ETV Bharat / state

ଜୈବିକ ଖତ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି ବୟସ୍କ ନାଗରିକ

author img

By

Published : May 30, 2021, 3:54 PM IST

ଜୈବିକ ଖତ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି ବୟସ୍କ ସଚେତନ ନାଗରିକ
ଜୈବିକ ଖତ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି ବୟସ୍କ ସଚେତନ ନାଗରିକ

ବୌଦ୍ଧ ପୌରାଞ୍ଚଳର ଅଳିଆ ଆବର୍ଜନା ସଂଗ୍ରହରେ ସହଯୋଗ ତଥା ଓଦା ଓ ଶୁଖିଲା ଅଳିଆ ସଂଗ୍ରହରେ ସହଯୋଗ କରୁଛନ୍ତି କିଛି ବରିଷ୍ଠ ସଚେତନ ନାଗରିକ । ଅଧିକ ପଢନ୍ତୁ...

ବୌଦ୍ଧ: ଏକମାତ୍ର ପୌରାଞ୍ଚଳରେ କରୋନା ସମୟରେ ସ୍ବଛତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ବୌଦ୍ଧ ପୌରାଞ୍ଚଳ ପକ୍ଷରୁ ପ୍ରତ୍ୟେକ ଦିନ 17ଟି ଓ୍ବାର୍ଡରୁ ଅଳିଆ ସଂଗ୍ରହ କରି ଜରିଖଣ୍ଡି ଠାରେ ଥିବା ଅଣୁ ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ରକୁ ଅଣାଯାଉଛି । ତେବେ ଏହି ପ୍ରକ୍ରିୟାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଓଦା ଓ ଶୁଖିଲା ଅଳିଆକୁ ପୃଥକୀକରଣ କରିବା ।

ଜୈବିକ ଖତ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି ବୟସ୍କ ସଚେତନ ନାଗରିକ

ତେବେ ଏହି ଲମ୍ବା ପ୍ରକ୍ରିୟାରେ ସହଯୋଗ ପାଇଁ ବୌଦ୍ଧର କିଛି ବରିଷ୍ଠ ସଚେତନ ନାଗରିକ ସହଯୋଗ କରୁଛନ୍ତି । ନିଜେ ନିଜର ଅଳିଆକୁ ପୃଥକୀକରଣ କରିବା ସହ ଅଳିଆ ଆବର୍ଜନା ଏଣେତେଣେ ନପକାଇବାକୁ ଲୋକଙ୍କୁ ସଚେତନ କରୁଛନ୍ତି ।

ଏଭଳି କିଛି ସଚେତନ ବୟସ୍କ ନାଗରିକଙ୍କୁ ଚିହ୍ନଟ କରି ପୌର ପ୍ରଶାସନ ସେମାନଙ୍କ ବାଡିରେ ଜୈବିକ ଚାଷ ପାଇଁ ଉତ୍ସାହିତ କରିବାକୁ ‘ମୋ ଖତ’ ପ୍ରଦାନ କରୁଛନ୍ତି । ପୌର ପ୍ରଶାସନର ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ସ୍ବାଗତ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.