ETV Bharat / state

ଅବ୍ୟବସ୍ଥା ଘେରରେ କ୍ବାରେଣ୍ଟାଇନ ହୋମ, ରୋଷେଇ କରି ଖାଉଛନ୍ତି ଅନ୍ତେବାସୀ

author img

By

Published : May 10, 2020, 5:45 PM IST

Quarantine homes are in disarray
ଅବ୍ୟବସ୍ଥା ଘେରରେ କ୍ବାରେଣ୍ଟାଇନ ହୋମ, ରୋଷେଇ କରି ଖାଉଛନ୍ତି ଅନ୍ତେବାସୀ

ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୀତାମ୍ବରପୁର ପଞ୍ଚାୟତରରେ ନିର୍ମିତ କ୍ବାରେଣ୍ଟାଇନ ହୋମ । ଖାଦ୍ୟ ଦିଆ ନ ଯିବାରୁ ନିଜେ ରୋଷେଇ କରି ଖାଉଛନ୍ତି ଅନ୍ତେବାସୀ । ଅଧିକ ପଢନ୍ତୁ...

ବୌଦ୍ଧ: ଅବ୍ୟବସ୍ଥା ଘେରରେ କ୍ବାରେଣ୍ଟାଇନ ହୋମ । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି ଲୋକେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୀତାମ୍ବରପୁର ପଞ୍ଚାୟତର ବଲଣ୍ଡା ଠାରେ ଦ୍ବିତୀୟ କ୍ବାଇଣ୍ଟାଇନ ସେଣ୍ଟର ନିର୍ମାଣ କରାଯାଇଛି । କ୍ବାରେଣ୍ଟାଇନ ସେଣ୍ଟର ସମ୍ମୁଖରେ ଲଗାଯାଇଛି ଏକ ବଡ ସାଇନ ବୋର୍ଡ । କିନ୍ତୁ ଏହାର ବାସ୍ତବତା କିଛି ଅଲଗା କହୁଛି ।

ଅବ୍ୟବସ୍ଥା ଘେରରେ କ୍ବାରେଣ୍ଟାଇନ ହୋମ, ରୋଷେଇ କରି ଖାଉଛନ୍ତି ଅନ୍ତେବାସୀ

ଜିଲ୍ଲା ବାହାରର ଚାରିଜଣ ଅତିଥି ଶ୍ରମିକଙ୍କୁ ଏଠାରେ ରଖାଯାଇଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଶିବିରକୁ ନା ସଫା କରାଯାଇଛି ନା ମରାମତି କରାଯାଇଛି । କେବଳ ଏତିକି ନୁହେଁ, ଶୌଚାଳୟ ନଥିବାରୁ ଏଠାରେ ଥିବା ଦୁଇ ମହିଳା ଓ ଦୁଇ ପୁରୁଷ ଖୋଲାରେ ଶୌଚ ଯିବାକୁ ବାଧ୍ୟ ହେଉଛନ୍ତି ।

ସେପଟେ ପ୍ରଥମ ଦୁଇ ଦିନ ରନ୍ଧା ଖାଦ୍ୟ ଦିଆଯିବା ପରେ ଖାଇବାକୁ ଠିକରେ ନପାଇବାରୁ ବାଧ୍ୟ ହୋଇ ନିଜେ ରୋଷେଇ କରି ଖାଉଛନ୍ତି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଅନ୍ତେବାସୀଙ୍କୁ ଏଠାରେ ରଖାଯାଇଛି ତାର ତଦନ୍ତର ଆବଶ୍ୟକତା ରହିଛି । ଏପଟେ ବୁଦ୍ଧିଜୀବୀ ଏନେଇ କଡା ସମାଲୋଚନା କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.