ETV Bharat / state

ନୂତନ ଗ୍ରେଡ ପେ ଦାବିରେ ଅମଲା ସଂଘର ବିକ୍ଷୋଭ

author img

By

Published : Nov 16, 2022, 5:46 PM IST

ନୂତନ ଗ୍ରେଡ ପେ ଦାବିରେ ଅମଲା ସଂଘର ବିକ୍ଷୋଭ
ନୂତନ ଗ୍ରେଡ ପେ ଦାବିରେ ଅମଲା ସଂଘର ବିକ୍ଷୋଭ

ସମସ୍ୟା ଘେରରେ ଛନ୍ଦି ହୋଇଛନ୍ତି ବିଭିନ୍ନ ବିଭାଗର କିରାଣୀ । ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ବୃଦ୍ଧି ପାଉନି ଗ୍ରେଡ ପେ । ଫଳରେ ପୁରୁଣା ବ୍ୟବସ୍ଥା ଅନୁଯାୟୀ ଗ୍ରେଡ ପେ ଚଳିବା ସହିତ ପଦୋନ୍ନତିରେ ସମସ୍ୟା ସୃଷ୍ଟି ହେଉଛି। ଅଧିକ ପଢ଼ନ୍ତୁ

ବୌଦ୍ଧ : ସମସ୍ୟା ଘେରରେ ଛନ୍ଦି ହୋଇଛନ୍ତି ବିଭିନ୍ନ ବିଭାଗର କିରାଣୀ । ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ବୃଦ୍ଧି ପାଉନି ଗ୍ରେଡ ପେ । ଫଳରେ ପୁରୁଣା ବ୍ୟବସ୍ଥା ଅନୁଯାୟୀ ଗ୍ରେଡ ପେ ଚଳିବା ସହିତ ପଦୋନ୍ନତିରେ ସମସ୍ୟା ସୃଷ୍ଟି ହେଉଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଶତାଧିକ କିରାଣୀ ମଙ୍ଗଳବାର ସେମାନଙ୍କ ଗ୍ରେଡ ପେକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି (Odisha amala union ) ।

ନୂତନ ଗ୍ରେଡ ପେ ଦାବିରେ ଅମଲା ସଂଘର ବିକ୍ଷୋଭ

ପୂର୍ବରୁ ପ୍ରଚଳିତ 1900 ଗ୍ରେଡ ପେ ବଦଳରେ 4200 ଗ୍ରେଡ ପେ ପାଇଁ ଜିଲ୍ଲା ଅମଲା ସଂଘ ଦାବି କରିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି (Odisha amala union protest for demand equal pay for equal work )। ଯଦି ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆସନ୍ତା 27 ତାରିଖରୁ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଅମଲା ସଂଘ ଚେତାବନୀ ଦେଇଛି ।

ଗତ ୨୦୧୭ ମସିହା ଠାରୁ ଅମଲା ମାନଙ୍କୁ ସ୍ନାତକ ସହିତ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦରମା ବୃଦ୍ଧି କରାଯାଇନାହିଁ । ତେଣୁ ଅମଲାଙ୍କୁ ଯୋଗ୍ୟତା ଅନୁସାରେ ୯ ହଜାରେ ୩ ଶହ ଟଙ୍କା ଓ ଗ୍ରେଡ ପେ ୪ ହାଜର ୨ ଶହ ଟଙ୍କା ଦେବାକୁ ବହୁବାର ଦାବି କରାଯାଇଥିଲା । କିନ୍ତୁ ରାଜ୍ୟସରକାର ସେମାନଙ୍କ ଦାବିକୁ ଶୁଣୁନାହାନ୍ତି ।

ଏହାର ପ୍ରତିବାଦରେ ଆସନ୍ତା ୨୭ ତାରିଖ ଦିନ ଭୁବେଶ୍ଵରଠାରେ ଏକ ବିରାଟ ସମାଗମ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ଏନେଇ ଅମଲା ସଂଘ କହିଛି ଦୀର୍ଘବର୍ଷ ହେଲା ଆମେ କାମ କରିଲୁଣି । ହେଲେ ଆମର ଗ୍ରେଡ ପେ ବୃଦ୍ଧି ପାଇଁ ସରକାର କୌଣିସି ପଦକ୍ଷେପ ନେଉ ନାହାଁନ୍ତି(Odisha amala union in Boudh)। ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ମଧ୍ୟ ଗୋତି ଶ୍ରମିକ ଭଳି ଆମକୁ ୧୯୦୦ ଗ୍ରେଡ ପେ ରେ ରହି କାର୍ଯ୍ୟକରିବାକୁ ବାଧ୍ୟ କରୁଛନ୍ତି । ତେଣୁ ସମାନ କାମକୁ ସମାନ ଦରମା ଦିଆଯାଉ । ଆମକୁ ଯେଉଁ ୧୯ଶହ ଗ୍ରେଡ ପେ ଦିଆଯାଉଛି ତାହା ପରିବର୍ତ୍ତେ ୪୨୦୦ ଗ୍ରେଡ ପେ ଦିଆଯାଉ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.