ETV Bharat / state

ଅବ୍ୟବସ୍ଥିତ ଗ୍ରାମାଞ୍ଚଳରେ ଜରାଜୀର୍ଣ୍ଣ ସଡକ ଯୋଗାଯୋଗ

author img

By

Published : Jul 13, 2020, 12:33 PM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଗମନାଗମନକୁ ନେଇ ଦେଖା ଦେଇଛି ସମସ୍ୟା । ଅସରାଏ ବର୍ଷା ହେଲେ ଗାଡିରେ ଯିବା ତ ଦୂରର କଥା ଚାଲି ଚାଲି ଯିବା ବି ଅସମ୍ଭବ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ଅବ୍ୟବସ୍ଥିତ ଗ୍ରାମାଞ୍ଚଳରେ ସଡକ ଯୋଗାଯୋଗ
ଅବ୍ୟବସ୍ଥିତ ଗ୍ରାମାଞ୍ଚଳରେ ସଡକ ଯୋଗାଯୋଗ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଗମନାଗମନକୁ ନେଇ ଦେଖା ଦେଇଛି ସମସ୍ୟା । ସ୍ବାଧୀନତାର 73 ବର୍ଷ ପରେ ମଧ୍ୟ ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଆଜି ଯାଏ ପକ୍କା ହୋଇପାରିନି । ଫଳରେ ସାଧାରଣ ଲୋକେ ଚାଲି ଚାଲି ଯିବା ଅତି କଷ୍ଟକର ହୋଇପଡିଛି ।

ଅବ୍ୟବସ୍ଥିତ ଗ୍ରାମାଞ୍ଚଳରେ ସଡକ ଯୋଗାଯୋଗ

ବିଶେଷ ଭାବରେ ଜିଲ୍ଲାର ଆଢେଣୀଗଡ, ତଳଗାଁ, ବନ୍ଧାପଥର,ବହିରା, ବଘିଆପଡା, ଆମ୍ବଝରୀ, ଶଗଡା, ଗୁନ୍ଦୁଳିଆ, ମୁଣ୍ଡିପଦର, ମୁଣ୍ଡାପଡା, ନାରାୟଣ ପ୍ରସାଦ ଭଳି ପଞ୍ଚାୟତ ଗୁଡିକର ଅନେକ ସଂଯୋଗକାରୀ ରାସ୍ତା ବର୍ଷା ଯୋଗୁଁ ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି ।

ଯେଉଁଠି ପାଦରେ ଚାଲି ଯିବା କଷ୍ଟକର ସେଠାରେ ବଡଗାଡି କିମ୍ବା ଆମ୍ବୁଲାନ୍ସ ସେବା ଦିବା ସ୍ବପ୍ନ ହୋଇଯାଇଛି । ଆମ୍ବଝରୀ ଓ ଗୁନ୍ଦୁଳିଆ ପଞ୍ଚାୟତର ଅନେକ ଗାଁ ଏବେ ଅପହଞ୍ଚ ଥିବା ବେଳେ କୁଶଙ୍ଗ ଓ ମହାଲିକପଡା ପଞ୍ଚାୟତର କେତେକ ଗାଁର ଲୋକେ ଏବେବି ବିଛିନ୍ନାଞ୍ଚଳରେ ଜୀବନ କାଟୁଛନ୍ତି । ତୁରନ୍ତ ଏ ଦିଗରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.