ETV Bharat / state

ଯାତାୟତରେ ବାଧକ ସିଜିଛି ପାହାଡି ଝରଣା, ବ୍ରିଜ ଦାବିରେ ଗ୍ରାମବାସୀ

author img

By

Published : Oct 4, 2022, 12:59 PM IST

ଗମନାଗମନରେ ବାଧକ ସାଜିଛି ପାହାଡି ଝରଣା । ରାସ୍ତା ନଥିବାରୁ ଅଣ୍ଟାଏ ପାଣିରେ ପଶି ପାର ହେବାକୁ ପଡୁଛି । ତୁରନ୍ତ ଏ ସମସ୍ୟାର ସମାଧାନ କରି ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି ବୌଦ୍ଧ ଜିଲ୍ଲାର ନୂଆପଡା ଓ ଗୁଆପଦା ଗ୍ରାମବାସୀ । ଅଧିକ ପଢନ୍ତୁ

ଯାତାୟତରେ ବାଧକ ସିଜିଛି ପାହାଡି ଝରଣା, ବ୍ରିଜ ଦାବିରେ ଗ୍ରାମବାସୀ
ଯାତାୟତରେ ବାଧକ ସିଜିଛି ପାହାଡି ଝରଣା, ବ୍ରିଜ ଦାବିରେ ଗ୍ରାମବାସୀ

ବୌଦ୍ଧ: ଜିଲ୍ଲା ନୂଆପଡା ଓ ଗୁଆପଦା ଲୋକ ଯାତାୟତ ସମସ୍ୟା ଭୋଗୁଛନ୍ତି । ଗମନାଗମନରେ ବାଧକ ସାଜିଛି ପାହାଡି ଝରଣା । ରାସ୍ତା ନଥିବାରୁ ଅଣ୍ଟାଏ ପାଣିରେ ପଶି ପାର ହେବାକୁ ପଡୁଛି । ଦରକାର ପଡିଲେ ଆସି ପାରୁନି ଆମ୍ବୁଲାନ୍ସ । ସରକାରୀ ଅଧିକାରୀ ଆସି ସେତୁ ନିର୍ମାଣ ପାଇଁ କଥା ଦେଇଥିଲେ ମଧ୍ୟ ଏଯାଏଁ ସେତୁଟିଏ ତିଆରି ହୋଇ ପାରୁନାହିଁ । ଦୁଇ ଜିଲ୍ଲାର ସୀମାନ୍ତ ପାହାଡି ଝରଣା ବିକାଶରେ ବାଧକ ସାଜିଛି । ଏ ନେଇ ତୁରନ୍ତ ବ୍ରିଜଟିଏ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଜିଲ୍ଲାର ସୀମାରେ ବୋହିଯାଇଥିବା ପାହାଡି ନଦୀ ଉଭୟ ଜିଲ୍ଲାର ଦଶଟି ପଞ୍ଚାୟତର ଅଧିବାସୀଙ୍କୁ ଅସୁବିଧାରେ ପକାଇଛି । ଯାତାୟତ ଅସୁବିଧା କାରଣରୁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ପିଲାମାନେ ସ୍କୁଲ ଯିବାରେ ସମସ୍ୟା ଭୋଗୁଛନ୍ତି । ଦରକାର ସମୟରେ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ସରକାର ଉକ୍ତ ଅଞ୍ଚଳରେ ଏକ ସତୁ ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ । ହେଲେ ଏ ଯାଏଁ କାର୍ଯ୍ୟ ଆରମ୍ଭ ହୋଇନାହିଁ । ସେତୁ ତିଆରିରେ ଅହେତୁକ ବିଳମ୍ବ ଯୋଗୁଁ ଏନେଇ ନାନା ଆଶଙ୍କା ପ୍ରକାଶ ପାଇଛି ।

ଯାତାୟତରେ ବାଧକ ସିଜିଛି ପାହାଡି ଝରଣା, ବ୍ରିଜ ଦାବିରେ ଗ୍ରାମବାସୀ

ଏହା ବି ପଢନ୍ତୁ...ଭକ୍ତିରେ ବାଧକ ସାଜିଛି ଭୟ, ଏହି ଗାଁରେ ଭାଙ୍ଗିଛି ୫୦୦ ବର୍ଷର ପରମ୍ପରା

ସମ୍ବଲପୁର ଓ ଅନୁଗୁଳ ଜିଲ୍ଲା ସୀମାନ୍ତରେ ରହିଛି କେରାଣ୍ଡି ନାଳ। ଏହି ପାହାଡି ଝରଣା ବର୍ଷ ତମାମ ଉଭୟ ଜିଲ୍ଲାର ହଜାର ହଜାର ଅଧିବାସୀଙ୍କ ଦୁଃଖର କାରଣ ପାଲଟିଥାଏ । ବିଶେଷ ଭାବରେ ଆଠମଲ୍ଲିକ ଉପଖଣ୍ଡର ଗୁଆପଦା ଠାରୁ ସମ୍ବଲପୁର ଜିଲ୍ଲା କୁକୁଡାବାହାଲି ପଞ୍ଚାୟତର ନୂଆପଡାକୁ ସଂଯୋଗ ନଥିବାରୁ ଉଭୟ ପାର୍ଶ୍ଵରେ ଅବସ୍ଥିତ ଅନେକ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଏପରିକି ଏସବୁ ଅଞ୍ଚଳରେ ଆମ୍ବୁଲାନ୍ସସେବା, ଅଙ୍ଗନବାଡି ଭଳି ମୌଳିକ ସୁବିଧାରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଉକ୍ତ ଗୁଆପଦା ଠାରେ କେରାଣ୍ଡି ନାଳ ଉପରେ ଏକ ସେତୁ ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ପ୍ରସ୍ତାବ ରଖି ପ୍ରାଥମିକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ବର୍ତ୍ତମାନ ଉକ୍ତ ସେତୁର ସ୍ଥାନାନ୍ତର ହେଉଥିବା ସୂଚନା ମିଳିବା ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଞ୍ଚଳର ହଜାର ହଜାର ଅଧିବାସୀ ଏକତ୍ରିତ ଏନେଇ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି । ସେପଟେ ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉଚିତ ପଦକ୍ଷେପ ଗ୍ରହଣ କରାଯିବବୋଲି ଆଠମଲ୍ଲିକ ବିଧାୟକ ସୂଚନା ଦେଇଛନ୍ତି ।

ଇଟିିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.