ETV Bharat / state

ବୌଦ୍ଧର ଏମିତି ଗାଁ: ନା ଅଛି ରାସ୍ତା, ନା ପହଞ୍ଚୁଛି ସରକାରୀ ଯୋଜନା

author img

By

Published : Oct 9, 2022, 10:54 AM IST

ଗାଁକୁ ନାହିଁ ରାସ୍ତା, ଅପହଞ୍ଚ ସରକାରୀ ଯୋଜନା
ଗାଁକୁ ନାହିଁ ରାସ୍ତା, ଅପହଞ୍ଚ ସରକାରୀ ଯୋଜନା

ଗାଁକୁ ଯିବାପାଇଁ ନାହିଁ ଭଲ ରାସ୍ତା। ସ୍ବାଧୀନତାର 75 ବର୍ଷ ପରେ ବି ଗାଁକୁ ଯିବାକୁ ନାହିଁ ରାସ୍ତା। ଯାହାଫଳରେ ଯାତାୟତ ବେଳେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସପ୍ତ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ବୌଦ୍ଧ: ଗାଁକୁ ଯିବାପାଇଁ ନାହିଁ ଭଲ ରାସ୍ତା । ସ୍ବାଧୀନତାର 75 ବର୍ଷ ପରେ ବି ଗାଁକୁ ଯିବାକୁ ନାହିଁ ରାସ୍ତା । ଯାହାଫଳରେ ଯାତାୟତ ବେଳେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସପ୍ତ ଗ୍ରାମବାସୀ । ଆଜି ଯାଏଁ ଏହି ଗାଁକୁ ପହଁଞ୍ଚି ପାରିନି ସରକାରଙ୍କ ବିକାଶମୂଳକ ଯୋଜନା । ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ଏକଦା ଗୋଟିଏ ଜିଲ୍ଲା ଭାବେ ପରିଚିତ ଥିଲା । ହେଲେ 1994 ମସିହା ଠାରୁ ଦୁଇଟି ଜିଲ୍ଲା ଭିନ୍ନ ଭିନ୍ନ ଭାବରେ ପରିଗଣିତ ହୋଇଥିଲା ।

ଗାଁକୁ ନାହିଁ ରାସ୍ତା, ଅପହଞ୍ଚ ସରକାରୀ ଯୋଜନା

ଉଭୟ ଜିଲ୍ଲାର ସୀମାନ୍ତବର୍ତ୍ତୀ ଦୁର୍ଗମ ଅଞ୍ଚଳରେ ରହିଛି ଶତାଧିକ ଗ୍ରାମ । ହେଲେ ଏହି ଶତାଧିକ ଗ୍ରାମର ଲୋକେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ପହଞ୍ଚି ପାରୁନି ସରକାରଙ୍କ କଲ୍ୟାଣକାରୀ ଯୋଜନା । ଏଠାରେ ଯୋଗାଯୋଗର ବିଛିନ୍ନତା ହେତୁ ଏଭଳି ସମସ୍ୟା ରହିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଫୁଲବାଣୀ ବିଧାୟକ।

ଗମନାଗମନର ଅସୁବିଧା ହେତୁ ଶତାଧିକ ଗ୍ରାମବାସୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଅତି ଜରୁରୀ ପଡ଼ିଲେ ନଈ, ନାଳ ପାର୍ ହୋଇ ଯିବାକୁ ପଡ଼ିଥାଏ ଲୋକଙ୍କୁ । ଖାଲି ସେତିକି ନୁହେଁ କେହି ରୋଗାଗ୍ରସ୍ତ ହେଲେ ସେମାନଙ୍କୁ ଡାକ୍ତରଖାନା ନେବାରେ ମଧ୍ୟ ଅନେକ ଅସୁବିଧା ହୋଇଥାଏ । ସେପଟେ ରାସ୍ତା ଅବସ୍ଥା ଭଲ ନଥିବାରୁ କୌଣସି ଯାନବାହନ କି ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ । ଉଭୟ ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଥିବାରୁ ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ୍‌, ଆବାସ, ଜଳସେଚନ, ସାମାଜିକ ସୁରକ୍ଷା ସବୁକିଛି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି ।

ପିଲାମାନେ ପାଠପଢ଼ି ନପାରିବାରୁ ସେମାନଙ୍କ ଭବିଷ୍ୟତ ମଧ୍ୟ ଏକ ପ୍ରକାରର ଅନ୍ଧାରକୁ ଠେଲି ହୋଇଯାଇଛି । ବହି ବସ୍ତାନୀରେ ଡୋରି ପଡ଼ିଛି । ଦୁନିଆ ବିଷୟରେ ପୁରା ଅଜ୍ଞ ଏହି ଗାଁର ପିଲାମାନେ । ଆଉ ଏହାର ମୁଖ୍ୟକାରଣ ହେଲା ଯୋଗାଯୋଗର ବିଛିନ୍ନତା ।

ଜିଲ୍ଲାର ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ଲମ୍ବସରୀ, ବରଗାଁ ଭଳି ପଞ୍ଚାୟତର ସୀମା ସହିତ କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ବ୍ଲକର ଅନେକ ଗ୍ରାମର ସୀମା ରହିଛି । ଜିଲ୍ଲାର କାମାରକୋଡା, ଲମ୍ବସରୀ ପଞ୍ଚାୟତର ବଲମତୁପା ଓ ଶଗଡା ପଞ୍ଚାୟତର ସିଗାଡି ଭଳି ତିନୋଟି ଗାଁକୁ ରାସ୍ତା ନିର୍ମାଣ କରାଗଲେ ଏସବୁ ଅଞ୍ଚଳର ଶହଶହ ଅଧିବାସୀ ଉପକୃତ ହୋଇପାରିବେ । ତେବେ ଏସବୁ ରାସ୍ତା ନିର୍ମାଣରେ ବାଧକ ହୋଇଛି ଜଙ୍ଗଲ ବିଭାଗର ରାସ୍ତା । ଏନେଇ ଖୋଦ ଫୁଲବାଣୀ ବିଧାୟକ ବୌଦ୍ଧ ଗସ୍ତରେ ଥିବା ବେଳେ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଏନେଇ ଇଟିଭି ଭାରତକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.