନ ଧରି ଶିଶୁ ପୁତ୍ରକୁ ନିଜ ପାଖରେ ରଖିଥିଲେ ମଧ୍ୟ କାହିଁକି ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ତଥା ଶିଶୁ ସୁରକ୍ଷା ବିଭାଗ ଚୁପ୍ ଥିଲେ କିମ୍ବା ଜାଣିପାରି ନଥିଲେ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, "ଶିଶୁଟି ସୁରକ୍ଷିତ ରହିଛି । ଶିଶୁଟିର ଅଭିଭାବକମାନଙ୍କୁ ଖୋଜିବା ପାଇଁ ଚେଷ୍ଟା ଜାରି ରହିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.