ETV Bharat / state

ସ୍ବାୟତ୍ତ ଶାସନ ଦିବସରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ପଞ୍ଚାୟତିରାଜ ମନ୍ତ୍ରୀ

author img

By

Published : Sep 1, 2022, 9:05 AM IST

ସ୍ବାୟତ୍ତ ଶାସନ ଦିବସରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ପଞ୍ଚାୟତିରାଜ ମନ୍ତ୍ରୀ
ସ୍ବାୟତ୍ତ ଶାସନ ଦିବସରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ବୌଦ୍ଧ ପୌରାଞ୍ଚଳରେ ସ୍ବାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପଞ୍ଚାୟତିରାଜ ଓ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଅଧିକ ପଢ଼ନ୍ତୁ

ବୌଦ୍ଧ: ସ୍ବାୟତ୍ତ ଶାସନ ଦିବସରେ ଯୋଗଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ପୌରାଞ୍ଚଳର ବିଭିନ୍ନ ପ୍ରକଳ୍ପର ଉଦଘାଟନ ତଥା ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମନ୍ତ୍ରୀ । ତେବେ ଏହି ଅବସରରେ ପୂର୍ବତନ ନଗରପାଳ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କିମ୍ବା ପିଡି ଉପସ୍ଥିତ ନଥିବାରୁ ଏନେଇ ସହରରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।

ସ୍ବାୟତ୍ତ ଶାସନ ଦିବସରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ତଥା ସଦର ମହକୁମା ବୌଦ୍ଧଗଡ ଏନଏସିରେ ସ୍ବାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି । ବୁଧବାର ସନ୍ଧ୍ୟାରେ ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପଞ୍ଚାୟତିରାଜ ଓ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ ମନ୍ତ୍ରୀ । ତେବେ ପୌରାଞ୍ଚଳରେ ପ୍ରାୟ ୭ କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ କରାଯାଇଥିଲା ।

ତେବେ ଭବିଷ୍ୟତକୁ ଦୃଷ୍ଟିରେ ରଖି କୌଣସି ପ୍ରକଳ୍ପ ହେଉନଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇଛି ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ସନ୍ଧ୍ୟାରେ ଟାଉନହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଭାବରେ ପୂର୍ବତନ ନଗରପାଳ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କେତେକ ଅଧପନ୍ତରିଆ କାମ ଯୋଗୁଁ କେତେକ ପ୍ରକଳ୍ପର ଉଦଘାଟନକୁ ବାତିଲ କରାଯାଇଥିଲା । ତେବେ ଏହି ସବୁ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ କିମ୍ବା ପିଡି ଉପସ୍ଥିତ ନଥିଲେ । ଏନେଇ ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସେପଟେ ପୌରାଞ୍ଚଳର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷ ଭାବରେ ମହାନଦୀ କୂଳରେ ନିର୍ମାଣ ହୋଇଥିବା ମଳ କର୍ଦମ ଉପଚାର କେନ୍ଦ୍ରକୁ ନେଇ ବୁଦ୍ଧିଜୀବୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ତଳମୁଣ୍ଡରେ ପାନୀୟଜଳ ପ୍ରକଳ୍ପ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଥିବା ବେଳେ ପୌର ପ୍ରଶାସନ ତରବରିଆ ଭାବରେ ଏହାର ନିର୍ମାଣ କରିଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.